ଉତ୍ତରେଶ୍ୱର ଶିବ ମନ୍ଦିର ପୁରୁଣା ଭୁବନେଶ୍ୱରର ବିନ୍ଦୁସାଗର ପୋଖରୀର ଉତ୍ତର ତଟ ନିକଟରେ ଅବସ୍ଥିତ । ଏକ ଗୋଲାକାର ଯୋନୀପୀଠ ମଧ୍ୟରେ ଏଠାରେ ଏକ ଶିବଲିଙ୍ଗ ପୂଜା ପାଉଛନ୍ତି । ନଅଗୋଟି ଛୋଟ ମନ୍ଦିର ଉତ୍ତରେଶ୍ୱରଙ୍କ ମୂଖ୍ୟ ମନ୍ଦିରକୁ ଘେରି ରହିଛନ୍ତି । ଶିବଙ୍କ ଚାରି ମୁଖ୍ୟ ପୀଠ ମଧ୍ୟରୁ ଏହା ଅନ୍ୟତମ । ଏହା ଏକ ତନ୍ତ୍ରପୀଠ ବୋଲି ମଧ୍ୟ ବିଶ୍ୱାସ ରହିଛି । ଅନ୍ୟ ତିନି ପୀଠ ହେଲେ ଖରଖିଆ ବୈଦ୍ୟନାଥଙ୍କର ଯୋଗପୀଠ, ଲିଙ୍ଗରାଜଙ୍କର ଭୋଗ ପୀଠ ଓ କେଦାରଗୌରୀଙ୍କର ସିଦ୍ଧ ପୀଠ ।[୧]

ଉତ୍ତରେଶ୍ୱର ଶିବ ମନ୍ଦିର
Uttareswara Temple.jpg
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°14′37.4784″N 85°50′10.3452″E / 20.243744000°N 85.836207000°E / 20.243744000; 85.836207000Coordinates: 20°14′37.4784″N 85°50′10.3452″E / 20.243744000°N 85.836207000°E / 20.243744000; 85.836207000
ଦେଶଭାରତ
ରାଜ୍ୟଓଡ଼ିଶା
ଅବସ୍ଥିତିଭୁବନେଶ୍ୱର
ତିଆରି ଶୈଳୀKalingan Style (Kalinga Architecture)

ମନ୍ଦିରର ଅନ୍ୟ ଏକ ଆକର୍ଷଣ ହେଉଛି ମୁଖ୍ୟମନ୍ଦିର ମଧ୍ୟରେ ସ୍ଥିତ ଭଗବାନ ନୃସିଂହଙ୍କ ମୂର୍ତ୍ତୀ । ମୁଖ୍ୟ ମନ୍ଦିରକୁ ଘେରି ରହିଥିବା ଅନ୍ୟାନ୍ୟ୍ ମନ୍ଦିର ସାଙ୍ଗକୁ ଗୋଦାବରୀ କୁଣ୍ଡ ତଥା ଏକ ପୋଖରୀ ମଧ୍ୟ ରହିଅଛି । ଏହାଛଡା ଦ୍ୱିତୀୟ ବଡ ମଦିରଟି ହେଉଛି ଭଗବାନ ଭୀମେଶ୍ୱରଙ୍କର । ଏହି ମନ୍ଦିରର ଅନ୍ୟ ଏକ ପ୍ରମୁଖ ମହତ୍ତ୍ୱ ହେଉଛନ୍ତି ମା ଉତ୍ତରାୟଣୀ । ସେ ମୁଖ୍ୟ ମନ୍ଦିରର ବାହାର କାନ୍ଥର ଦକ୍ଷିଣ ଦିଗକୁ ମୁଖ କରି ଭଗବାନ ଉତ୍ତରେଶ୍ୱରଙ୍କ ପାର୍ଶ୍ୱରେ ଦଣ୍ଡାୟମାନ । ପ୍ରତିବର୍ଷ ଚୈତ୍ର ମାସରେ ଦେବୀ ଉତ୍ତରାୟଣିଙ୍କ ପାଖରେ ପୂଜା ବେଲେ ପାନ ଅର୍ପନ କରାଯାଏ ।

ସ୍ଥାପତ୍ୟ କଳାସମ୍ପାଦନ କରନ୍ତୁ

ମନ୍ଦିରର ସ୍ଥାପତ୍ୟ କଳା ଯଥା ଏହାର ଆୟତାକାର ସପାଟ ଛାତବାଲା ଜଗମୋହନ ତଥା ମୂର୍ତ୍ତୀ ଗଠନରୁ ଜଣାଯାଏ ଯେ ମନ୍ଦିରଟି ସପ୍ତମ ଶତାବ୍ଦୀରେ ନିର୍ମିତ ।[୨] ତେବେ ପରବର୍ତ୍ତୀ ସମୟରେ ମନ୍ଦିରଟି ଭାଙ୍ଗିଯିବାପରେ ଅର୍ଥାତ ଉନ୍ନବିଂଶ ଶତାବ୍ଦୀରେ ଏହାର କିଛି ଅଂଶ ନିର୍ମାଣ କରାଯାଇଥିବାର ଅନୁମାନ କରାଯାଏ । ମନ୍ଦିର ମଧ୍ୟସ୍ଥ ବିମାନର ଗଢଣ ଏକ ରେଖା ଦେଉଳ ସଦୃଶ ଏବଂ ଜଗମୋହନ ହେଉଛି ଏକ ଆୟତାକାର ମଣ୍ଡପ ସଦୃଶ ।[୩]

ପ୍ରଭୂ କାର୍ତ୍ତୀକେୟଙ୍କର ଏକ ପ୍ରତୋମୂର୍ତ୍ତୀ ଦଣ୍ଡାୟମାନ ମୁଦ୍ରାରେ ଶୋଭାପାଉଅଛି । ବାମ ହାତରେ ସେ ଶୂଳ ଧାରନ କରିଥାନ୍ତି ଏବଂ ତାଙ୍କ ଦକ୍ଷିଣ ହସ୍ତ ନିଜ ଜଙ୍ଘ ଉପରେ ବିଶ୍ରାମରତ ଅବସ୍ଥାରେ ଶୋଭିତ । ଉତ୍ତର ଭାଗରେ ଦେବୀ ଦୁର୍ଗା ମହୀଷ ମର୍ଦ୍ଦିନୀ ରୂପରେ ଦଣ୍ଡାୟମାନ ।

କୀମ୍ବଦନ୍ତିସମ୍ପାଦନ କରନ୍ତୁ

ସ୍ଥାନୀୟ କୀମ୍ବଦନ୍ତୀ ଅନୁସାରେ ବିନ୍ଦୁସାଗରର ତଥା ଲିଙ୍ଗରାଜ ମନ୍ଦିରର ଉତ୍ତରରେ ରହିଥିବାରୁ ଏହି ପୀଠର ନାମ ଉତ୍ତରେଶ୍ୱର । ମନ୍ଦିର ପରିସର ମଧ୍ୟରେ ଗୋଦାବରୀ କୁଣ୍ଡ ଅବସ୍ଥିତ । ଏହା ଏକ ପ୍ରାକୃତିକ ଝରଣା ଯାହାକି ବହିଯାଇ ବିନ୍ଦୁସାଗର ମଧ୍ୟରେ ବିଲୀନ ହୋଇଯାଏ ।

ଅନ୍ୟ ଏକ କୀମ୍ବଦନ୍ତୀ ଅନୁସାରେ କୀର୍ତ୍ତୀ ଓ ବାସ ନାମକ ରାକ୍ଷସକୁ ଯୁଦ୍ଧରେ ହରାଇବା ପରେ ଦେବୀ ପାର୍ବତୀଙ୍କୁ ଭୀଷଣ ଶୋଷ ହେଲା । ପାର୍ବତୀଙ୍କ କହିବାରେ ପ୍ରଭୂ ଶିବ ଏହିଠାରେ ନିଜର ତ୍ରୀଶୂଳ ଘାତରେ ଏକ ଝରଣା ପ୍ରବାହିତ ହେବାକୁ ଲାଗିଲା । ବସନ୍ତର ଅଭିଷେକ ନିମନ୍ତେ ପ୍ରଭୂ ଶିବ ସମସ୍ତ ନଦୀମାନଙ୍କୁ ଆମନ୍ତ୍ରଣ କଲେ । ହେଲେ ସମସ୍ତ ନଦୀ ଆସିଲେ ସିନା; ଦେବୀ ଗୋଦାବରୀ ଆସିପାରିଲେ ନାହିଁ । ଏଣୁ ପ୍ରଭୂ ଶିବ କ୍ରୋଧରେ ଦେବୀ ଗୋଦାବରୀଙ୍କୁ ଏହି ଅଭିଶାପ ଦେଲେ କି ଏହାର ପାଣି ସର୍ବଦା ଅଶୂଦ୍ଧ ରହିବ , କେବଳ ପବିତ୍ର କୁମ୍ଭମେଳା ଅବସରରେ ହିଁ ଗୋଦାବରୀର ପାଣି ଶୁଦ୍ଧ ହେବ ।[୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Uttaresvara Siva Temple, Bhubaneswar, Odisha". ApniSanskriti - Back to veda. Retrieved 29 December 2019.
  2. rgyan.com https://rgyan.com/en/temples/uttaresvara-siva-temple. Retrieved 29 December 2019. Missing or empty |title= (help)
  3. "Uttaresvara Siva Temple, Bhubaneswar, Odisha". Bharat Temples. 20 December 2018. Retrieved 29 December 2019.