ଶିଶିର ମିଶ୍ର

ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ

ଶିଶିର ମିଶ୍ର(ଜନ୍ମ : ୧୯୪୨) ଜଣେ ଓଡ଼ିଆ କଥାଚିତ୍ର ଓ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଅଟନ୍ତି ।[୧] ଓଡ଼ିଆ କଥାଚିତ୍ରକୁ ସାମଗ୍ରୀକ ଅବଦାନ ନିମନ୍ତେ ତାଙ୍କୁ ୨୦୦୫ ମସିହାରେ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨] ୨୦୧୮ରେ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ଶିଶିର ମିଶ୍ର
Born୧୯୪୨
Nationalityଭାରତୀୟ
Known forକଥାଚିତ୍ର ନିର୍ଦ୍ଦେଶନା
Parentପୁରୁଷୋତ୍ତମ ମିଶ୍ର
Awardsଜୟଦେବ ପୁରସ୍କାର, ପଦ୍ମଶ୍ରୀ

ଶିଶିର ମିଶ୍ର, ୧୯୪୨ମସିହାରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ ବୋମକେଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପୁରୁଷୋତ୍ତମ ମିଶ୍ର, ଇଂରେଜ ସରକାରଙ୍କ ଅଧିନରେ ଜଣେ ଇଂଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ଶିଶିର, ଖଲିକୋଟ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଓ ରେଭେନ୍ସା ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାହାସଲ କରିଥିଲେ । ସ୍ୱଳ୍ପ ସମୟ ପାଇଁ ଅଧ୍ୟାପନା କରିବା ପରେ, ସିନେମାରେ କାମ କରିବା ପାଇଁ ମୁମ୍ବାଇକୁ ଚାଲିଯାଇଥିଲେ । ୧୯୬୫ମସିହାରେ ସେ ନିର୍ଦ୍ଦେଶକ ମେହବୁବ୍ ଖାନଙ୍କ ସହନିର୍ଦ୍ଦେଶକ ଭାବରେ କାମ ଆରମ୍ଭ କରିଥିଲେ । ପରେ ଜ୍ୟୋତି ସ୍ୱରୂପଙ୍କ ସହନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] କିଛି ବର୍ଷ ମୁମ୍ବାଇଅରେ ଚଳଚ୍ଚିତ୍ର ନିର୍ଦ୍ଦେଶନା କରିବା ପରେ, ସେ ଓଡ଼ିଶା ଫେରିଆସିଥିଲେ । ୧୯୭୬ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ସିନ୍ଦୁର ବିନ୍ଦୁ ମୁକ୍ତିଲାଭ କରିଥିଲା ।[୪]

ଓଡ଼ିଆ କଥାଚିତ୍ରରେ ଭୂମିକା ସମ୍ପାଦନା

କଥାଚିତ୍ର ମୁକ୍ତିଲାଭ ବର୍ଷ ଭୂମିକା
ସାବତ ମା ୨୦୦୩ ନିର୍ଦ୍ଦେଶକ, କାହାଣୀ, ସଂଳାପ, ପଟ୍ଟଲେଖା
ସୁନା ଭାଉଜ ୧୯୯୪ ନିର୍ଦ୍ଦେଶକ
ବସ୍ତ୍ର ହରଣ ୧୯୯୧ ନିର୍ଦ୍ଦେଶକ, କାହାଣୀ, ପଟ୍ଟଲେଖା
ଏଇ ଆମ ସଂସାର ୧୯୮୬ ନିର୍ଦ୍ଦେଶକ
ସମୟ ବଡ଼ ବଳବାନ ୧୯୮୫ ନିର୍ଦ୍ଦେଶକ, ଅଭିନେତା
ସୁବର୍ଣ୍ଣ ସୀତା ୧୯୮୩ ନିର୍ଦ୍ଦେଶକ
ସୁନା ସଂସାର ୧୯୭୭ ନିର୍ଦ୍ଦେଶକ, ପଟ୍ଟଲେଖା, ଅଭିନେତା
ସିନ୍ଦୁର ବିନ୍ଦୁ ୧୯୭୬ ନିର୍ଦ୍ଦେଶକ

ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ସମ୍ପାଦନା

  • ଭିଗି ପଲକେଁ[୫]
  • ସମୟ କି ଧାରା[୬]
  • ବିଲ୍ଲୁ ବାଦଶାହା[୭]
  • ଟାଡା
  • ଅସୀମା

ପୁରସ୍କାର ଓ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
  2. "Jayadev Puraskar to be conferred on film-maker, cinematographer". The Hindu. Retrieved 5 May 2016.
  3. http://www.samajalive.in/post.php?ref=16448&post[permanent dead link]
  4. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 148–. ISBN 978-1-135-94318-9.
  5. Orissa reference: glimpses of Orissa. TechnoCAD Systems. 2001.
  6. Bharathi S. Pradhan (2016). Anything But Khamosh: The Shatrughan Sinha Biography. Om Books International. pp. 292–. ISBN 978-93-85609-59-6.
  7. David Blamey; Robert D'Souza (2005). Living Pictures: Perspectives on the Film Poster in India. Open Editions. ISBN 978-0-949004-15-4.
  8. "ଆମ ପଦ୍ମଶ୍ରୀ". ରବିବାର ସମ୍ବାଦ ୪/୦୨/୨୦୧୮ ପୃଷ୍ଠା ୩. Retrieved 9 February 2018.[permanent dead link]

ଅଧିକ ତଥ୍ୟ ସମ୍ପାଦନା