ବ୍ରାହ୍ମଣ (ପାଳି/ସଂସ୍କୃତ: Brāhmaṇa; ब्राह्मण) ସ୍ମୃତିରେ ବର୍ଣ୍ଣିତ ଚାରି ବର୍ଣ୍ଣ ଭିତରୁ ଗୋଟିଏ । ବୈଦିକ କାଳରେ, ବ୍ରାହ୍ମଣ ମୁଖ୍ୟତଃ ପୂଜାପାଠ, ଶିକ୍ଷା ଆଦି କାର୍ଯ୍ୟ କରୁଥିଲେ ।

An article related to
ହିନ୍ଦୁ ଧର୍ମ

HinduismOm symbol.svg

Hinduଇତିହାସ

Portal:HinduismHinduSwastika.svg

Hinduism Portal
Hindu Mythology Portal

ସଂସ୍କାର ଏବଂ ପରମ୍ପରାସମ୍ପାଦନ କରନ୍ତୁ

ଶାସ୍ତ୍ରନୁସାରେ ବ୍ରାହ୍ମଣର ବିଭିନ୍ନ ନାମର ଉତ୍ପତ୍ତି ଏହିପରି— ପ୍ରଥମେ ଲୋକ 'ଶୂଦ୍ର' ରୂପ ଜନ୍ମ ଗ୍ରହଣ କରେ, ଉପନୟନ ସଂସ୍କାର ପରେ ସେ 'ଦ୍ୱିଜ' ବୋଲାଏ; ବେଦ ପାଠ କଲେ ତାହାର ନାମ 'ବିପ୍ର' ହୁଏ; ବିପ୍ର ବ୍ରହ୍ମଙ୍କୁ ଚିହ୍ନିଲେ, ଅର୍ଥାତ୍ ବିପ୍ରର ବ୍ରହ୍ମଜ୍ଞାନ ଜନ୍ମିଲେ ସେ ବ୍ରାହ୍ମଣ ହୁଏ । ବ୍ରାହ୍ମଣର ଦଶବିଧି ସଂସ୍କାର—

  1. ଗର୍ଭାଧାନ— ବିବାହ ପରେ ପରିଣୀତା ପତ୍ନୀଙ୍କ ସହବାସ କରି ଗର୍ଭ ସଞ୍ଚାର କରାଇବା ନିମନ୍ତେ ବେଦବିହିତ ଅନୁଷ୍ଠାନ
  2. ପୁଂସବନ— ଗର୍ଭର ତୃତୀୟ ମାସରେ ଗର୍ଭସ୍ପନ୍ଦନ ସମୟରେ ଅନୁଷ୍ଠେୟ ଆଚାର
  3. ସୀମାନ୍ତୋନ୍ନୟନ— ଗର୍ଭର ୪ର୍ଥ, ୬ଷ୍ଠ ବା ଅଷ୍ଟମ ମାସରେ ଅନୁଷ୍ଠେୟ ଆଚାର
  4. ଜାତକର୍ମ— ସନ୍ତାନ ଭୂମିଷ୍ଠ ହେଲେ ଜନକଙ୍କ ଅନୁଷ୍ଠେୟ ଆଚାର
  5. ନାମକରଣ— ଜନ୍ମର ୬ ମାସ ପରେ ସନ୍ତାନର ନାମ ଦେବା ଆଚାର
  6. ଅନ୍ନପ୍ରଶନ—୧ବର୍ଷ ବୟସ ହେବା ପରେ ସନ୍ତାନକୁ ପ୍ରଥମେ ଅନ୍ନ ଖୁଆଇବା ଆଚାର
  7. ଚୂଡ଼ାକରଣ— ୩ୟ ବର୍ଷ ପରେ ସନ୍ତାନର ମସ୍ତକ ମୁଣ୍ତନ କରି ସ୍ଥଳବିଶେଷରେ କେଶଗୁଚ୍ଛ ରକ୍ଷା କରି ତଦ୍ଦ୍ୱାରା ଶିକ୍ଷା ବନ୍ଧନ କରିବା ଆଚାର (ଏହି ଉପଲକ୍ଷରେ କର୍ଣ୍ଣବେଧ ଓ ବିଦ୍ୟାରମ୍ଭ କରାଯାଏ)
  8. ଉପନୟନ— ଯଜ୍ଞାଦି କର୍ମ ପୂର୍ବକ ସନ୍ତାନକୁ ଯଜ୍ଞୋପବୀତ ପିନ୍ଧାଇବା ରୁପ ସଂସ୍କାର— ବ୍ରାହ୍ମଣ, କ୍ଷତ୍ରୀୟ ଓ ବୈଶ୍ୟମାନଙ୍କର ଏହି ସଂସ୍କାରକୁ ପୁନର୍ଜନ୍ମ ବୋଲାଯାଏ, ଉପନୟନ ହେବାରୁ ଏମାନଙ୍କର ଅନ୍ୟ ନାମ 'ଦ୍ୱିଜ' । ବ୍ରାହ୍ମଣ, କ୍ଷତ୍ରୀୟ ଓ ବୈଶ୍ୟଙ୍କର ଉପନୟନ ନିମନ୍ତେ ଭିନ୍ନ ଭିନ୍ନ ବୟସ ନିର୍ଦ୍ଦିଷ୍ଟ ଅଛି । ଉପନୟନ ନ ହେବା ପର୍ଯ୍ୟନ୍ତ ଦ୍ୱିଜ ସନ୍ତାନ ଶୂଦ୍ର ବୋଲି ବିବେଚିତ ହୁଏ ଓ ସଂସ୍କାର ହେଲେ ତାକୁ ଦ୍ୱିଜ ବୋଲାଯାଏ । ଏହି ସଂସ୍କାରହିଁ ଦ୍ୱିଜର ପ୍ରଧାନ ସଂସ୍କାର । ଉପନୟନ କର୍ମ ସାରି ବ୍ରାହ୍ମଣ ସନ୍ତାନ ବ୍ରହ୍ମଚର୍ଯ୍ୟ ଅବଲମ୍ବନ ପୂର୍ବକ ଗୁରୁ ଗୃହରେ ବାସ କରି ବେଦାଧ୍ୟୟନ କରିବ, ଏପରି ବିଧି ଅଛି
  9. ସମାବର୍ତ୍ତନ— ଗୁରୁ ଗୃହରେ ବେଦାଧ୍ୟୟନ ସମାପ୍ତ କରି ଗୁରୁଙ୍କ ଆଦେଶରେ ବିବାହ ନିମନ୍ତେ ଗୃହକୁ ଫେରି ଆସିବ ସମୟରେ ଅନୁଷ୍ଠେୟ ଆଚାର ଏହିଠାରେ ବ୍ରହ୍ମଚର୍ଯ୍ୟାଶ୍ରମ ସମାପ୍ତ ହୁଏ ।
  10. ବିବାହ— ବେଦବିହିତ ମନ୍ତ୍ରାଦି ଅନୁଷ୍ଠାନ ପୂର୍ବକ ଧର୍ମପତ୍ନୀ ଗ୍ରହଣ ରୂପ ଆଚାର ଓ ଗୃହସ୍ଥଶ୍ରମରେ ପ୍ରବେଶ ବର୍ତ୍ତମାନ ଏହି ସବୁ ସଂସ୍କାର ବା 'ବଶ କର୍ମ' ନାମ ମାତ୍ର ଅନୁଷ୍ଠିତ ହେଉଅଛି ଓ ଉପନୟନ ବେଳେ ଏକାବେଳକେ ଏହି ଦଶ କର୍ମର ଅଭିନୟ ମାତ୍ର କରାଯାଏ ।

ଦଶବିଧି ସଂସ୍କାର ବ୍ୟତୀତ, ଦ୍ୱିଜମାନଙ୍କର ଚାରିଗୋଟି ଆଶ୍ରମ ନିର୍ଦ୍ଧିଷ୍ଟ ଅଛି: ଯଥା—

  1. ବ୍ରହ୍ମଚର୍ଯ୍ୟ— ଉପନୟନ ପରେ ବିବାହ ହେବା ପର୍ଯ୍ୟନ୍ତ ଗୁରୁ ବାସ କରି ସଂଯମ ଓ ବ୍ରହ୍ମଚର୍ଯ୍ୟ ରନ୍ଧା ପୂର୍ବକ ବେଦାଭ୍ୟାସ ଓ ଗୁରୁସେବା
  2. ଗାର୍ହସ୍ଥ୍ୟ— ବିବାହ ପୂର୍ବକ ଆଚାର ଓ କର୍ତ୍ତବ୍ୟ ପ୍ରତିପାଳନ
  3. ବାନପ୍ରସ୍ଥ— ସନ୍ତାନ ଆଦି ଲାଭ କରିବା ପରେ ଗୃହ ତ୍ୟାଗ କରି ତପଃ ସାଧନାର୍ଥ ଅରଣ୍ୟକୁ ଯିବା ଓ ସେଠାରେ ଫଳ ମୂଳ ଖାଇ ବଞ୍ଚିବା
  4. ସନ୍ନ୍ୟାସ ବା ଭିକ୍ଷୁ ବ୍ରତ— କେତେକ କାଳ ବାନପ୍ରସ୍ଥ ଅବଲମ୍ବନ କରି ଅତି ବୃଦ୍ଧ ହେଲେ ଜନପଦମାନଙ୍କରେ ଗୃହସ୍ଥାନମାନଙ୍କ ନିକଟରେ ଭିକ୍ଷା କରି ଜୀବନ ଧାରଣ କରନ୍ତି ।


ଟୀକାସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  • ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

ଅଧିକ ପଠନସମ୍ପାଦନ କରନ୍ତୁ


ବାହାର ଲିଙ୍କସମ୍ପାଦନ କରନ୍ତୁ