ବ୍ରହ୍ମା ମନ୍ଦିର, ବିନ୍ଦୁସାଗର

ଭୁବନେଶ୍ୱରର ହିନ୍ଦୁ ମନ୍ଦିର

ବ୍ରହ୍ମା ମନ୍ଦିର , ବିନ୍ଦୁସାଗର , ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ତଥା ମନ୍ଦିରମାଳ ନଗରି ଭୁବନେଶ୍ୱରରେ ଅବସ୍ଥିତ ।[୧] ଏହା ବିନ୍ଦୁସାଗର ପୁଷ୍କରିଣୀର ପୂର୍ବ  ତଟ ନିକଟରେ ଅବସ୍ଥିତ ।[୨] ଲିଙ୍ଗରାଜ ମନ୍ଦିର ରାସ୍ତାରେ ଗଲେ ଏହି ମନ୍ଦିରକୁ ପହଞ୍ଚି ହୁଏ । 

ବ୍ରହ୍ମା ମନ୍ଦିର, ବିନ୍ଦୁସାଗର‌
Brahma Temple on the East Bank of Bindusagar at Bhubaneswar Mar 2017.jpg
Religion
ସମ୍ବନ୍ଧତାHinduism
Districtଖୋର୍ଦ୍ଧା
Location
ଅବସ୍ଥିତିଭୁବନେଶ୍ୱର
ଦେଶଭାରତ

ପ୍ରବାଦ ସମ୍ପାଦନ କରନ୍ତୁ

ଲୋକ ମୁଖରେ କଥିତ ଅଛି ବ୍ରହ୍ମା ଭୁବନେଶ୍ୱରକୁ ଆସି ମହାଦେବ ଲିଙ୍ଗରାଜଙ୍କ ଅଧିଷ୍ଠାନ ଉତ୍ସବରେ ଯୋଗ ଦେଇଥିଲେ । ତାଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିଯିବାକୁ ଅନୁରୋଧ କରାଯିବାରୁ ସେ ପ୍ରତି ବର୍ଷ ଚୈତ୍ର ମାସରେ ଅଶୋକାଷ୍ଟମୀ ଯାତ୍ରା ପାଇଁ ଆସିବାକୁ ରାଜି ହେଇଥିଲେ । ପୁଣି ସେ ଲିଙ୍ଗରାଜଙ୍କ ରୁକୁଣା ରଥର ସାରଥି ମଧ୍ୟ ହେବାକୁ କଥା ଦେଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ ବିନ୍ଦୁସାଗର ନିକଟରେ ତାଙ୍କର ମନ୍ଦିର ନିର୍ମାଣ କରା ଯାଇଥିଲା । ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ଆସିବା ବେଳେ ଏହି ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟ ଦର୍ଶନ ନ କଲେ ଦର୍ଶନ ଅସମ୍ପୂର୍ଣ୍ଣ ରୁହେ ବୋଲି ଲୋକବିଶ୍ୱାସ ରହିଛି ।  

ସ୍ଥାପତ୍ୟ ସମ୍ପାଦନ କରନ୍ତୁ

ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ଏହି ମନ୍ଦିରର ୧୫ ତମ ଶତାବ୍ଦୀରେ ନିର୍ମିତ ହେଇଥିଲା । ପରେ ତାହା ଭଗ୍ନ ଅବସ୍ଥାକୁ ଆସିବାରୁ ତାକୁ ଗଜପତିଙ୍କ ଅମଳରେ ପୁନରୁଦ୍ଧାର କରାଯାଇଥିଲା । ଏହି ମନ୍ଦିରରେ ବ୍ରହ୍ମାଙ୍କ ଏକ ଚତୁର୍ଦ୍ଧା ମୂର୍ତି ସ୍ଥାପିତ ହେଇଅଛି ।

ଆଧାର ସମ୍ପାଦନ କରନ୍ତୁ

  1. Frank Kusy (10 December 2016). Dial and Talk Foreign at Once: Frank's Travel Memoirs, #3. Grinning Bandit Books. pp. 68–. ISBN 978-0-9934047-1-9.
  2. "Brahma Temple, Old Town, Bhubaneswar". ignca.gov.in. Indira Gandhi National Center For The Arts, Ministry of Culture, Govt of India. Retrieved 5 September 2019.

ବାହାର ଲିଙ୍କ ସମ୍ପାଦନ କରନ୍ତୁ