ମିଷ୍ଟର କହ୍ନେୟା

୨୦୨୨ ଓଡ଼ିଆ କଥାଚିତ୍ର

ମିଷ୍ଟର କହ୍ନେୟା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ, ଯାହାକି ସାର୍ଥକ ମୁଭିଜ୍ ବ୍ୟାନର୍‌ରେ ନିର୍ମିତ ହୋଇଥିଲା ।[୨] ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମିଷ୍ଟର କହ୍ନେୟା
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକସୀତାରାମ ଅଗ୍ରୱାଲ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟରମେଶ ରାଉତ
କଳାକାରପପୁ ପମ ପମ
ଝିଲିକ୍ ଭଟ୍ଟାଚାର୍ଯ୍ୟ
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୪ ଫେବୃଆରୀ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ ଓ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୨] ପ୍ରଦ୍ୟୁମ୍ନ ଲେଙ୍କା, ଟୁକୁନା, ରାଜୀବ, ପ୍ରତିଭା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଫେବୃଆରୀ ୪ ତାରିଖରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ବିବାଦ ସମ୍ପାଦନା

୨୦୧୯ ମସିହାରେ ଏହି କଥାଚିତ୍ରଟିର ଏକ ପୋଷ୍ଟର ରିଲିଜ୍ ହୋଇଥିଲା, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଯେଉଁଥିରେ ନାୟକ ପପୁ ପମ ପମ ୭ ଜଣ ଯୁବତୀଙ୍କୁ ୭ଟି ଦଉଡ଼ିରେ ବନ୍ଧି ହାତରେ ଧରିଥିଲେ ।[୫][୬] ଅଭିଯୋଗ ହେବା ପରେ ଏହି ପୋଷ୍ଟର ପ୍ରଯୋଜନା ସଂସ୍ଥା ତରଫରୁ କରାଯାଇନଥିବା କଥା ପ୍ରଯୋଜନା ସଂସ୍ଥା କହିଥିଲେ ।[୭] ଏହି ପୋଷ୍ଟରକୁ ଦୂତି ଚାନ୍ଦ ମଧ୍ୟ ବିରୋଧ କରିଥିଲେ ।[୮]

୨୦୨୨ ମସିହାରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିବା ସମୟରେ ପୁଣି ବିବାଦ ସୃଷ୍ଟି ହୋଇଥିଲା । ଏହି କଥାଚିତ୍ରରେ କୃଷ୍ଣଙ୍କ ନାମକୁ କାହିଁକି ବ୍ୟବହାର କରାଯାଇଛି ବୋଲି ଅଭିଯୋଗ ହୋଇଥିଲା । ସେହିପରି ଏଥିରେ ଥିବା ଏକ ଗୀତରେ ସକୁନ୍ତଳାଙ୍କୁ କଟାକ୍ଷା କରାଯାଇଥିବା କଥା ଅଭିଯୋଗ ହୋଇଥିଲା ।[୯] ଚଳଚ୍ଚିତ୍ରଟିର ଶୀର୍ଷକ ପରିବର୍ତ୍ତନ କରିବା ସହିତ ଏକ ନିର୍ଦ୍ଦିଷ୍ଟ ଗୀତକୁ କାଢ଼ିବାକୁ ବଜରଙ୍ଗ ଦଳ ଦାବି କରିଥିଲା ।[୧୦] ଏହି କଥାଚିତ୍ରଟିର ସମ୍ପୂର୍ଣ୍ଣ ବ୍ୟାନ୍ କରିବା ମଧ୍ୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ କରାଯାଇଥିଲା ।[୧୧]

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲା । ପପୁ ପମ ପମ, ହ୍ୟୁମାନ ସାଗର, ଅସୀମା ପଣ୍ଡା, ଦେବେଶ ପତି, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଚାଲିରେ ତମ ଲୋଟସ୍ ଫୁଟେ"ପପୁ ପମ ପମ 
2."ହାଏରେ ମୋର କ୍ୟୁଟି ବିଲ୍ଲି"ହ୍ୟୁମାନ ସାଗର 
3."ସ୍ୱାଗତମ୍ ସ୍ୱାଗତମ୍"ଦେବେଶ ପତି, ଅସୀମା ପଣ୍ଡା 
4."ଚୁଡ଼ିଦାର ପିନ୍ଧି ବୁଲୁଚ"ପପୁ ପମ ପମ, ଦୀପ୍ତିରେଖା ପାଢ଼ୀ 
5."ଗଡ୍ ପ୍ରମିଜ୍"ହ୍ୟୁମାନ ସାଗର, ଅସୀମା ପଣ୍ଡା 
6."ଶକୁନ୍ତଳା"ହ୍ୟୁମାନ ସାଗର 
7."ହେଲୋ ମିସ୍ ରସବତୀ ବିଳାସ"ପପୁ ପମ ପମ 

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ୨.୦ ୨.୧ "ଆଜି ମୁକ୍ତିଲାଭ କରୁଛି ପପୁ ପମପମଙ୍କ ବିବାଦୀୟ ସିନେମା 'ମିଷ୍ଟର କହ୍ନେୟା' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 4 February 2022. Archived from the original on 18 June 2022. Retrieved 18 June 2022.
  3. Mr Kanheiya Movie: Showtimes, Review, Trailer, Posters, News & Videos | eTimes, retrieved 2022-06-18
  4. MISHRA, MINATI (17 August 2019). "ପପୁ ପମ୍‌ପମଙ୍କ ଫିଲ୍ମ 'ମିଷ୍ଟର କହ୍ନେୟା' ପୋଷ୍ଟରକୁ ନେଇ ବିବାଦ". ଓ ଟିଭି ଖବର. ଭୁବନେଶ୍ୱର. Archived from the original on 18 June 2022. Retrieved 18 June 2022.
  5. "'ମିଷ୍ଟର କହ୍ନେୟା' ପୋଷ୍ଟର ବିବାଦ ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ: ମିନତି ବେହେରା - Dharitri". Dharitri Odia News. ଭୁବନେଶ୍ୱର. 20 August 2019. Archived from the original on 18 June 2022. Retrieved 18 June 2022.
  6. PRATYUSH, PRADESH (17 August 2019). "ଥାନାକୁ ଗଲା ଫିଲ୍ମ 'ମିଷ୍ଟର କହ୍ନେୟା' ପୋଷ୍ଟର ବିବାଦ". ଓଟିଭି ଖବର. ଭୁବନେଶ୍ୱର. Archived from the original on 18 June 2022. Retrieved 18 June 2022.
  7. "ଫିଲ୍ମ 'ମିଷ୍ଟର କହ୍ନେୟା'ର ପୋଷ୍ଟର ବିବାଦ, ପ୍ରଯୋଜକଙ୍କୁ ନୋଟିସ ଜାରି !". Argus News. ଭୁବନେଶ୍ୱର. 20 August 2019. Archived from the original on 18 June 2022. Retrieved 18 June 2022.
  8. "ଘନେଇଲା ପପୁ-ପୋଷ୍ଟର ବିବାଦ : ମିଷ୍ଟର କହ୍ନେୟା ଫିଲ୍ମ ପ୍ରଡକ୍ସନ ୟୁନିଟକୁ ନୋଟିସ, ଏପଟେ ବିବାଦୀୟ ଅଡିଓ ପ୍ରସଂଗରେ ପପୁଙ୍କୁ କାଠଗଡାକୁ ଟାଣିବେ ବୋଲି କହିଲେ ଧାବିକା ଦୂତୀ ଚାନ୍ଦ". Prameyanews7. ଭୁବନେଶ୍ୱର. 20 August 2019. Archived from the original on 18 June 2022. Retrieved 18 June 2022.
  9. Sethy, Rajesh (9 February 2022). "ମିଷ୍ଟର କହ୍ନେୟା ଫିଲ୍ମ ରିଲିଜ ପରେ ପୁଣି ବିବାଦରେ ପପୁ ପମପମ୍: କୃଷ୍ଣଙ୍କ ନାଁକୁ କାହିଁକି ବ୍ୟବହାର କରାଗଲା ଉଠିଲା ପ୍ରଶ୍ନ | Kanak News". Kanak News. Archived from the original on 18 June 2022. Retrieved 18 June 2022.
  10. "ପପୁଙ୍କ ଫିଲ୍ମ ମିଷ୍ଟର କହ୍ନେୟାକୁ ବିରୋଧ". KNews Odisha. Bhubaneswar. 4 February 2022. Archived from the original on 18 June 2022. Retrieved 18 June 2022.
  11. "PIL filed in Orissa HC against Odia movie 'Mr Kanheiya' for hurting religious sentiments". KalingaTV (in English). Cuttack. 3 February 2022. Archived from the original on 18 June 2022. Retrieved 18 June 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା