ଭାରତୀ ମଠ ମନ୍ଦିର, ଭୁବନେଶ୍ୱର

ଏହା ହିନ୍ଦୁ ଭଗବାନ ଶିବଙ୍କ ମନ୍ଦିର ଅଟେ

ଭାରତୀ ମଠ ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରରେ ଥିବା ଏକ ବିଷ୍ଣୁ ମନ୍ଦିର ।[୩] ଏହା ୧୧ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏହି ମନ୍ଦିରଟି ତିନି ମହଲା ବିଶିଷ୍ଟ ଓ ଏହା ମଠ ହିସାବରେ ବ୍ୟବହୃତ ହୁଏ ।  

ଭାରତୀ ମଠ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀବିଷ୍ଣୁ[୧]
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ[୨]
ଭାରତୀ ମଠ ମନ୍ଦିର, ଭୁବନେଶ୍ୱର is located in Odisha
ଭାରତୀ ମଠ ମନ୍ଦିର, ଭୁବନେଶ୍ୱର
Location in Orissa
ଭୌଗଳିକ ଅବସ୍ଥିତି20°14′25.53″N 85°49′56.54″E / 20.2404250°N 85.8323722°E / 20.2404250; 85.8323722
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା
Completed୧୧ଶ ଶତାବ୍ଦୀ
Elevation[convert: invalid number]
Website
www.ignca.nic.in/

ଅବସ୍ଥିତି  ସମ୍ପାଦନା

ପୁରୁଣା ଭୁବନେଶ୍ୱରର ବଢେଇବାଙ୍କ ଛକଠାରେ ଏହି ମଠ ଅବସ୍ଥିତ । ରଥ ରୋଡ଼ରେ ବାମ ପାର୍ଶ୍ୱକୁ ଗଲେ ଏହି ମଠରେ ପହଞ୍ଚି ହେବ । ଏହି ମଠ ଭୁବନେଶ୍ୱରସ୍ଥିତ ସର୍ବପୁରତନ ମଠ ଆସ୍ଥାନ । ଏହି ମଠର ପୂର୍ବରେ ରଥ ରୋଡ଼, ଦକ୍ଷିଣରେ ଯମେଶ୍ୱର ପାଟଣା ରୋଡ଼ , ପଶ୍ଚିମରେ ଭ୍ରୂକୁଟେଶ୍ୱର ମନ୍ଦିର ରହିଛି । ମଠର ମୁଖ୍ୟଦ୍ୱାରା ପଶ୍ଚିମ ଦିଗକୁ ରହିଛି । 

କିମ୍ବଦନ୍ତୀ  ସମ୍ପାଦନା

କିମ୍ବଦନ୍ତୀ ଅନୁସାରେ ଏହି ମଠ ଯଯାତୀ କେଶରୀଙ୍କଦ୍ୱାରା ନିର୍ମିତ ହେଇଥିଲା । ଯଯାତୀ କେଶରୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିର୍ମାଣ କରିବା ସମୟରେ କାରିଗରମାନଙ୍କୁ ରଖିବା ନିମନ୍ତେ ଏହାର ନିର୍ମାଣ କରିଥିଲେ ।  

ମାଲିକାନା  ସମ୍ପାଦନା

ରାଜ୍ୟ ସରକାରଙ୍କ ପ୍ରତ୍ଣ୍ୱତତ୍ତ୍ୱ ବିଭାଗର ଅଧୀନରେ ଥିବା ଏହି ମଠ ବର୍ତ୍ତମାନର ମହାନ୍ତ ପ୍ରଣବ କେଶରୀ ଗୋସ୍ୱାମୀଙ୍କଦ୍ୱାରା ପରିଚାଳିତ ହୁଏ । 

ଏହି ମଠରେ କାର୍ତ୍ତିକ ପୂର୍ଣ୍ଣିମା , ପ୍ରଥମାଷ୍ଟମୀ , ଦୁର୍ଗା ପୂଜା ଇତ୍ୟାଦି ପାଳନ କରାଯାଏ । କୁହା ଯାଏ ମହାଦେବ ଶିବ ଏଠାକୁ ପ୍ରଥମାଷ୍ଟମୀ ସମୟରେ ତାଙ୍କ ମାମୁଁଙ୍କୁ ଭେଟିବାକୁ ଆସନ୍ତି । 

ସ୍ଥାପତ୍ୟ  ସମ୍ପାଦନା

ମଠ ୨୬ ବର୍ଗ ମିଟର ପରିମିତ ସ୍ଥାନରେ ମସୃଣ ବାଲିପଥରରେ ନିର୍ମିତ । ମଠର ଚତୁର୍ପାର୍ଶ୍ୱ ପ୍ରାଚୀରଦ୍ୱାରା ଅବଦ୍ଧ । ତେବେ ରକ୍ଷ୍ୟଣାବେକ୍ଷଣ ଅଭାବରୁ ମଠର ଗୃହ ଭଗ୍ନ ଅବସ୍ଥା ଆଡକୁ ଗତି କରୁଛି । 

ପୁନଶ୍ଚ ପଠନ  ସମ୍ପାଦନା

ଆଧାର ନୋଟ  ସମ୍ପାଦନା

  1. K. C. Panigrahi, Archaeological Remains at Bhubaneswar, Calcutta, 1961. P. 19.
  2. T. E. Donaldson, Hindu Temple Art of Orissa, Vol. I, Leiden, 1985, P. 64.
  3. Date of Documentation: 22.10.2006

ଆଧାର  ସମ୍ପାଦନା

  • Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)
  1. Suriya (26 August 2015). Jothirlingam: The Indian Temple Guide. Partridge Publishing India. pp. 121–. ISBN 978-1-4828-4786-4.
  2. "Bharati Matha, Old Town, Bhubaneswar, Dist.-Khurda" (PDF). ignca.nic.in. Retrieved 19 October 2017.
  3. Krishna Chandra Panigrahi (1961). Archaeological Remains at Bhubaneswar. Orient Longmans.