ହେଲୋ ରାବଣ

୨୦୨୧ ଓଡ଼ିଆ କଥାଚିତ୍ର

ହେଲୋ ରାବଣ, ୨୦୨୧ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଙ୍ଗୀତ ଶତପଥୀ, ଯାହାକି ପପୁ ପମ ପମ କ୍ରିଏସନ୍ ବ୍ୟାନରରେ ନିର୍ମିତ ହୋଇଥିଲା । ରମେଶ ରାଉତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ହେଲୋ ରାବଣ
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକସଙ୍ଗୀତା ଶତପଥୀ
ଚିତ୍ରନାଟ୍ୟରମେଶ ରାଉତ
କଳାକାରପପୁ ପମ ପମ
ଅରବିନ୍ଦ ଷଡ଼ଙ୍ଗୀ
ପ୍ରତିଭା ପଣ୍ଡା
ସଙ୍ଗୀତପପୁ ପମ ପମ
ମୁକ୍ତିଲାଭ ତାରିଖ
୧୫ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ । ଅରବିନ୍ଦ ଷଡ଼ଙ୍ଗୀ, ପ୍ରତିଭା ପଣ୍ଡା, କାଳିଚରଣ ଆଚାର୍ଯ୍ୟ, ରାଜୀବ, ଦୀପକ ତ୍ରିପାଠୀ, ସୁଦିପ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପପୁ ପମ ପମ । ଦୀପକ ଜେନା, ରୂପ ସାଗର, ଟୁକୁନା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବେଶ ପତି, ଅନ୍ତରା ଚକ୍ରବର୍ତ୍ତୀ, ପପୁ ପମ ପମ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ଆ ଆ ଆଲୋ ଧନ ଆ" ଦେବେଶ ପତି, ଅନ୍ତରା ଚକ୍ରବର୍ତ୍ତୀ 
2."ରଜନୀଗନ୍ଧାର ମହକ"ଦୀପକ ଜେନା  
3."ପାଠ ପଢ଼ିଲି ଲାଇଫାଟ୍ ବେକାର"ରୂପ ସାଗର, ଟୁକୁନାପପୁ ପମ ପମ ଓ ଗ୍ରୁପ୍ 
4."ସୈୟାଁ ମାର୍‌ ଲୋ"ଦୀପ ଜେନାପପୁ ପମ ପମ, ଚିତୁ 

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା