ଶ୍ରେଣୀ:ଭୁବନେଶ୍ୱରର ହିନ୍ଦୁ ମନ୍ଦିର

ଭୁବନେଶ୍ୱର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ । ଏହା ଏକ ଐତିହାସିକ ସହର ହେବା ସହ ପ୍ରାକ୍ତନ କଳିଙ୍ଗ ସାମ୍ରାଜ୍ୟର ରାଜଧାନୀ ମଧ୍ୟ ଥିଲା । ପ୍ରାଚୀନ ସ୍ଥାପତ୍ୟ କଳା ଏହି ସ୍ଥାନର ମୁଖ୍ୟ ଆକର୍ଷଣ । ସପ୍ତମ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ ଯାଏଁ କଳିଙ୍ଗ ରାଜାମାନେ ରାଜୁତି କରୁଥିବା ସମୟରେ ଏଠାରେ ନିର୍ମିତ ଅନେକ ସୁନ୍ଦର ଚାରୁକଳାପୂର୍ଣ୍ଣ ମନ୍ଦିରାଦି ଏବେ ମଧ୍ୟ ମୂଲ୍ୟବାନ ପ୍ରତ୍ନତତ୍ତ୍ୱସ୍ଥଳୀ ହେଇ ରହିଛି । ବିଭିନ୍ନ ମନ୍ଦିରରେ ପ୍ରସ୍ତର ଖୋଦନ ହେଇଥିବା ଦେବାଦେବୀଙ୍କ ପ୍ରତିକୃତି ଉତ୍କଳର ଗୌରବମୟ ଇତିହାସର ମୁକ ସାକ୍ଷୀ ହେଇ ଦେଶ ବିଦେଶର ଅଗଣିତ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।

ଭଗବାନ ବିଷ୍ଣୁଙ୍କ ପାଇଁ ଅନନ୍ତ ବାସୁଦେବ ମନ୍ଦିର, ଓ ବିନ୍ଦୁସାଗର ମନ୍ଦିର ଛଡା ପ୍ରାୟ ସମସ୍ତ ପ୍ରାଚୀନ ମନ୍ଦିର ଶିବଙ୍କ ଉପାସନା ପାଇଁ ନିର୍ମିତ ହେଇଥିଲା । ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ ବୁଦ୍ଧ ଓ ଜୈନ ଧର୍ମର ପ୍ରସାର ହେଇଥିବାର ପ୍ରମାଣସ୍ୱରୂପ ଭୁବନେଶ୍ୱର ସହରର ଉପାନ୍ତ ଅଞ୍ଚଳରେ ବୁଦ୍ଧ ଓ ଜୈନଙ୍କ ଉପାସନା କେନ୍ଦ୍ର ଦେଖାଯାଏ । ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀର ସମ୍ରାଟ ଅଶୋକଙ୍କ ସମୟର ଶିଳାଲେଖ ଥିବା ଗୁମ୍ଫାମାନ ମଧ୍ୟ ଏଠାରେ ରହିଛି ।

ଭୁବନେଶ୍ୱର ଓ ଆଖପାଖରେ ଥିବା ମନ୍ଦିର ଏବଂ ସେମାନଙ୍କର ସଂକ୍ଷିପ୍ତ ବିବରଣୀ ସମ୍ପାଦନା

ମନ୍ଦିରର ନାମ ପୂଜିତ ଦେବତା ମନ୍ଦିରର ଛବି ନିର୍ମାଣ ସମୟ
ଐଶାନ୍ୟେଶ୍ଵର ଶିବ ମନ୍ଦିର ଶିବ ଏହା ତ୍ରୟୋଦଶ ଶତାବ୍ଦୀର ଏକ ଶୈବ ହିନ୍ଦୁ ମନ୍ଦିର
ଆଖଡ଼ାଚଣ୍ଡୀ ମନ୍ଦିର ଦୁର୍ଗା ଦଶମ ଶତାବ୍ଦୀ
ଅନନ୍ତ ବାସୁଦେବ ମନ୍ଦିର


20°14′26.18″N 85°50′8.81″E / 20.2406056°N 85.8357806°E / 20.2406056; 85.8357806 (Ananta Vasudeva Temple)

ଅନନ୍ତ, ଏକାନଂଶା ଓ ନାରାୟଣ ତ୍ରୟୋଦଶ ଶତାବ୍ଦୀ
ଅଷ୍ଟଶମ୍ଭୁ ମନ୍ଦିର


20°15′2″N 85°51′18″E / 20.25056°N 85.85500°E / 20.25056; 85.85500 (Astasambhu Temples)

ଶିବ ଦଶମ ଶତାବ୍ଦୀ
ଭରତେଶ୍ୱର ମନ୍ଦିର ଶିବ ଶୈଳୋଦଭବଙ୍କ ରାଜତ୍ୱ ସମୟରେ ନିର୍ମିତ (ଷଷ୍ଠ ଶତାବ୍ଦୀ)[୧]
  1. http://ignca.nic.in/asi_reports/orkhurda018.pdf

"ଭୁବନେଶ୍ୱରର ହିନ୍ଦୁ ମନ୍ଦିର" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ମୋଟ ୩୫ ରୁ ଏହି ଶ୍ରେଣୀ ଭିତରେ ୩୫ଟି ପୃଷ୍ଠା ଅଛି ।