ମିଷ୍ଟର ରୋମିଓ

୨୦୨୧ ଓଡ଼ିଆ କଥାଚିତ୍ର

ମିଷ୍ଟର୍ ରୋମିଓ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ଅଶିନୀ ଗଡ଼ନାୟକ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[]

ମିଷ୍ଟର ରୋମିଓ
ନିର୍ଦ୍ଦେଶକଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା
ସଂଳାପରଜନୀ ରଞ୍ଜନ
କଳାକାରଦୀପକ ବାରିକ
ଲିପିକା ସେନାପତି
ପ୍ରୀତିରାଜ ଶତପଥୀ
ପିଣ୍ଟୁ ନନ୍ଦ
ପ୍ରଦ୍ୟୁମ୍ନ ଲେଙ୍କା
ହରିହର ମହାପାତ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଦିଲ୍ଲୀପ ଦାସ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୭ ନଭେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଲିପିକା ସେନାପତି । ପ୍ରୀତିରାଜ ଶତପଥୀ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

୭ ନଭେମ୍ବର ୨୦୨୧ରେ ଏହି କଥାଚିତ୍ରଟି ଓଡ଼ିଆ ଦୂରଦର୍ଶନ ଚେନାଲ୍ ଜୀ ସାର୍ଥକରେ ମୁକ୍ତଲାଭ କରିଥିଲା ।[]

କାହାଣୀ

ସମ୍ପାଦନା

ଗୀତ ଏବଂ ସଙ୍ଗୀତ

ସମ୍ପାଦନା

ଏହି କଥଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[] ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶାଙ୍କ ଶେଖର, ଦୀପ୍ତିରେଖା ପାଢ଼ୀ, ପ୍ରଜ୍ଞା ହୋତା, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ଉଇଆଁ ଉଇଆଁ"ବସନ୍ତରାଜ ସାମଲଦୀପ୍ତିରେଖା ପାଢ଼ୀ, ଶଶାଙ୍କ ଶେଖର 
2."ପ୍ରେମ ଏମିତି ହେଲା" ପ୍ରଜ୍ଞା ହୋତା, ବିଶ୍ୱଜିତ ମହାପାତ୍ର 
  1. ୧.୦ ୧.୧ "ଆଜି ମୁକ୍ତିଲାଭ କରିବ 'ମିଷ୍ଟର୍‌ ରୋମିଓ', ଦୀପକଙ୍କ ସହ ନଜର ଆସିବେ ନାୟିକା ଲିପିକା." Prameya. ଭୁବନେଶ୍ୱର: prameya.com. 7 November 2021. Retrieved 16 November 2021. {{cite news}}: |archive-date= requires |archive-url= (help)CS1 maint: url-status (link)
  2. ୨.୦ ୨.୧ "ଆଜି ମୁକ୍ତିଲାଭ କରିବ 'ମିଷ୍ଟର୍ ରୋମିଓ'". ପ୍ରେମେୟ (in ଓଡ଼ିଆ). 7 November 2021. Archived from the original on 16 November 2021. Retrieved 16 November 2021.{{cite news}}: CS1 maint: unrecognized language (link)

ବାହାର ଆଧାର

ସମ୍ପାଦନା