ରାଜାରାଣୀ ମନ୍ଦିର
ଭାରତର ଏକ ହିନ୍ଦୁ ମନ୍ଦିର
ରାଜାରାଣୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ଶିବ ମନ୍ଦିର । ଏହା ସୋମବଂଶୀ ଶାସକଙ୍କଦ୍ୱାରା ଏକାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ।[୧] ସେହି ସମୟରେ ଏହା ଇନ୍ଦ୍ରେଶ୍ୱର ମନ୍ଦିର ନାମରେ ପରିଚିତ ଥିଲା ।
ରାଜାରାଣୀ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଖୋର୍ଦ୍ଧା |
Location | |
ସ୍ଥାନ | ଭୁବନେଶ୍ୱର |
Country | ଭାରତ |
ବିବରଣୀ
ସମ୍ପାଦନାରାଜାରାଣୀ ମନ୍ଦିର ହଳଦିଆ ଓ ନାଲି ରଙ୍ଗ ମିଶ୍ରିତ ବାଲିପଥରରେ ନିର୍ମିତ, ଯାହାକୁ ରାଜାରାଣୀୟ ପଥର କୁହାଯାଇଥାଏ । ମନ୍ଦିରଟି ପୂର୍ବ ଦିଗକୁ ମୁଁହାଇରହିଛି । ମନ୍ଦିରର ଗର୍ଭଗୃହ ରେଖା ଶୈଳୀ ଏବଂ ଜଗମୋହନ ପିଢ଼ା ଶୈଳୀରେ ନିର୍ମିତ । ରାଜାରାଣୀ ମନ୍ଦିର ପଞ୍ଚରଥ ଶୈଳୀରେ ତିଆରି ହୋଇଛି । ଏହି ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିରର ସମକାଳୀନ ଅଟେ । ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ରାଜାରାଣୀ ମନ୍ଦିରର ରକ୍ଷଣାବେକ୍ଷଣ କରୁଅଛି ।
ପର୍ବପର୍ବାଣି
ସମ୍ପାଦନାଓଡ଼ିଶା ସରକାରଦ୍ୱାରା ପ୍ରତିବର୍ଷ ଜାନୁଆରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ମନ୍ଦିରରେ ରାଜାରାଣୀ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ କରାଯାଏ ।[୨] ଭାରତର ବିଭିନ୍ନ ଅଞ୍ଚଳରୁ ସଙ୍ଗୀତଶିଳ୍ପୀ ଏଥିରେ ସଙ୍ଗୀତ ପରିବେଷଣ କରିଥାନ୍ତି ।[୩]
ଚିତ୍ରାବଳୀ
ସମ୍ପାଦନା-
ରାଜାରାଣୀ ମନ୍ଦିର କାରୁକାର୍ଯ୍ୟ
-
ରାଜାରାଣୀ ମନ୍ଦିର ମୁଖ୍ୟ ଦ୍ୱାର
-
ମନ୍ଦିର ନକ୍ସା
ଆଧାର
ସମ୍ପାଦନା- ↑ "Rajarani Temple, Bhubaneswar". Archaeological Survey of India. Retrieved 2013-03-17.
- ↑ "Season of melas". Daily News. Sri Lanka. 23 December 2010. Archived from the original on 24 September 2015. Retrieved 2 June 2015 – via HighBeam Research.
{{cite news}}
: Unknown parameter|subscription=
ignored (|url-access=
suggested) (help) - ↑ "Bhubaneswar hosts Rajarani music festival". Hindustan Times. Bhubaneswar. 22 January 2010. Archived from the original on 24 September 2015. Retrieved 2 June 2015 – via HighBeam Research.
{{cite news}}
: Unknown parameter|subscription=
ignored (|url-access=
suggested) (help)