ସାଧୁ ମେହେର
ସାଧୁ ମେହେର (ଜନ୍ମ ୧ ଜାନୁଆରୀ ୧୯୪୦) ଜଣେ ପଦ୍ମଶ୍ରୀ ସମ୍ମାନିତ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ ।[୧]
ପଦ୍ମଶ୍ରୀ ସାଧୁ ମେହେର | |
---|---|
![]() ସାଧୁ ମେହେର (ବାମ), ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ (ଡାହାଣ)ଠାରୁ ପଦ୍ମଶ୍ରୀ ଗ୍ରହଣ କରୁଛନ୍ତି | |
ଜନ୍ମ | |
ବୃତ୍ତି | ଅଭିନେତା, ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୬୯-ଏବେଯାଏଁ |
ପୁରସ୍କାର(ଗୁଡ଼ିକ) | ପଦ୍ମଶ୍ରୀ, ୨୦୧୭, ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ରାଷ୍ଟ୍ରୀୟ ପୁରସ୍କାର, ୧୯୭୪ |
ସାଧୁ, ୧୯୪୦ ମସିହା ଜାନୁଆରୀ ପହିଲା ତାରିଖରେ ବୌଦ୍ଧ ଜିଲ୍ଲାର ଗୁଡଭେଲିପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତା ଜଣେ ବୁଣାକାର ଥିଲେ । ସୋନପୁର ସହରରେ ସେ ନିଜର ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥିଲେ । ପିଲାଦିନରୁ ସେ ଅଭିନୟ ପ୍ରତି ଆକର୍ଷିତ ଥିଲେ । ଅଭିନୟରେ ସେ ଏପରି ମଗ୍ନ ଥିଲେ ଯେ, ମଞ୍ଚରେ ଅଭିନୟ କରୁଥିବା ସମୟରେ ତାଙ୍କୁ ପିତାଙ୍କ ମୃତ୍ୟୁଖବର ମିଳିଥିଲା, କିନ୍ତୁ ସେ ମଞ୍ଚଛାଡ଼ି ନଯାଇ ଅଭିନୟ ସମାପ୍ତ କରିଥିଲେ । ସ୍ନାତକ ଶିକ୍ଷାପରେ, ସେ କଲିକତାର ରବୀନ୍ଦ୍ର ଭାରତୀ ଯାଇଥିଲେ ଅଭିନୟରେ ଡିପ୍ଲୋମା କରିବା ପାଇଁ । ସେଠାରେ, ମଞ୍ଚ ଓ ସିନେମା ପ୍ରଭାବରେ ତାଙ୍କ ଜୀବନର ଗତିପଥ ପରିବର୍ତ୍ତନ ହୋଇଥିଲା । ସେ ପୁନାର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଯାଇ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ । ତାପରେ ସେ ଥିଏଟରରେ ଯୋଗଦେଲେ ଓ ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶନାରେ ଅନେକ ନାଟକରେ ଅଭିନୟ କରିଥିଲେ ।
କଥାଚିତ୍ର ଜୀବନ ସମ୍ପାଦନ କରନ୍ତୁ
୧୯୬୯ ମସିହାରେ ସେ ଭୂବନ ସୋମ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏଥିରେ ସେ ଏକ ମୂକ ପକ୍ଷୀଧରାଳୀ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୪ର ଚଳଚ୍ଚିତ୍ର ଅଙ୍କୁର ତାଙ୍କୁ ଜାତୀୟ ସ୍ଥରରେ ଜଣେ ଭଲ ଅଭିନେତାର ସ୍ୱୀକୃତି ଦେଇଥିଲା । ସାଧୁ ୨୮ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ଇଛା ପୂରଣ, ୨୭ ଡାଉନ୍, ମନ୍ଥନ, ଦେବଶିଶୁ, ନିଶାନ୍ତ, ସଫେଦ ହାତୀ, ମୃଗୟା, ଚରାଚର, ଉତ୍ତରଣ ଆଦି ହିନ୍ଦୀ ଚଳଚ୍ଚିତ୍ର ସେଥି ମଧ୍ୟରୁ ଅନ୍ୟତମ । ୧୯୭୭ ମସିହାରେ ସେ ନିଜ ପ୍ରଥମ ଓଡ଼ିଆ କଥାଚିତ୍ର ଅଭିମାନର ନିର୍ଦ୍ଦେଶନା କରିଥିଲେ, ଅଭିମାନ ଥିଲା ଅଭିନେତା ଉତ୍ତମ ମହାନ୍ତିଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ତାପରେ, ସେ ଅଭିଳାଷ, ଅପରିଚିତା, ଗୋପରେ ବଢୁଚି କଳାକହ୍ନେଇ ଆଦି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି । ଶୀତ ରାତି, ଭୁଖା ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଜୟ ଜଗନ୍ନାଥ | ୨୦୦୭ | ସବ୍ୟସାଚୀ ମହାପାତ୍ର |
ବାବୁଲା | ୧୯୮୫ | ସାଧୁ ମେହେର |
କସ୍ତୁରୀ | ୧୯୮୭ | ଜେ. ଏଚ. ସତ୍ତାର |
ଅପରିଚିତା | ୧୯୮୦ | ସାଧୁ ମେହେର |
ମାନ ସମ୍ମାନ ସମ୍ପାଦନ କରନ୍ତୁ
- ପଦ୍ମଶ୍ରୀ, ୨୦୧୭[୩]
- ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ଜାତୀୟ ପୁରସ୍କାର, ୧୯୭୪[୪]
- ଜୟଦେବ ସମ୍ମାନ[୫]
- ଭାରତୀୟ ପାନୋରମା ତଥା ଜାତୀୟ ପୁରସ୍କାର ଚୟନ ସମିତିରେ ଅନେକ ଥର ଜୁରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ
ବର୍ତ୍ତମାନ, ସେ ନିଜ ଗ୍ରାମ ଗୁଡଭେଲିପଦରରେ ରହି ମଞ୍ଚ ନିର୍ଦ୍ଦେଶନା ସହିତ ଜଡ଼ିତ ଅଛନ୍ତି ।[୬]
ଆଧାର ସମ୍ପାଦନ କରନ୍ତୁ
- ↑ cinemasagar.comରେ ସାଧୁ ମେହେର
- ↑ "ସାଧୁ ମେହେରଙ୍କ ବିଷୟରେ କେତୋଟି କଥା". ଓଡ଼ିଶା ଡଟ୍ କମ୍. Retrieved 26 June 2016.
- ↑ "Padma Awards 2017 announced". PIB, Govt. of India, MHA. Retrieved 25 January 2017.
- ↑ "22nd National Film Festival (1975)" (PDF). dff.nic.in. Directorate of Film Festivals. p. 14. Retrieved 30 July 2011.
- ↑ "Starry Nite marks state film awards- Orissa- IBNLive". ibnlive.in.com. 2011. Retrieved 16 January 2013.
In the absence of veteran film actor-director Sadhu Meher, the Jaydev Award-2008 for Lifetime Achievement was received by his friend
- ↑ http://www.odisha.com/archives/23690
ଅଧିକ ତଥ୍ୟ ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ସାଧୁ ମେହେର