ଯମେଶ୍ୱର ମନ୍ଦିର
ଯମେଶ୍ୱର ମନ୍ଦିର ପୁରୁଣା ଭୁବନେଶ୍ୱର ସ୍ଥିତ ଏକ ବହୁ ପୁରାତନ ଶିବ ମନ୍ଦିର । ବିଶ୍ୱାସ ଅଛି ଯେ ଏହି ମନ୍ଦିରରେ ଯମ ଭଗବାନ ଶିବଙ୍କୁ ପୂଜା କରୁଥିଲେ । ପୁରୁଣା ଭୁବନେଶ୍ୱର ସ୍ଥିତ ଯମେଶ୍ୱର ପାଟଣା ନିକଟତ ଭାରତୀ ମଠ ପାଖରେ ଏହି ମନ୍ଦିର ଅବସ୍ଥିତ।
ଯମେଶ୍ୱର ମନ୍ଦିର | |
---|---|
![]() | |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 20°14′25″N 85°49′53″E / 20.24028°N 85.83139°ECoordinates: 20°14′25″N 85°49′53″E / 20.24028°N 85.83139°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଅବସ୍ଥିତି | ଭୁବନେଶ୍ୱର |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ଶିବ |
ମୁଖ୍ୟ ପର୍ବପର୍ବାଣୀ | ଦୂତୀବାହନ ଓଷା |
ଇତିହାସ ଓ ପାଳନ | |
ନିର୍ମାଣ କାଳ | ୧୩-୧୪ ଶତାବ୍ଦି |
ନିର୍ମାତା | ଗଂଗବଂଶ |
ବାସ୍ତୁକଳାସମ୍ପାଦନ କରନ୍ତୁ
ମନ୍ଦିରର ମୁଖ୍ୟ ବିମାନ ରେଖା ଦେଉଳ କଳାରେ ତିଆରି, ଜଗ-ମୋହନ ପିଢା ଦେଉଳ କଳା ଓ ମନ୍ଦିର ବାହାରେ ଏକ ନୃତ୍ୟ ମଣ୍ଡପ ମଧ୍ୟ ଅଛି।[୧] ମନ୍ଦିରଟି ପ୍ରାକୃତିକ ଦୁର୍ବିପାକ ଯୋଗୁ ମୂଳତଃ ଭଗ୍ନ ଅବସ୍ଥାରେ ଅଛି। ପାଖ ଦେବା ଦେବୀଙ୍କ ସହ ମନ୍ଦିର ଭିତରେ ପାଖା ପାଖି ୪-୫ ମନ୍ଦିର ଅଛି।[୧] ଗର୍ଭଗୃହ ଭିତରେ ଏକ ବିଶାଳ ଆକାରର ଶିବଲିଙ୍ଗ ମଧ୍ୟ ଅଛି।ଏହି ମନ୍ଦିର ଚତୁର୍ପାର୍ଶ୍ୱରେ ବହୁତ କଳାକୃତି ମଧ୍ୟ ରହିଛି ।ଏହାର ପ୍ରାକାର ଲାଟେରାଇଟ ଶିଳାରେ ଗଠିତ।[୧] ୧୩-୧୪ ଶତାବ୍ଦିରେ ଏହି ମନ୍ଦିରଟି ଗଙ୍ଗବଂଶର ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। [୧]
ପର୍ବ-ପର୍ବାଣୀସମ୍ପାଦନ କରନ୍ତୁ
ଆଶ୍ୱିନ ମାସରେ ହେଉଥିବା ଯିଉନ୍ତିଆ ଅଥବା ପୁଅ ଯିଉନ୍ତିଆ ଅଥବା ଦୂତୀବାହନ ଓଷା ଏହି ମନ୍ଦିରର ଏକ ପ୍ରମୁଖ ପର୍ବ। କାର୍ତ୍ତିକ ପୁର୍ଣିମା ଓ ମହାଶିବରାତ୍ରୀ ମଧ୍ୟ ଏକ ପ୍ରମୁଖ ପର୍ବ।ପ୍ରତି ସୋମବାରରେ ଏଠାରେ ବହୁତ ଭିଡ ହୁଏ। କୁହାଯାଏ ଭାରିଣୀ ନଖେତ୍ରରେ ଏ ମନ୍ଦିରକୁ ଗଲେ ସବୁ ବିପଦରୁ ମୁକ୍ତି ମିଳେ।
ଅଧିକ ଦେଖନ୍ତୁସମ୍ପାଦନ କରନ୍ତୁ
- ଭୁବନେଶ୍ୱରରେ ଥିବା ମନ୍ଦିର ତାଲିକା