ଜୋର୍ କା ଝଟ୍କା
ଜୋର୍ କା ଝଟ୍କା, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ବେହେରା ଓ ଶିବାନୀ ବେହେରା ।[୨] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଶିବାନୀ ବେହେରା । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଓ ଗୀତ ରଚନା କରିଥିଲେ । ପିନୁ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]
ଜୋର୍ କା ଝଟ୍କା | |
---|---|
ନିର୍ଦ୍ଦେଶକ | ପିନୁ ନାୟକ |
ପ୍ରଯୋଜକ | ଅଶୋକ କୁମାର ବେହେରା ଶିବାନୀ ବେହେରା |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ପିନୁ ନାୟକ |
କାହାଣୀ | ଶିବାନୀ ବେହେରା |
କଳାକାର | ଦୀପକ ବାରିକ ପିଙ୍କି ପ୍ରିୟଦର୍ଶିନୀ ହରିହର ମହାପାତ୍ର ପ୍ରଜ୍ଞା ଖଟୁଆ ଶ୍ରୀତମ ଦାସ ମିହିର ଦାସ ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ପ୍ରତୀକ ରାଜ |
ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦ ସେପ୍ଟେମ୍ବର ୨୦୧୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ପିଙ୍କି ପ୍ରିୟଦର୍ଶିନୀ ।[୪][୫] ହରିହର ମହାପାତ୍ର, ପ୍ରଜ୍ଞା ଖଟୁଆ, ଶ୍ରୀତମ ଦାସ, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ତୃପ୍ତି ସିହ୍ନା, ପ୍ରତିଭା ପଣ୍ଡା, ଗୁଡ୍ଡୁ, ଶଙ୍କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟସମ୍ପାଦନ କରନ୍ତୁ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୪] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ମଣ୍ଟୁ ଛୁରୀଆ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର, ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଦିଲ୍ବାଲି" | ମଣ୍ଟୁ ଛୁରୀଆ, ଅଭିଜିତ ମଜୁମଦାର | |
2. | "ମାଧୁରୀ" | ହ୍ୟୁମାନ ସାଗର | |
3. | "ଆଲୋ ଆଲୋ" | ସତ୍ୟଜିତ ପ୍ରଧାନ |
ଆଧାରସମ୍ପାଦନ କରନ୍ତୁ
- ↑ "ଆଜି ରିଲିଜ୍ ହେଉଛି ନୂଆ ଓଡ଼ିଆ ସିନେମା 'ଜୋର୍କା ଝଟ୍କା' | Sambad". sambad.in. 20 September 2019. Retrieved 22 September 2019.
- ↑ ୨.୦ ୨.୧ ୨.୨ "ଫେରିଲେ ପିଙ୍କି". ସମାଜ (ରବିବାର) (in Odia). ଓଡ଼ିଶା. 28 October 2018. p. 8. Archived from the original on 27 October 2018. Retrieved 27 October 2018.CS1 maint: unrecognized language (link)
- ↑ "ଜୋର୍ କା ଝଟ୍କା - Dharitri". Dharitri Odia News. 19 September 2019. Retrieved 22 September 2019.
- ↑ ୪.୦ ୪.୧ ୪.୨ "Jor Ka Jhatka Cast & Crew details". OdiaLive. OdiaLive. 9 September 2019. Retrieved 22 September 2019.
- ↑ "ପିଙ୍କି ଦେବେ ଦୀପକଙ୍କୁ ଝଟ୍କା | Odisha Crime News". 5 September 2018. Retrieved 22 September 2019.
ବାହାର ଆଧାରସମ୍ପାଦନ କରନ୍ତୁ
- ଜୋର୍ କା ଝଟ୍କା ଇଣ୍ଟରନେଟ ମୁଭି ଡାଟାବେସରେ