ସୁପରଷ୍ଟାର (ଓଡ଼ିଆ କଥାଚିତ୍ର)
ସୁପରଷ୍ଟାର, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାନନ୍ଦ ପଣ୍ଡା ଏବଂ ସମ୍ପୂର୍ଣ୍ଣାନନ୍ଦ ପଣ୍ଡା । ଦେବାନନ୍ଦ ପଣ୍ଡା ଏବଂ ବରଦା ପ୍ରସନ୍ନ ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଶରଣାରବିନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବରଦା ପ୍ରସନ୍ନ ତ୍ରିପାଠୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ସୁପରଷ୍ଟାର | |
---|---|
ନିର୍ଦ୍ଦେଶକ | ବରଦା ପ୍ରସନ୍ନ ତ୍ରିପାଠୀ |
ପ୍ରଯୋଜକ | ଦେବାନନ୍ଦ ପଣ୍ଡା ସମ୍ପୂର୍ଣ୍ଣାନନ୍ଦ ପଣ୍ଡା |
ସଂଳାପ | ଶରଣାରବିନ୍ଦ |
ଚିତ୍ରନାଟ୍ୟ | ବରଦା ପ୍ରସନ୍ନ ତ୍ରିପାଠୀ |
କାହାଣୀ | ଦେବାନନ୍ଦ ପଣ୍ଡା ବରଦା ପ୍ରସନ୍ନ ତ୍ରିପାଠୀ |
କଳାକାର | ଅଂଶୁମାନ ରାଲି ନନ୍ଦ ଅଶ୍ୱିନୀ ବ୍ରହ୍ମା ମିହିର ଦାସ ମହାଶ୍ୱେତା ରାୟ ନାନା ପାଟେକର |
ସଙ୍ଗୀତ | ମହିର ମହାନ୍ତି |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୩ ମଇ ୨୦୧୩[୧] |
ଦେଶ | ![]() |
ଭାଷା | ଓଡ଼ିଆ |
ସଙ୍ଗୀତ ନିର୍ଦ୍ଦେଶକ ମିହିର ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ବାପୁ ଗୋସ୍ୱାମୀ, ଅଜୟ ଜେନା ଏବଂ ଶରଣାରବିନ୍ଦ । ବୋନି ଚକ୍ରବର୍ତ୍ତୀ, ଶିବାନୀ ଦାସ, ଗୌତମ ଗାଙ୍ଗୁଲି, ଇରା ମହାନ୍ତି, ମାନସ ପ୍ରିତମ, ରତି ସତପଥୀ ଆଦି ଗାୟକମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଂଶୁମାନ ଏବଂ ରାଲି ନନ୍ଦ ।[୨] ଅଶ୍ୱିନୀ ବ୍ରହ୍ମା, ମିହିର ଦାସ, ଦିନେଶ, ରତନ ମେହେର, ମହାଶ୍ୱେତା ରାୟ, ଦିନେଶ, ଆର୍. ଜେ. ଗୁରୁ, ହାଡ଼ୁ, ମାମୁନି ମିଶ୍ର, ମନିଷା ମିଶ୍ର, ମଣ୍ଟି ମିଶ୍ର, ସାତ୍ୱକୀ ମିଶ୍ର, କିର୍ତ୍ତୀ ମହାନ୍ତି, ମିହିର ମହାନ୍ତି, ରାକ୍ଷୀ ମହାପାତ୍ର, ଆର୍. ଜେ. ନିକି, ପ୍ରତିଭା ପଣ୍ଡା, ସୂଚିସ୍ମିତା ପଣ୍ଡା, କମଳ ପୂରୋହିତ, ଜୟୀରାମ ସାମଲ, ଶିବାଷିସ, ସୋନମ୍, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ହିନ୍ଦୀ କଥାଚିତ୍ର ଜଗତର ପ୍ରମୁଖ ଅଭିନେତା ନାନା ପାଟେକର ଏହି କଥାଚିତ୍ରଟିରେ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।[୨]
ଅଭିନୟସମ୍ପାଦନ କରନ୍ତୁ
- ଅଂଶୁମାନ
- ରାଲି ନନ୍ଦ[୩]
- ଅଶ୍ୱିନୀ ବ୍ରହ୍ମା
- ମିହିର ଦାସ
- ରତନ ମେହେର
- ମହାଶ୍ୱେତା ରାୟ
- ଦିନେଶ
- ଆର୍. ଜେ. ଗୁରୁ
- ହାଡ଼ୁ
- ମାମୁନି ମିଶ୍ର
- ମନିଷା ମିଶ୍ର
- ମଣ୍ଟି ମିଶ୍ର
- ସାତ୍ୱକୀ ମିଶ୍ର
- କିର୍ତ୍ତୀ ମହାନ୍ତି
- ମିହିର ମହାନ୍ତି
- ରାକ୍ଷୀ ମହାପାତ୍ର
- ଆର୍. ଜେ. ନିକି
- ପ୍ରତିଭା ପଣ୍ଡା
- ସୂଚିସ୍ମିତା ପଣ୍ଡା
- କମଳ ପୂରୋହିତ
- ଜୟୀରାମ ସାମଲ
- ଶିବାଷିସ
- ସୋନମ୍
- ଜର୍ଜ ତିଆଡ଼ି
- ନାନା ପାଟେକର (ଅତିଥି କଳାକାର)
କାହାଣୀସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର କାହାଣୀ ଜଣେ ସଂଘର୍ଷଭରା କଳାକାର ଏବଂ ତା'ର ସନ୍ତାନ ଉପରେ ଚିତ୍ରିତ କରାଯାଇଛି । ଭଲ ଅଭିନୟ କରୁଥିବା ଜଣେ ନୂଆ କଳାକାରକୁ ନିର୍ଦ୍ଦେଶକ ନାୟକ ଭୂମିକାରେ ସୁଯୋଗ ଦେବାପରେ ଇର୍ଷାପରାୟଣ ହୋଇ ଜଣେ ପ୍ରତିଷ୍ଠିତ ନାୟକ ତା'କୁ ନାୟିକାଙ୍କର ବଳତ୍କାର ଅଭିଯୋଗରେ କାରାଗାରକୁ ପଠେଇଦିଏ ।
ସେ କାରାଗାରରୁ ବାହାରିବା ପରେ ଦେଖେ କି ତା' ପୁଅ ବଡ଼ ହୋଇସାରିଛି ଏବଂ ସେ ମଧ୍ୟ ତା' ଭଳି ଏକ ସଂଘର୍ଷ ମଧ୍ୟ ଦେଇ ଗତି କରୁଛି । ତା' ପୁଅ ଏକ ରିଅଲିଟି ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେଇଥାଏ ଏବଂ ସେଇଠି ଅନ୍ୟଜଣେ ପ୍ରତିଯୋଗୀ ଥାଏ, ଯାହର ବାପା ତାକୁ ମିଥା ଅଭିଯୋଗରେ କାରାଗାରକୁ ପଠେଇଦେଇଥିଲେ । ସେ ତା' ପୁଅକୁ ସେହି ପ୍ରତିଯୋଗିତାରେ ବିଜୟୀ ହେବାରେ ସାହାଯ୍ୟ କରେ ।
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହିର ମହାନ୍ତି । ବାପୁ ଗୋସ୍ୱାମୀ, ଅଜୟ ଜେନା ଏବଂ ଶରଣାରବିନ୍ଦ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବୋନି ଚକ୍ରବର୍ତ୍ତୀ, ଶିବାନୀ ଦାସ, ଗୌତମ ଗାଙ୍ଗୁଲି, ଇରା ମହାନ୍ତି, ମାନସ ପ୍ରିତମ, ରତି ସତପଥୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ମାଇଁ ନେମ୍ ଇସ୍ ସୁପରଷ୍ଟାର" | |
2. | "ମୋ ଠୁ ନେଇ" | |
3. | "ମୋ ଠୁ ବେଶି" | |
4. | "ଏ ଜହ୍ନ ରାତିରେ" | |
5. | "ମୁଁ ଜୀଇଁଛି ମରିନି" | |
6. | "ଲାଇଫ୍ ଇସ୍ ଏ ଗେମ୍" | |
7. | "ଏଇ ପାହାଡ଼ ତଳେ" | |
8. | "ଓସାରା ଓସାରା" | |
9. | "୧୨୩ ବାଗରୁ" |
ଆଧାରସମ୍ପାଦନ କରନ୍ତୁ
- ↑ "Oriya Films 2013". Incredible Orissa. 28 January 2013. Retrieved 17 October 2017.
- ↑ ୨.୦ ୨.୧ ୨.୨ "Superstar". Incredible Orissa. 2 February 2012. Retrieved 17 October 2017.
- ↑ "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ସୁପରଷ୍ଟାର