ଶ୍ରୀରାମ ପଣ୍ଡା
ଶ୍ରୀରାମ ପଣ୍ଡା ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ କାହାଣୀକାର । ସେ ଅଧୁନା ବିହାରର ମୁଙ୍ଗେର ଆଶ୍ରମରେ ଜଣେ ସନ୍ଥ ଭାବରେ ଜୀବନ ଅତିବାହିତ କରୁଛନ୍ତି ।[୧]
ଶ୍ରୀରାମ ପଣ୍ଡା | |
---|---|
ଜନ୍ମ | |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୭୩-୧୯୯୪ |
ଜୀବନସାଥୀ | ତ୍ରିପୁରା ମିଶ୍ର |
ଜୀବନ ଓ ପରିବାର ସମ୍ପାଦନ କରନ୍ତୁ
ଶ୍ରୀରାମ ପଣ୍ଡା ଓଡ଼ିଶାର ନବରଙ୍ଗପୁରଠାରେ ୧୯୫୪ ମସିହାରେ ଜନ୍ମ ନେଇଥିଲେ । ସେ ୮୦ ଦଶକରେ ଓଡ଼ିଆ କଥାଚିତ୍ର ମାନଙ୍କରେ ଅଭିନୟ କରୁଥିଲେ । ସେତେବେଳେ ତାଙ୍କର କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା । ସେ ତାହାପରେ ୧୯୯୨ରେ ଅଭିନୟ ଛାଡ଼ି ବିହାରାର ଶୃଙ୍ଗେରଠାରେ ଏକ ଆଶ୍ରମରେ "ସ୍ୱାମୀ ନିତ୍ୟ ଚୈତନ୍ୟ" ନାମରେ ସନ୍ଥ ଭାବେ ଜୀବନ କାଟୁଛନ୍ତି । ଓଡ଼ିଆ କଥାଚିତ୍ରର ବିଗତ ଦିନର ଅଭିନେତ୍ରୀ ତ୍ରିପୁରା ମିଶ୍ର ତାଙ୍କର ସ୍ତ୍ରୀ ଓ ସେ ଅଧୁନା ଅଭିନୟ ଛାଡ଼ି ଜଣେ ମହାବିଦ୍ୟାଳୟ ଅଧ୍ୟାପିକା ଭାବରେ କାମ କରୁଛନ୍ତି । ଶ୍ରୀରାମ ଓ ତ୍ରିପୁରାଙ୍କର ଦୁଇଟି ସନ୍ତାନ ଅଛନ୍ତି ।
ଅଭିନୟ ସମ୍ପାଦନ କରନ୍ତୁ
୧୯୭୨ ମସିହାରେ ଧୀର ବିଶ୍ୱାଳଙ୍କ ଧରିତ୍ରୀ କଥାଚିତ୍ରରୁ ପଣ୍ଡା ଅଭିନେତା ଜୀବନ ଆରମ୍ଭ କରିଥିଲେ । ସେ ୫୨ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୨]
ପ୍ରଯୋଯନା ଓ ନିର୍ଦ୍ଦେଶନା ସମ୍ପାଦନ କରନ୍ତୁ
ସେ ୧୯୯୧ ମସିହରେ କଥାଚିତ୍ର କୁରୁକ୍ଷେତ୍ରର ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ।[୩]
ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ
ମାନ ସମ୍ମାନ ସମ୍ପାଦନ କରନ୍ତୁ
- ଜୟଦେବ ସମ୍ମାନ, ୨୦୧୧[୪][୫]
ଆଧାର ସମ୍ପାଦନ କରନ୍ତୁ
- ↑ ଶ୍ୟାମହାରି ଚକ୍ର. A crusader on and off screen!. ଦି ହିନ୍ଦୁ. ୧୭ ଜୁନ ୨୦୦୮
- ↑ Shriram Panda - The Legend of Odia Cinema
- ↑ Singha, Minati (2012). "Sriram Panda to receive Jaydev Award - Times Of India". indiatimes.com. Retrieved 21 January 2013.
has also produced and directed a film 'Kurukhetra' in 1991.
- ↑ Singha, Minati. "Sriram Panda to receive Jaydev Award - The Times of India". indiatimes.com. Retrieved 16 November 2012.
He was chosen for the Jaydev Award that will be given to him at the 23rd state film awards function
- ↑ Palit, Ashok. "Odisha: Swami Nitya Chaitanyahan chosen for prestigious Jaydev award, Orissa Current News". orissadiary.com. Retrieved 16 November 2012.
Sriram Panda, the yester years Odiya film hero has been chosen for the prestigious Jaydev award
ଅଧିକ ତଥ୍ୟ ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀରାମ ପଣ୍ଡା