ରାଜୁ ମିଶ୍ର

ଓଡ଼ିଆ କଥାଚିତ୍ର ଚିତ୍ରୋତ୍ତଳକ, ନିର୍ଦ୍ଦେଶକ ଓ ଚିତ୍ରନାଟ୍ୟ ଲେଖକ

ରାଜୁ ମିଶ୍ର ( ୨୬ ଅକ୍ଟୋବର ୧୯୪୯ - ୦୨ ନଭେମ୍ବର ୨୦୨୦)[୨] ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ଚିତ୍ରୋତ୍ତଳକ, ସଙ୍ଗୀତ ନିର୍ଦ୍ଦେଶକ ଓ ଚିତ୍ରନାଟ୍ୟ ଲେଖକ ଥିଲେ ।[୩] ସେ ପୁନେର ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା, ପୁନେରୁ ସିନେମାଟୋଗ୍ରାଫିରେ (ଚିତ୍ରୋତ୍ତଳନ) ସ୍ୱର୍ଣ୍ଣପଦକ ଲାଭ କରିଥିଲେ ।[୪]

ରାଜୁ ମିଶ୍ର
ଜନ୍ମ
ରାଜ ଗୋପାଳ ମିଶ୍ର

(1949-10-26)୨୬ ଅକ୍ଟୋବର ୧୯୪୯
ମୃତ୍ୟୁ୨ ନଭେମ୍ବର ୨୦୨୦(2020-11-02) (ବୟସ ୭୧)
ବୃତ୍ତି(s)ଓଡ଼ିଆ ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ-ଲେଖକ, ସଙ୍ଗୀତ ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୭୮ - ୨୦୨୦
ଜୀବନସାଥୀପ୍ରତିମା ମଞ୍ଜରୀ ମିଶ୍ର
ସନ୍ତାନମୋହିତ, ପୁନିତ
ପିତାମାତା(s)ବିମଳ ମିଶ୍ର, ସୁମତି ଦେବୀ
ପୁରସ୍କାର(ଗୁଡ଼ିକ)ଜୟଦେବ ପୁରସ୍କାର[୧]

ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ରାଜୁ ୧୯୪୯ ମସିହା ଅକ୍ଟୋବର ମାସ ୨୬ ତାରିଖରେ ଜଟଣୀର ଗୋପବନ୍ଧୁ ନଗରର ଏକ ସଙ୍ଗୀତମୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ବିମଳ ମିଶ୍ର ଜଣେ ତବଲା ବାଦକ ଓ ମାତା ସୁମତୀ ଦେବୀ ଜଣେ କଣ୍ଠଶିଳ୍ପୀ ଥିଲେ । ଉଭୟ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ । ରାଜୁ କିନ୍ତୁ ବିଧିବଦ୍ଧ ସଙ୍ଗୀତ ଶିକ୍ଷା କରି ନଥିଲେ । ନିଜ ଉଦ୍ୟମରେ ହାରମୋନିୟମ ଆଦି ବଜେଇବା ଶିଖିଥିଲେ । ଜଟଣୀ ହାଇସ୍କୁଲ ଓ ନିରାକାରପୁର କଲେଜରୁ ସେ ଶିକ୍ଷାଗ୍ରହଣ କରିଥିଲେ । ପିଲାଦିନୁ ଫଟୋଗ୍ରାଫୀର ସଉକ ଯୋଗୁ, ସିନେମାଟୋଗ୍ରାଫିରେ ଶିକ୍ଷା କରିବା ପାଇଁ ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା, ପୁନେରେ ଯୋଗ ଦେଇଥିଲେ । ସେ ପ୍ରତିମା ମଞ୍ଜରୀଙ୍କୁ ବିବାହ କରିଥିଲେ । ମୋହିତ ଓ ପୁନିତ ନାମରେ ତାଙ୍କର ଦୁଇ ପୁଅ ଅଛନ୍ତି ।[୨]

ଚଳଚ୍ଚିତ୍ର ଜୀବନ ସମ୍ପାଦନ କରନ୍ତୁ

ସର୍ବସାକ୍ଷୀ ନାମକ ଏକ ମରାଠୀ ଚଳଚ୍ଚିତ୍ରରେ ସେ ପ୍ରଥମେ ସିନେମାଟୋଗ୍ରାଫି କରିଥିଲେ । ଏହି ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ୧୯୭୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ । ଏହାପରେ ୧୯୮୧ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଉଲ୍‌କାରେ ସେ ଅଭିନୟ କରିବା ସହ ଚିତ୍ରୋତ୍ତଳକ ଓ ସଙ୍ଗୀତକାର ଭାବରେ କାର୍ଯ୍ୟ କରିଥିଲେ । ସେ ୨୦ରୁ ଅଧିକ ଓଡ଼ିଆ, ହିନ୍ଦୀ, ଆସାମୀ, ମରାଠୀ ଓ ବଙ୍ଗଳା କଥାଚିତ୍ରରେ ସିନେମାଟୋଗ୍ରାଫର ବା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ ମସିହାର ଚଳଚ୍ଚିତ୍ର ଯୋର ଯା'ର ମୂଲକ ତାର ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।[୫] ତାଙ୍କର ଶେଷ ଓଡ଼ିଆ ଚଳଚ୍ଚିତ୍ର ଥିଲା କୋଟିଏରେ ଗୋଟିଏ ମନ[୨]

ଚଳଚ୍ଚିତ୍ରରେ ଭୂମିକା ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ଭୂମିକା
ଜଗା ହାତରେ ପଘା ୧୯୮୬ ଚିତ୍ରୋତ୍ତଳକ
ଯୋର ଯା'ର ମୂଲକ ତାର ୧୯୮୬ ନିର୍ଦ୍ଦେଶକ, ଚିତ୍ରୋତ୍ତଳକ, କାହାଣୀ, ପଟ୍ଟଲେଖା
ସତ କେବେ ଲୁଚି ରହେନା ୧୯୮୫ ଚିତ୍ରୋତ୍ତଳକ
ଜନନୀ ୧୯୮୪ ଚିତ୍ରୋତ୍ତଳକ
ଉଲ୍‌କା ୧୯୮୧ ସଙ୍ଗୀତକାର, ଅଭିନେତା

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

ମୃତ୍ୟୁ ସମ୍ପାଦନ କରନ୍ତୁ

୨୦୨୦ ନଭେମ୍ବର ୨ ତାରିଖରେ ରାଜୁ ମିଶ୍ରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା ।[୯]

ଆଧାର ସମ୍ପାଦନ କରନ୍ତୁ

  1. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
  2. ୨.୦ ୨.୧ ୨.୨ "ସିନେମା ଆକାଶରୁ ଖସିଗଲା ଉଲକା". No. ସମ୍ବାଦ ୦୩/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ନ ମିଡିଆ. pp. ୧, ୯. Archived from the original on 3 November 2020. Retrieved 3 November 2020.
  3. "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.
  4. Palit, Ashok. "24th Odisha State Film awards declared, Director Raju Mishra chosen for Jayadev Award". Odishadiary. Retrieved 10 December 2013.
  5. ସିନେସମ୍ବାଦ ଜାନୁଆରୀ ୨୧-୨୭,୨୦୧୬ ପୃଷ୍ଠା ୧୫ ଜଣା-ଅଜଣା http://sambadepaper.com/Details.aspx?id=225781&boxid=14344822. Retrieved 21 January 2016. {{cite news}}: Missing or empty |title= (help)
  6. Singha, Minati. "No film award in 7 categories". Times of India. Retrieved 10 December 2013.
  7. "Raju Mishra presented FitFat Bioscope award". Indian Express. Retrieved 10 December 2013.
  8. "ରାଜୁ ମିଶ୍ରଙ୍କୁ 'ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର'". No. ଧରିତ୍ରୀ ୧୦/୦୯/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଧରିତ୍ରୀ. Archived from the original on 10 September 2020. Retrieved 10 September 2020.
  9. "Eminent Odia Film Director Raju Mishra Passes Away". www.odishatv.in. ଓଟିଭି. Archived from the original on 2 November 2020. Retrieved 2 November 2020.

ବାହାର ଆଧାର ସମ୍ପାଦନ କରନ୍ତୁ