ମନେ ମନେ ମନ ଖୋଜୁଥିଲା

୨୦୨୧ର ଓଡ଼ିଆ କଥାଚିତ୍ର

ମନେ ମନେ ମନ ଖୋଜୁଥିଲା ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତୀ ଆଚାର୍ଯ୍ୟ ।[୨] ଦୁର୍ଗା ଆଚାର୍ଯ୍ୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଦୀପକ ଜେନା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୩] ନରସିଂହ ପାଢ଼ୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪] ଅଶୋକ କୁମାର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୫]

ମନେ ମନେ ମନ ଖୋଜୁଥିଲା
ନିର୍ଦ୍ଦେଶକନରସିଂହ ପାଢ଼ୀ
ପ୍ରଯୋଜକପ୍ରଭାତୀ ଆଚାର୍ଯ୍ୟ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟଦୀପକ ଜେନା
କାହାଣୀଦୁର୍ଗା ଆଚାର୍ଯ୍ୟ
କଳାକାରଓମକାର ଆଚାର୍ଯ୍ୟ
ନମ୍ରତା ସିଂହଦେଓ
ପ୍ରିୟଙ୍କା ସାହୁ
ମିହିର ଦାସ
ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତଅଶୋକ କୁମାର
ଚିତ୍ରଗ୍ରହଣଜିତୁ ମିଶ୍ର
ମୁକ୍ତିଲାଭ ତାରିଖ
୮ ଅକ୍ଟୋବର ୨୦୨୧[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଓମକାର ଆଚାର୍ଯ୍ୟ, ନମ୍ରତା ସିଂହଦେଓ ।[୬] ମିହିର ଦାସ, ପ୍ରିୟଙ୍କା ସାହୁ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ଟି. ଅପ୍ପାରାଓ, ଅଞ୍ଜନା ଦାସ, ଅକ୍ଷୟ ସାହୁ, ସୁଚିସ୍ମିତା, ତପନ, ରାଜ ପୁରୋହିତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକରେ ଅଭିନୟ କରିଥିଲେ ।[୫] ନାୟକ ଓମକାର ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୭]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଦୁଇଟି ପରିବାର ମଧ୍ୟରେ ଶତ୍ରୁ ଲାଗିରହିଛି । ଅଭିମନ୍ୟୁଙ୍କ ପୁଅ ଓମ୍ ଓ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ପ୍ରେମରେ ପଡ଼ିଯାନ୍ତି । ଯଦିଓ ଉଭୟ ପରିବାରର ଶତ୍ରୁତା ବିଷୟରେ ଉଭୟ ଜ୍ଞାତ ଥିଲେ, ତଥାପି ସେମାନେ ପରସ୍ପରକୁ ଭଲ ପାଇ ବସନ୍ତି ଏବଂ ଲକ୍ଷ୍ୟ ପଥରେ ଅଗ୍ରସର ହେଇଯା'ନ୍ତି । ଏମିତି ଏକ ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମଟି ନିର୍ମିତ ହୋଇଥିଲା ।[୧୩]

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ କୁମାର ।[୫] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଓମକାର ଲେଙ୍କା, ଦୀପକ ଜେନାଙ୍କ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ ।[୬] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ଅନନ୍ୟା ଆଚାର୍ଯ୍ୟ, ବିଷ୍ଣୁମୋହନ କବି, ସତ୍ୟଜିତ ପ୍ରଧାନ, ଇରା ମହାନ୍ତି, ବସନ୍ତ ପାତ୍ରଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ପାର୍ବଣ ପ୍ରିମିୟର – ପୂଜାରେ ରିଲିଜ୍‌ ହେବ ଏହି ସବୁ ଓଡ଼ିଆ ସିନେମା". Prameya (in ଆମେରିକୀୟ ଇଂରାଜୀ). 2021-09-29. Retrieved 2021-11-07.
  2. "ନୂଆ ଚଳଚ୍ଚିତ୍ର 'ମନେ ମନେ ମନ ଖୋଜୁଥିଲା‌' | Sambad" (in ଆମେରିକୀୟ ଇଂରାଜୀ). 2021-06-05. Retrieved 2021-11-09.
  3. "ପୂଜାରେ ପ୍ରଥମ ରିଲିଜ୍ 'ମନେ ମନେ ମନ ଖୋଜୁଥିଲା' | Sambad" (in ଆମେରିକୀୟ ଇଂରାଜୀ). 2021-10-08. Archived from the original on 2021-11-09. Retrieved 2021-11-09.
  4. "ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଏବେ 'ଶଙ୍କର'". Sambad. ଭୁବନେଶ୍ୱର. 17 July 2022. Archived from the original on 18 September 2023. Retrieved 18 September 2023.
  5. ୫.୦ ୫.୧ ୫.୨ Bal, Sandip (26 November 2019). "Film's mahurat held at city temple - Times of India". The Times of India (in ଇଂରାଜୀ). Retrieved 9 November 2021.
  6. ୬.୦ ୬.୧ "Odia Film 'Mane Mane Mana Khojuthila' Set For Durga Puja Release". Odisha Bytes (in ଆମେରିକୀୟ ଇଂରାଜୀ). 2021-09-12. Retrieved 2021-11-09.
  7. "ମନେ ମନେ ମନ ଖୋଜୁଥିଲା". ଧରିତ୍ରୀ. 21 November 2019. Archived from the original on 9 November 2021. Retrieved 9 November 2021.
  8. "ଏବର୍ଷ ଏହି ନବାଗତ/ନବାଗତାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିପାରେ | Sambad". ସମ୍ବାଦ. sambad.in. 19 January 2020. Archived from the original on 21 December 2021. Retrieved 27 December 2021.
  9. "୨୦୧୯ରେ ଅନୁପସ୍ଥିତ ଓଲିଉଡର ଏହି ଚର୍ଚ୍ଚିତ ନାୟିକାମାନେ | Kanak Lifestyle". Kanak News. lifestyle.kanaknews.com. 31 December 2019. Archived from the original on 17 January 2021. Retrieved 5 December 2021.
  10. "ସଫଳତାର ପଥରେ ନାୟିକା ନମ୍ରତା, ଅଭିନୟ ସହିତ ରାଜନୀତିରେ ପ୍ରତି ରହିଛି ଆଗ୍ରହ". Prameya. କଟକ. 13 September 2021. Archived from the original on 14 September 2021. Retrieved 5 December 2021.
  11. "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
  12. "ଆଉ ଜଣେ ନାୟିକାଙ୍କ ସହ ପରଦାରେ ରୋମାନ୍ସ କରିବେ ପପୁ ପମପମ୍". Sambad (in ଆମେରିକୀୟ ଇଂରାଜୀ). Archived from the original on 2023-05-05. Retrieved 2023-05-05.
  13. Dharitri (2020-03-26). "ଶୁଟିଂ ଚାଲିଛି ମନେ ମନେ ମନ ଖୋଜୁଥିଲା - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2021-11-09.

ବାହାର ଆଧାର ସମ୍ପାଦନା