ଶିଶିର ମୋହନ ପତି

ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ

ଶିଶିର ମୋହନ ପତି (୨୪ ଫେବୃଆରୀ ୧୯୫୬ - ୧୨ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଥିଲେ ।[୧] ସେ ଓଡ଼ିଆ କଥାଚିତ୍ର ଜଗତରେ ବୁଟୁ ଭାବରେ ପରିଚିତ ଥିଲେ ।[୨] ୧୯୮୪ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୯୮୯ ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ପଞ୍ଚୁ ପାଣ୍ଡବ । ଏହାପରେ ସେ ରାଜା ରାଣୀ, ଏଇଠି ସ୍ୱର୍ଗ ଏଇଠି ନର୍କ, ମା ପରି କିଏ ହେବ ଭଳି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । କଥାଚିତ୍ର ବ୍ୟତୀତ ଶିଶିର କିଛି ଓଡ଼ିଆ ଦୂରଦର୍ଶନ ଧାରାବାହିକ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୩]

ଶିଶିର ମୋହନ ପତି
ଜନ୍ମ(1956-02-24)୨୪ ଫେବୃଆରୀ ୧୯୫୬
ମୃତ୍ୟୁ୧୨ ସେପ୍ଟେମ୍ବର ୨୦୨୦(2020-09-12) (ବୟସ ୬୪)
ଜାତୀୟତାଭାରତୀୟ
ବୃତ୍ତିଚଳଚ୍ଚିତ୍ର ଓ ଧାରାବାହିକ ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୮୪ - ୨୦୨୦
ବୈବାହିକ-ସାଥୀଲତା ପତି
ସନ୍ତାନସୌରଭ ମୋହନ ପତି

ଜନ୍ମ ଓ ପରିବାର ସମ୍ପାଦନା

ଶିଶିର ମୋହନ ପତି ୧୯୫୬ ମସିହାର ଫେବୃଆରୀ ମାସ ୨୪ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ପତ୍ନୀଙ୍କ ନାମ ଲତା ପତି ।[୪]

ବୃତ୍ତି ସମ୍ପାଦନା

ଶିଶିର ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ କଥାଚିତ୍ର ଡୋରାରେ ସହ-ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ଜଗା ବଳିଆ, ହୀରାନିଳା, ଜଗା ହାତରେ ପଘା, କଣ୍ଢେଇ, ମା, ଘର ସଂସାର ଭଳି କଥାଚିତ୍ରର ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୫]

୧୯୮୯ ମସିହାରେ ଶିଶରଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ପଞ୍ଚୁ ପାଣ୍ଡବ ମୁକ୍ତିଲାଭ କରିଥିଲା, ଯାହାର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ନନ୍ଦ । ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ମଧ୍ୟ ଶିଶିର ରଚାନା କରିଥଲେ । ଏହାପରେ ରାଜାରାଣୀ, ମା ପରି କିଏ ହେବ, ଏଇଠି ସ୍ୱର୍ଗ ଏଇଠି ନର୍କ ଭଳି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୬] ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ ।[୭]

ନିର୍ଦ୍ଦେଶକ ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୧୯୮୯ ପଞ୍ଚୁ ପାଣ୍ଡବ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର
ରାଜ ରାଣୀ
୧୯୯୯ ମା ପରି କିଏ ହେବ
୨୦୦୩ ଏଇଠି ସ୍ୱର୍ଗ ଏଇଠି ନର୍କ ନିର୍ଦ୍ଦେଶିତ ଶେଷ କଥାଚିତ୍ର

ସହ-ନିର୍ଦ୍ଦେଶକ ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ
୧୯୮୪ ଡୋରା ପ୍ରଶାନ୍ତ ନନ୍ଦ
ଜଗା ବଳିଆ ପ୍ରଶାନ୍ତ ନନ୍ଦ
ହୀରାନୀଳା ପ୍ରଶାନ୍ତ ନନ୍ଦ
୧୯୮୫ ଜଗା ହାତରେ ପଘା
୧୯୯୦ କଣ୍ଢେଇ ପ୍ରଶାନ୍ତ ନନ୍ଦ
୧୯୯୨ ମା
୧୯୯୩ ଘର ସଂସାର[୪] ପ୍ରଶାନ୍ତ ନନ୍ଦ

ଚିତ୍ରନାଟ୍ୟ ଓ ସଂଳାପ ରଚନା ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୧୯୮୯ ପଞ୍ଚୁ ପାଣ୍ଡବ ସଂଳାପ ଓ ଚିତ୍ରନାଟ୍ୟ
୨୦୦୩ ଏଇଠି ସ୍ୱର୍ଗ ଏଇଠି ନର୍କ ଚିତ୍ରନାଟ୍ୟ

ମୃତ୍ୟୁ ସମ୍ପାଦନା

ଶିଶିର ମୋହନ ପତି ୨୦୨୦ ମସିହାର ସେପ୍ଟେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ବ୍ରୋଙ୍କୋ ଆଜମାରେ ପୀଡ଼ିତ ଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । କଟକର ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ଆଧାର ସମ୍ପାଦନା

  1. "Ollywood director Sisir Mohan Pati passes away". Prameyanews. 12 September 2020. Archived from the original on 13 September 2020. Retrieved 13 September 2020.
  2. "Veteran Odia film director 'Butu Bhai' passes away - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
  3. ୩.୦ ୩.୧ ୩.୨ "ଓଡ଼ିଆ ସିନେ ଜଗତର ଖ୍ୟାତନାମା ନିର୍ଦ୍ଦେଶକ ଶିଶିର ମୋହନ ପତି(ବୁଟୁ)ଙ୍କର ପରଲୋକ". ସମ୍ବାଦ. sambad.in. 13 September 2020. Archived from the original on 13 September 2020. Retrieved 13 September 2020.
  4. ୪.୦ ୪.୧ "ଓଡ଼ିଆ ସିନେ ନିର୍ଦ୍ଦେଶକ ଶିଶିର ପତିଙ୍କ ପରଲୋକ". Prameya. 13 September 2020. Archived from the original on 13 September 2020. Retrieved 13 September 2020.
  5. "ଓଲିଉଡରେ ପୁଣି ଏକ ଦୁଃଖ ଖବର – ଖ୍ୟାତନାମା ନିର୍ଦ୍ଦେଶକ ଶିଶିର ମୋହନ ପତି (ବୁଟୁ ଭାଇ) ଙ୍କର ନିଧନ – Odiapua.com". ଓଡ଼ିଆ ପୁଅ. 13 September 2020. Archived from the original on 13 September 2020. Retrieved 13 September 2020.
  6. "ଶିଶିର ଚାଲିଗଲେ ଆରପାରିକୁ". Odisha Reporter. 12 September 2020. Archived from the original on 13 September 2020. Retrieved 13 September 2020.
  7. "Ollywood Director Sisir Mohan Pati Passes Away in Cuttack". KalingaTV. 13 September 2020. Archived from the original on 13 September 2020. Retrieved 13 September 2020.

ବାହାର ଆଧାର ସମ୍ପାଦନା