ଗାନ୍ଧୀ ଟୋପି

ଧଳା ରଙ୍ଗର ଖଦି କନାରେ ତିଆରି ଟୋପି

ଗାନ୍ଧୀ ଟୋପି ଖଦି କନାରେ ତିଆରି ଏକ ଧଳା ରଙ୍ଗ ଟୋପି । ଏହାର ଆଗ ଓ ପଛ ମୁନିଆ ହୋଇଥାଏ । ଏହା ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ଏହି ଟୋପି ବ୍ୟବହାର କରୁଥିବାରୁ ଏହି ଟୋପିର ଲୋକପ୍ରିୟତା ବଢ଼ିଥିଲା ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତାମାନେ ଏହି ଟୋପିର ବ୍ୟବହାର କରିବା ଆରମ୍ଭ କରିଥିଲେ ।

ନେହେରୁଙ୍କ ଜୀବନ, ୧୯୫୦ ଦଶକର ପୋଷ୍ଟର, ତାଙ୍କୁ ୧୯୨୯–୧୯୫୫ ମସିହା ମଧ୍ୟରେ ଗାନ୍ଧୀ ଟୋପି ପିନ୍ଧିଥିବାର ଦର୍ଶାଯାଇଛି
 
୧୯୨୦ ମସିହାରେ ଗାନ୍ଧୀଟୋପି ପିନ୍ଧିଥିବା ମହାତ୍ମା ଗାନ୍ଧୀଙ୍କ ଛବି

୧୯୦୭ରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର କାରାଗାରରେ ଥିବା ଭାରତୀୟ କଏଦୀମାନଙ୍କୁ "ନିଗ୍ରୋ" ଶ୍ରେଣୀଭୁକ୍ତ କରାଯାଉଥିଲା ଓ ସେମାନଙ୍କ ପାଇଁ ଗୋଟିଏ ଧଳା ଟୋପି ପିନ୍ଧିବା ବାଧ୍ୟତାମୂଳକ ଥିଲା । ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ହେନେରୀ ପୋଲାକଙ୍କ ମତରେ ଦକ୍ଷିଣ ଆଫ୍ରିକାର ଜେଲରେ ଗାନ୍ଧୀଙ୍କୁ ମଧ୍ୟ "ନିଗ୍ରୋ" ଶ୍ରେଣୀଭୁକ୍ତ କରାଯାଇଥିଲା ଓ ତାଙ୍କୁ ମଧ୍ୟ ସେହି ଧଳା ଟୋପି ପିନ୍ଧିବାକୁ ପଡ଼ିଥିଲା । ଏହି ଘଟଣାରୁ ଗାନ୍ଧୀ ଟୋପିର ଜନ୍ମ ହୋଇଥିଲା ।[]

 
ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟମାନଙ୍କ ଗାନ୍ଧୀ ଟୋପି ପିନ୍ଧି ୧୯୩୭ ମସିହାରେ ନୂଆଦିଲ୍ଲୀରେ ପଦଯାତ୍ରା

ତେବେ ଗାନ୍ଧୀଜୀ କାକା କାଲେଲକରଙ୍କୁ ଲେଖିଥିବା ଏକ ପତ୍ରରେ ସେ କାଶ୍ମୀରୀ ଟୋପି ଅନୁକରଣରେ ସେ ଧଳା ଟୋପି ପିନ୍ଧିବା ଆରମ୍ଭ କରିଥିଲେ ବୋଲି ଲେଖିଛନ୍ତି ।[]

୧୯୧୮–୧୯୨୧ ମଧ୍ୟରେ ପ୍ରଥମ ଅସହଯୋଗ ଆନ୍ଦୋଳନ ସମୟରେ କଂଗ୍ରେସ କର୍ମୀମାନଙ୍କଦ୍ୱାରା ଗାନ୍ଧୀ ଟୋପିର ବ୍ୟବହାର ଭାରତରେ ଆରମ୍ଭ ହୋଇଥିଲା ।[] ୧୯୨୧ ମସିହାରେ ବ୍ରିଟିଶ ସରକାର ଗାନ୍ଧୀ ଟୋପି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ । ୧୯୨୦–୨୧ ମସିହାରେ ଗାନ୍ଧୀଜୀ ନିଜେ କେବଳ ଗୋଟିଏ କିମ୍ବା ଦୁଇ ବର୍ଷ ପାଇଁ ଏହି ଟୋପି ପିନ୍ଧିଥିଲେ ।[]

ସ୍ୱାଧୀନତା ପରେ

ସମ୍ପାଦନା

ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ଥିବା ରାଜନେତାମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଥିଲେ । ୧୯୪୮ରେ ଗାନ୍ଧୀଜୀଙ୍କ ନିଧନ ପରେ, ଲୋକମାନେ ଭାବପ୍ରବଣ ହୋଇ ଗାନ୍ଧୀ ଟୋପି ଆହୁରି ଅଧିକ ବ୍ୟବହାର କରିବା ଆରମ୍ଭ କରିଥିଲେ । ଜବାହରଲାଲ ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀମୋରାରଜୀ ଦେଶାଇଙ୍କ ପରି ନେତାମାନେ ଏହି ଟୋପି ସବୁ ସମୟରେ ପିନ୍ଧୁଥିଲେ । ସଂସଦର ସଦସ୍ୟମାନେ ସେତେବେଳେ ମୁଖ୍ୟତଃ ଖଦି ବସ୍ତ୍ର ଓ ଗାନ୍ଧୀ ଟୋପି ହିଁ ପିନ୍ଧୁଥିଲେ । ଜବାହରଲାଲ ନେହେରୁଙ୍କୁ ସର୍ବଦା ଗାନ୍ଧୀ ଟୋପି ପିନ୍ଧିଥିବାର ଦେଖା ଯାଉଥିଲା । ୧୯୬୪ ମସିହାରେ ନେହେରୁଙ୍କ ଛବି ଥାଇ ଏକ ମୁଦ୍ରା ଉନ୍ମୋଚିତ ହୋଇଥିଲା । ଏଥିରେ ନେହେରୁ କିନ୍ତୁ ଗାନ୍ଧୀ ଟୋପି ପିନ୍ଧି ନଥିବାରୁ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା । ୧୯୮୯ରେ ନେହେରୁଙ୍କ ଜନ୍ମ ଶତବାର୍ଷିକୀରେ ଉନ୍ମୋଚିତ ଅନ୍ୟ ଏକ ମୁଦ୍ରାରେ ସେ ଗାନ୍ଧୀ ଟୋପି ପିନ୍ଧିଥିବା ଛବି ରଖା ଯାଇଥିଲା । ପରବର୍ତ୍ତୀ ସମୟରେ, ରାଜନେତାମାନଙ୍କଦ୍ୱାରା ବିଦେଶୀ ବସ୍ତ୍ରର ବ୍ୟବହାର ବଢ଼ିବା ସହିତ, ଗାନ୍ଧୀ ଟୋପିର ବ୍ୟବହାର କମିବାକୁ ଲାଗିଥିଲା । ୧୯୬୩ ମସିହାରେ ମାର୍ଟିନ ଲୁଥର କିଙ୍ଗଙ୍କର ପ୍ରସିଦ୍ଧ ଭାଷଣ ''ମୋର ଏକ ସ୍ୱପ୍ନ ଅଛି'' (ଆଇ ହାଭ ଏ ଡ୍ରିମ) ପ୍ରଦାନ ଅବସରରେ ତାଙ୍କ ପଛରେ ଅନେକ ଅନୁଗାମୀ ଗାନ୍ଧୀ ଟୋପି ପିନ୍ଧିଥିଲେ । ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ପୁରୁଷମାନେ ଏବେ ମଧ୍ୟ ଗାନ୍ଧୀ ଟୋପି ପିନ୍ଧିବାକୁ ପସନ୍ଦ କରନ୍ତି ।[]

 
ଦୁର୍ନୀତି ବିରୋଧରେ ବିରୋଧ କରୁଥିବା ଆନ୍ନା ହଜାରେ

ପୁନଃ ପ୍ରଚଳନ

ସମ୍ପାଦନା

୨୦୧୧ ମସିହାରେ, ମହାରାଷ୍ଟ୍ରର ବିଶିଷ୍ଟ ଗାନ୍ଧୀବାଦୀ ଆନ୍ନା ହଜାରେ ଭାରତରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଆରମ୍ଭ କରିବା ପରେ ଗାନ୍ଧୀ ଟୋପିର ପ୍ରଚଳନ ପୁଣି ବଢ଼ିଥିଲା । ଏହି ଆନ୍ଦୋଳନର କେନ୍ଦ୍ରସ୍ଥଳ ଦିଲ୍ଲୀରେ ଥିଲା । ୨୦୧୧ ମସିହା ଅଗଷ୍ଟ ମାସରେ, ଗାନ୍ଧୀ ଟୋପି ପିନ୍ଧିଥିବା ହଜାର ହଜାର ଲୋକ ଦିଲ୍ଲୀର ରାମଲିଳା ମୈଦାନରେ ଜମା ହୋଇ ଆନ୍ନା ହଜାରେଙ୍କ ଆମରଣ ଅନଶନକୁ ସମର୍ଥନ କରିଥିଲେ । ଏହି ଆନ୍ଦୋଳନ ଦେଶର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପି ଯାଇଥିଲା ଏବଂ ଷ୍ଟାଡିୟମ, କମ୍ୟୁନିଟି ସେଣ୍ଟର ଏବଂ ଖୋଲା ପଡ଼ିଆଗୁଡିକରେ ସମାନ ଧରଣର ପ୍ରଦର୍ଶନ କରାଯାଇଥିଲା । ଏହି ଜନ ଆନ୍ଦୋଳନରେ ସମସ୍ତ ବୟସ ବର୍ଗର ଅଂଶଗ୍ରହଣକାରୀ ଗାନ୍ଧୀ ଟୋପି ପିନ୍ଧିଥିଲେ ।

୨୦୧୪ ଲୋକ ସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଗାନ୍ଧୀ ଟୋପି ପିନ୍ଧି ପ୍ରଚାର କରିଥିଲେ । ବିଜେପି ସମର୍ଥକମାନେ ନାରଙ୍ଗୀ ରଙ୍ଗର ସମାନ ଟୋପି ପିନ୍ଧିଥିଲେ ।

 
ବାଙ୍ଗାଲୋରରେ ଆମ ଆଦମୀ ପାର୍ଟି କର୍ଣ୍ଣାଟକ ଶାଖାର ଉଦଘାଟନୀ ଉତ୍ସବରେ ଅରବିନ୍ଦ କେଜରିୱାଲ
  1. H.S.L Polak Mahatma Gandhi (London: Odham's Press, 1949) pg. 61
  2. Clothing Matters: Dress and Identity in India, Emma Tarlo,University of Chicago Press, Sep 1, 1996.82-83
  3. Consumption: The history and regional development of consumption edited by Daniel Miller, p. 424
  4. Gandhi was photographed wearing a turban or a round black topi in 1915 and 1918. He was photographed with the Gandhi cap in 1920. see 1915-1932 Mahatma Gandhi Photo Gallery http://www.mkgandhi.org/gphotgallery/1915-1932/index1.htm, Mahatma Gandhi, 1915 - 1920, Page 7 http://www.gandhimedia.org/cgi-bin/gm/gm.cgi?direct=Images/Photographs/Personalities/Mahatma_Gandhi/1915_-_1920&img=90 Archived 2017-10-19 at the Wayback Machine.. By 1924 he had given up wearing a kurta and the cap. Also see http://www.columbia.edu/itc/mealac/pritchett/00routesdata/1900_1999/gandhi/gandhigods/gandhigods.html
  5. Bhanu, B.V (2004). People of India: Maharashtra, Part 2. Mumbai: Popular Prakashan. pp. 1033, 1037, 1039. ISBN 81-7991-101-2.
  • କ୍ୟାଥରିନ୍ ଫ୍ରାଙ୍କଙ୍କ ଲିଖିତ ପୁସ୍ତକ ଇନ୍ଦିରା: ଦ ଲାଇଫ ଅଫ ଇନ୍ଦିରା ନେହେରୁ ଗାନ୍ଧୀ (୨୦୦୨)
  • ରାଜମୋହନ ଗାନ୍ଧୀ, ପଟେଲ: ଏ ଲାଇଫ (1992)

ବାହାର ଆଧାର

ସମ୍ପାଦନା