ବଲ୍ଲଭଭାଇ ପଟେଲ

ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ

ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ଓକିଲ ଥିଲେ ଯିଏକି ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କ ଭୁମିକା ଗୁରୁତ୍ୱାପୁର୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବା, ତାଙ୍କର ଦକ୍ଷତାର ପ୍ରମାଣ ଦିଏ । ତାଙ୍କର ଏହି ବଳିଷ୍ଠ ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ "ର ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ପଟେଲଜିଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।[୧]

ସର୍ଦ୍ଦାର ବଲ୍ଲଭଭାଇ ପଟେଲ
વલ્લભભાઈ પટેલ
Sardar patel (cropped).jpg
ଭାରତର ଉପ ପ୍ରଧାନମନ୍ତ୍ରୀ
In office
୧୫ ଅଗଷ୍ଟ ୧୯୪୭ – ୧୫ ଡିସେମ୍ବର ୧୯୫୦
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହରୁ
ପୂର୍ବ ଅଧିକାରୀPosition established
ପର ଅଧିକାରୀମୋରାରଜୀ ଦେଶାଇ
ଗୃହମନ୍ତ୍ରୀ
ଅଫିସରେ
୧୫ ଡିସେମ୍ବର ୧୯୪୭ – ୧୫ ଡିସେମ୍ବର ୧୯୫୦
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ପୂର୍ବ ଅଧିକାରୀPosition established
ପର ଅଧିକାରୀଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ୩୧ ଅକ୍ଟୋବର ୧୮୭୫(1875-10-31)
Nadiad, Bombay Presidency, British India (now India)
ମୃତ୍ୟୁ୧୫ ଡିସେମ୍ବର ୧୯୫୦(1950-12-15) (ବୟସ ୭୫)
ମୁମ୍ବାଇ, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ସନ୍ତାନମଣିବେନ ପଟେଲ, ଧ୍ୟାନଚାନ୍ଦ ପଟେଲ
ଶିକ୍ଷାନୁଷ୍ଠାନMiddle Temple
ପେଷାଓକିଲ
ଧର୍ମହିନ୍ଦୁ

ବାଲ୍ୟ ଜୀବନସମ୍ପାଦନ କରନ୍ତୁ

 
Sardar Vallabhai ପଟେଲଙ୍କ ଚିତ୍ର

ତାଙ୍କ ଜନ୍ମ ତାରିଖର କିଛି ପ୍ରମାଣ ନ ଥିଲା ।ସେ ୩୧ ଅକ୍ଟୋବରକୁ ନିଜ ଜନ୍ମ ତାରିଖ ଭାବେ ମାଟ୍ରିକ ପରୀକ୍ଷାରେ ଲେଖିଥିଲେ ।ସେ ପଟେଲ ଜାତିରେ ଜନ୍ମଗ୍ର‌ହଣ କରିଥିଲେ ।[୨] ସେ ନ‌ଦିଆଦ, ପେଟଲାଡ ଓ ବୋରସାଦରେ ସ୍କୁଲରେ ପଢିବାକୁ ଯାଇଥିଲେ । .[୩] ସେ ତାଙ୍କ ମାଟ୍ରିକ ୨୨ ବର୍ଷରେ ପାସ କରିଥିଲେ ।[୪]ସେ ବର୍ଷ ବର୍ଷ ନିଜା ପରିବାରଠାରୁ ଦୁରରେ ରହି ନିଜ ପାଠ ପଢ଼ାରେ ଧ୍ୟାନ ଦେଇଥିଲେ । ସେ ଗୁଜରାଟର ଗାଁରେ ବଢିଥିଲେ ।[୫]ସେ ଓକିଲ ଭାବେ ନିୟୋଜିତ ହୋଇଥିଲେ ।

ସ୍ୱଶାସନ ପାଇଁ ଲଢେଇସମ୍ପାଦନ କରନ୍ତୁ

ସାଙ୍ଗମାନଙ୍କ ପ୍ରେରଣାରେ ସେ ଉତ୍ସାହିତ ହୋଇ ସେ ସ୍ୱଚ୍ଛତା କମିଶନର ଅଫ ଅହମଦାବାଦ ପଦ ନିମିତ୍ତ ନିର୍ବାଚନରେ ଛିଡ଼ା ହୋଇଥିଲେ ଏବଂ ଜିତିଥିଲେ । ବହୁବାର ତାଙ୍କର ମତ ବ୍ରିଟିଶ ସରକାରଙ୍କଠାରୁ ଭିନ୍ନ ହେଲେ ମଧ୍ୟ ସେ ରାଜନୀତିରେ ପ୍ରବେଶ କରିବା କଥା ଚିନ୍ତା କରିନଥିଲେ । ଅକ୍ଟୋବର ୧୯୧୭ରେ ସେ ଗାନ୍ଧିଜୀଙ୍କ ସହ ଭେଟ ହେଲାପରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କଲେ ।

ଗୁଜରାଟରେ ସତ୍ୟାଗ୍ରହସମ୍ପାଦନ କରନ୍ତୁ

କଂଗ୍ରେସ ସ୍ୱେଛାସେବୀମାନଙ୍କର ସହାୟତାରେ ପଟେଲଜୀ ଗୁଜରାଟରେ ସ୍ଥିତ ଖେଦା ଜିଲ୍ଲାର ଗାଁ ଗାଁ ବୁଲି ଲୋକଙ୍କର ଆପତ୍ତି ଲେଖି ରଖୁଥିଲେ ଏବଂ ଏହାସହ ସରକାରଙ୍କୁ ଟିକସ ନଦେବା ନିମିତ୍ତ ଉତ୍ସାହିତ କରୁଥିଲେ । ପଟେଲଜୀ ଦେଶରେ ଏକତା ଏବଂ ଅହିଂସା ନିମିତ୍ତ ଲୋକଙ୍କୁ କଠିନତା ଆପଣେଇବାକୁ ପ୍ରେରଣା ଯୋଗାଉଥିଲେ । ସେ ପ୍ରତି ଗ୍ରାମରୁ ବହୁମାତ୍ରାରେ ସମର୍ଥନ ଲାଭ କରିଥିଲେ । ସେ ପ୍ରତି ଗାଁରେ କାମ କରିବା ନିମିତ୍ତ ଏକ ସ୍ୱେଛାସେବୀ ମଣ୍ଡଳୀ ତିଆରି କରିଥିଲେ । ପଟେଲଜୀ ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନକୁ ଅନେକ ସାହାର୍ଯ୍ୟ କରିଥିଲେ । ସେ ତାଙ୍କର ରାଜ୍ୟ ଗୁଜରାଟ ବୁଲି ବୁଲି ପାଖାପାଖି ୩ ଲକ୍ଷ୍ୟ ସ୍ୱେଛାସେବୀ ଏବଂ ୧୫ ଲକ୍ଷ୍ୟରୁ ଅଧିକ ପାଣ୍ଠି ସଂଗ୍ରହ କରିପାରିଥିଲେ । ଲବଣ ସତ୍ୟାଗ୍ରହ ବେଳେ ପଟେଲଜୀଙ୍କର ଜେଲ ଯିବାପରେ ଗୁଜରାଟରେ ଆନ୍ଦୋଳନ ନିଆଁ ଭଳି ବ୍ୟାପି ଥିଲା । କଂଗ୍ରେସରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବା ୧୯୩୪ ମସିହାରୁ ପଟେଲଜୀଙ୍କର ଆରମ୍ଭ ହୋଇଥିଲା । ଦଳ ନିମିତ୍ତ ପାଣ୍ଠି ଏବଂ ସ୍ୱେଚ୍ଛାସେବୀ ସଂଗ୍ରହରେ ତାଙ୍କର ଅନେକ ଅବଦାନ ରହିଥିଲା ।

ଭାରତ ଛାଡ଼ ଆନ୍ଦୋଳନସମ୍ପାଦନ କରନ୍ତୁ

୧୯୪୦ ମସିହାରେ ସେ ଗାନ୍ଧିଜୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହାନିମିତ୍ତ ତାଙ୍କୁ ୯ ମାସ କାରାବରଣ କରିବାକୁ ପଡିଥିଲା । ଏହି ସମୟରେ ତାଙ୍କର ପାଖାପଖି ୯ କିଲୋ ଓଜନ କମ ହୋଇଯାଇଥିଲା । ସିଙ୍ଗାପୁର ଏବଂ ମ୍ୟାନମାରରେ ଯେପରି ବ୍ରିଟିଶ ସରକାର ଛାଡ଼ି ଚାଲିଗଲେ, ଭାରତରେ ମଧ୍ୟ ସେଭଳି ଭାରତ ଛାଡ଼ ଆନ୍ଦୋଳନଦ୍ୱାରା ବ୍ରିଟିଶମାନଙ୍କୁ ବାହାର କରିହେବ ବୋଲି ସେ ଗାନ୍ଧିଜୀଙ୍କୁ ସମର୍ଥନ ଯୋଗାଇଥିଲେ । ସେ ଏହି ଆନ୍ଦୋଳନ ନିମିତ୍ତ ପ୍ରଚାର ଯେତେଶୀଘ୍ର ସମ୍ଭବ ଆରମ୍ଭ କରିବାକୁ ଚାହୁଁଥିଲେ । କଂଗ୍ରେସରୁ ଉପଯୁକ୍ତ ସମର୍ଥନ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇଦେବେ ବୋଲି କହିଥିଲେ ।

ସ୍ୱାଧିନତା ପରର ଜୀବନସମ୍ପାଦନ କରନ୍ତୁ

ଗାନ୍ଧିଜୀଙ୍କର ଅନୁରୋଧ କ୍ରମେ ପଟେଲଜୀ ନେହରୁଙ୍କ ନିମିତ୍ତ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରି ଆସିଲେ । ସେ ସ୍ୱାଧୀନ ଭାରତର ଗୃହମନ୍ତ୍ରୀ ରୂପେ ପ୍ରାଦେଶିକ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।

ମୃତ୍ୟୁସମ୍ପାଦନ କରନ୍ତୁ

୧୯୫୦ ମସିହା ଗ୍ରୀଷ୍ମରେ ପଟେଲଜୀଙ୍କର ଦେହ ବହୁତ ଖରାପ ହେବାକୁ ଲାଗିଲା । ସେ ରକ୍ତ ବାନ୍ତି କରୁଥିଲେ । ସେହି ବର୍ଷ ୨ ନଭେମ୍ବର ପରେ ତାଙ୍କର ଦେହ ସାଙ୍ଘାତିକ ରୂପେ ଖରାପ ହେବାର ଲାଗିଲା ଯେବେ ସେ ବାରମ୍ବାର ଚେତା ହରାଉଥିଲେ । ଗୋଟିଏ ବଡ ହୃଦଘାତରେ ପଟେଲଜୀ ବମ୍ବସ୍ଥିତ ବିର୍ଲା ହାଉସରେ ୧୫ ଡ଼ିସେମ୍ବର ୧୯୫୦ ମସିହା ସକାଳ ୯:୩୭ ସମୟରେ ଇହଧାମ ତ୍ୟାଗ କରିଥିଲେ । ତାଙ୍କର ସମାଧି ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନେହୁରୁ ଏବଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସହ ପାଖାପାଖି ଦଶ ଲକ୍ଷ ଲୋକ ଉପସ୍ଥିତ ଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. http://onlykashmir.in/21314/pm-modi-dedicates-statue-of-unity-to-the-nation/
  2. Gandhi, Rajmohan (1990). Patel: A Life. India: Navaj. p. 3. OCLC 25788696.
  3. Gandhi, Rajmohan. Patel: A Life. p. 14.
  4. Gandhi, Rajmohan. Patel: A Life. p. 13.
  5. Lalchand, Kewalram (1977). The Indomitable Sardar. Bharatiya Vidya Bhavan. p. 4. Sardar Vallabhbhai Patel

ଅଧିକ ତଥ୍ୟସମ୍ପାଦନ କରନ୍ତୁ