ଚନ୍ଦ୍ରଶେଖର ମହାଦେବ ମନ୍ଦିର
ଚନ୍ଦ୍ରଶେଖର ମହାଦେବ ମନ୍ଦିର ଭୁବନେଶ୍ୱରର ପଟିଆସ୍ଥିତ ଏକ ହିନ୍ଦୁ ଶିବ ମନ୍ଦିର । ମନ୍ଦିର ମଧ୍ୟରେ ଏକ ଗୋଲାକାର ଯୋନୀ ପୀଠରେ ଭଗବାନ ଶିବ ପୂଜା ପାଉଛନ୍ତି । ମନ୍ଦିରଟି ଏକ ବେସରକାରୀ ବ୍ୟବସ୍ଥାଦ୍ୱାରା ପରିଚାଳିତ ।
ଚନ୍ଦ୍ରଶେଖର ମହାଦେବ ମନ୍ଦିର | |
---|---|
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 20°20′59″N 85°50′07″E / 20.34972°N 85.83528°ECoordinates: 20°20′59″N 85°50′07″E / 20.34972°N 85.83528°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଅବସ୍ଥିତି | ଭୁବନେଶ୍ୱର |
ତିଆରି ଶୈଳୀ | କଳିଙ୍ଗ ଶୈଳୀ |
ମନ୍ଦିରଟି ପ୍ରାୟତଃ ଉନ୍ନବିଂଶ ଶତାବ୍ଦୀର ବୋଲି ଜଣାଯାଏ । ମନ୍ଦିରର ଗଠନ ଶୈଳୀ ତଥା ଏହାର କାରୁକାର୍ଯ୍ୟ ଦେଖି ଏହା ଅନୁମାନ କରାଯାଇପାରେ । ମନ୍ଦିରରେ ଅନେକ ପର୍ବ ପର୍ବାଣି ପାଳିତ ହୋଇ ଆସୁଅଛି । ସଂକ୍ରାନ୍ତି, ବଡ ଓଷା ଭଳି ଅନେକ ପର୍ବ ଏଠାରେ ପାଳିତ ହୁଏ । ପଟିଆର ଗ୍ରାମ ମଙ୍ଗଳୀ ଟ୍ରଷ୍ଟ ମାଧ୍ୟମରେ ଏହି ମନ୍ଦିରର ପରିଚାଳନା ହୋଇ ଆସୁଅଛି ।
ଆଧାରସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |