ଅନନ୍ତ ବାସୁଦେବ ମନ୍ଦିର

ହିନ୍ଦୁ ମନ୍ଦିର

ଅନନ୍ତ ବାସୁଦେବ ମନ୍ଦିର ଏକ ହିନ୍ଦୁ ବିଷ୍ଣୁ ମନ୍ଦିର ଯାହା ଭୁବନେଶ୍ୱରର ବିନ୍ଦୁସାଗର[୧] ତୀରରେ ଅବସ୍ଥିତ ।[୨] । ଗଙ୍ଗ ବଂଶର ରାଜା ତୃତୀୟ ଅନଙ୍ଗ ଭୀମଦେବଙ୍କ କନ୍ୟା ଚନ୍ଦ୍ରାବତୀ[୩] ଏହି ମନ୍ଦିରଟିକୁ ୧୨୭୮ମସିହାରେ ତୋଳାଇଥିବାର ଜଣାଯାଏ ।[୪] ଏଠାରେ କୃଷ୍ଣ, ବଳରାମ ଏବଂ ସୁଭଦ୍ରାଙ୍କ ପୂର୍ଣ୍ଣାବୟବ ପ୍ରତିମା ପୂଜା କରାଯାଉଅଛି । ଅନନ୍ତ ବା ବଳରାମଙ୍କର ଦଣ୍ଡାୟମାନ ସପ୍ତଫେଣାକୃତି ମୂର୍ତ୍ତି ଡାହାଣ ହାତରେ ହଳ ଓ ବାମ ହାତରେ ମୂଷଳ ଧରି ପୂଜା ପାଆନ୍ତି । ବାସୁଦେବ ବା କୃଷ୍ଣଙ୍କ ମୂର୍ତ୍ତିଙ୍କ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଉଛି ।[୫] ସୁଭଦ୍ରାଙ୍କ ମୂର୍ତ୍ତି ବିକସିତ ପଦ୍ମ ଉପରେ ଦଣ୍ଡାୟମାନ । ପଶ୍ଚିମମୂଖି ଏହି ତିନି ମୂର୍ତ୍ତି ଏକ ବେଦି ଉପରେ ଦଣ୍ଡାୟମାନ ଭାବରେ ପୂଜିତ । ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ମାତଙ୍ଗୀ ମହାଲକ୍ଷ୍ମୀଙ୍କ ପ୍ରତିମା ଓ ପାଷାଣ ସ୍ତମ୍ଭ ଭାବରେ ସୁଦର୍ଶନ ସ୍ଥାପିତ ଅଛନ୍ତି । ସିଂହଦ୍ୱାରରେ ସିଂହମୂର୍ତ୍ତି ରହିଛି । ପାର୍ଶ୍ୱଦେବତା ଭାବରେ ଦକ୍ଷିଣରେ ବରାହ ଓ ଉତ୍ତରରେ ବାମନ ପୂଜା ପାଉଛନ୍ତି । ଦ୍ୱାରପାଳ ଅଛନ୍ତି ଜୟ-ବିଜୟ । ମନ୍ଦିର ବେଢାରେ ପିଢ଼ଦେଉଳ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପ ରହିଛି ।

ଅନନ୍ତ ବାସୁଦେବ ମନ୍ଦିର
ଅନନ୍ତ ବାସୁଦେବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
Countryଭାରତ

ଏକାମ୍ର ପୂରାଣ, ଏକାମ୍ର ଚନ୍ଦ୍ରିକା, ସ୍ୱର୍ଣ୍ଣାଦି ମହୋଦୟ ଓ କପିଳ ସଂହିତାରେ ଏହି ମନ୍ଦିରର ଉଲ୍ଲେଖ ରହିଛି । [୬]

ଗ୍ୟାଲେରି ସମ୍ପାଦନା

 
ପାର୍ଶ୍ୱଦେବତା ଭାବେ ବିରାଜିତ ବରାହ ବିଗ୍ରହ

ଆଧାର ସମ୍ପାଦନା

  1. Shishir Kumar Panda (1 January 1999). Political And Cultural History Of Orissa. New Age International (P) Limited. ISBN 978-81-224-1197-3.
  2. Ghurye, G.S. (2005). Rajput Architecture. Popular Prakashan. p. 91. ISBN 8171544460.
  3. Dilip Kumar Ganguly (1984). History and Historians in Ancient India. Abhinav Publications. pp. 62–. ISBN 978-0-391-03250-7.
  4. M. M. Ninan (1 June 2008). The Development of Hinduism. Madathil Mammen Ninan. pp. 135–. ISBN 978-1-4382-2820-4.
  5. Chhabi Padhi (1994). An Analysis and Evaluation of the Cultural Landscape and Resources of Bhubaneswar, and Historic Temple City in India. University of Wisconsin--Madison.
  6. "ଅନନ୍ତ ବାସୁଦେବ". ସମ୍ବାଦ ଭୁବନେଶ୍ୱର ସଂସ୍କରଣ. 22 June 2015. Archived from the original on 4 March 2016. Retrieved 22 June 2015.