ନାଗେଶ୍ୱର ମନ୍ଦିର

ଭୁବନେଶ୍ୱରରେ ଥିବା ଅପୂଜା ଶିବ ମନ୍ଦିର

ନାଗେଶ୍ୱର ମନ୍ଦିର ଭୁବନେଶ୍ୱରରେ ଥିବା ଏକ ଅପୂଜା ଦେଉଳ ।[୧] ଏହା ଲିଙ୍ଗରାଜ ୱେଷ୍ଟ କ୍ୟାନାଲର ପଶ୍ଚିମ କୂଳରେ ଅବସ୍ଥିତ । କ୍ୟାନାଲର ଆର ପଟେ ୧୦.୩୫ ମିଟର (୩୪.୦ ଫୁଟ) ଦୂରତାରେ ସୁବର୍ଣ୍ଣେଶ୍ୱର ଶିବ ମନ୍ଦିର ରହିଛି ।

ନାଗେଶ୍ୱର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
ଭୌଗଳିକ ଅବସ୍ଥିତି20°14′47″N 85°51′24″E / 20.24639°N 85.85667°E / 20.24639; 85.85667
Architecture
Typeକଳିଙ୍ଗ ଶୈଳୀ (କଳିଙ୍ଗ ସ୍ଥାପତ୍ୟକଳା)
Elevation8 m (26 ft)
ଭିତର ଦ୍ୱାରବନ୍ଧ
ଅନ୍ୟ ପଟରୁ ଦୃଶ୍ୟ

ଶିଳ୍ପତତ୍ତ୍ୱ ସମ୍ପାଦନା

ନାଗେଶ୍ୱର ମନ୍ଦିର ଭୁବନେଶ୍ୱର ମଧ୍ୟରେ ଅବସ୍ଥିତ । ମନ୍ଦିର ପାଖ ଅଞ୍ଚଳରେ ଚାଷଜମି ଓ ଆବାସସ୍ଥାନ ଅଛି । ଦେଉଳ ପୂର୍ବମୁଖୀ ହୋଇ ୫.୬ ମି ପ୍ରସ୍ଥ, ୫.୦ ମି ଗଭୀରତା ଓ ୦.୪ ମି ଦୈର୍ଘ୍ୟ ଥିବା ମଞ୍ଚା ଉପରେ ରହିଛି ।ମୁଖ୍ୟ ଦେଉଳର ଉଚ୍ଚତା ୮.୧୫ ମି (୨୬.୭ ଫୁ) ।

ମନ୍ଦିରର ଗର୍ଭଗୃହ ଶୂନ୍ୟ । ବାହ୍ୟ କାନ୍ଥଗୁଡ଼ିକର କାରୁକାର୍ଯ୍ୟ ଦେଖି ଏହି ମନ୍ଦିର ଶିବଙ୍କ ଉଦ୍ଦେଶ୍ୟରେ ଗଢ଼ାଯାଇଥିଲା ବୋଲି ଜଣାଯାଏ ।ପାର୍ଶ୍ୱଦେବାଦେବୀଙ୍କ ଲାଗି ନିଶାଦେଉଳ ଥିଲେହେଁ ପାର୍ଶ୍ୱଦିଅଁମାନଙ୍କ ମୂର୍ତ୍ତି ଆଉ ନାହିଁ । ମନ୍ଦିରର ବାହାର ଗଠନ ମୁକ୍ତେଶ୍ୱର ମନ୍ଦିର ଭଳି ରଙ୍ଗଡାଳିମ୍ବ ପଥରରେ (ଇଂରାଜୀରେ ochrous sandstone) ଗଢ଼ାହୋଇଛି ।କଳିଙ୍ଗ ଶୈଳୀରେ କାରୁକାର୍ଯ୍ୟ ପଥର ଗାତ୍ରରେ ଖୋଦନ କରାଯାଇଛି ।


ଇତିହାସ ସମ୍ପାଦନା

ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ମତରେ ମନ୍ଦିରଟି କେଶରୀ ବଂଶର ରାଜାମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ।

ସଂରକ୍ଷଣ ସମ୍ପାଦନା

ମନ୍ଦିରଟି ଅପେକ୍ଷାକୃତ ଭଲ ଅବସ୍ଥାରେ ଅଛି । କେବଳ ପୂର୍ବରୁ ରଙ୍ଗ ଦିଆଯାଇଥିବା କେତୋଟି ଯାଗାରେ ରଙ୍ଗ ପରସ୍ତ ଛାଡ଼ିଯାଇଛି ।ଏହା ଛଡ଼ା ପଥର ଦେଉଳ ଉପରେ ବହୁ ଗଛଲତା ମାଡ଼ିଯାଇଛି ।

ମନ୍ଦିରଟି ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପୁନରୁଦ୍ଧାର କରାଯାଇ ନବୀକୃତ ହୋଇଥିଲା ।ସେହି କାର୍ଯ୍ୟବେଳେ ପ୍ରସ୍ତର ଖଣ୍ଡଗୁଡ଼ିକୁ ଧଳା ରଙ୍ଗରେ ଚିହ୍ନିତ କରାଯାଇଥିବାରୁ ମନ୍ଦିରର ମୂଳ ନିର୍ମାଣ ବହୁ ବିକୃତ ହୋଇଯାଇଛି ।

ଅଧିକ ପଠନ ସମ୍ପାଦନା

ଆଧାର ସମ୍ପାଦନା

  • Pradhan, Sadasiba. Lesser Known Monuments of Bhubaneswar. ISBN 81-7375-164-1.

ବାହ୍ୟ ଲିଙ୍କ ସମ୍ପାଦନା

  1. Suriya (26 August 2015). Jothirlingam: The Indian Temple Guide. Partridge Publishing India. pp. 121–. ISBN 978-1-4828-4786-4.