ବାଟ ମହାଦେବ, ଭୁବନେଶ୍ୱର
ବାଟ ମହାଦେବ(ମୁକ୍ତେଶ୍ୱର ଶିବ), ଏକ ହିନ୍ଦୁ ଶିବ ମନ୍ଦିର । ଏହା ଭୁବନେଶ୍ୱରଠାରେ ଅବସ୍ଥିତ ।
ବାଟ ମହାଦେବ (ମୁକ୍ତେଶ୍ୱର) | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ଭୁବନେଶ୍ୱର |
State | Orissa |
Country | ଭାରତ |
Architecture | |
Type | କଳିଙ୍ଗ ସ୍ଥପତ୍ୟ |
Elevation | 18 m (59 ft) |
ଅବସ୍ଥିତି
ସମ୍ପାଦନାଏହା ଲିଙ୍ଗରାଜ ମନ୍ଦିର ନିକଟରୁ କେଦାରଗୌରୀ ଲେନକୁ ଯାଇଥିବା ବିନ୍ଦୁସାଗର ରାସ୍ତାର ମଧ୍ୟସ୍ଥଳୀରେ ଅବସ୍ଥିତ । ଏଠାରେ ଭଗବାନ ଶିବ ପ୍ରସ୍ତରର ଯୋନି ମଧ୍ୟରେ ଶିବଲିଙ୍ଗ ରୂପରେ ଆରାଧ୍ୟ ଦେବତା ଭାବରେ ରହିଛନ୍ତି । ଏହି ମନ୍ଦିରର ଚତୁର୍ଦିଗରେ ରାସ୍ତା ସମୂହ ରହିଥିବା ବେଳେ ପୂର୍ବ ଦିଗରେ ୧୫ ମିଟର ଦୂରରେ ବାସୁଦେବ ମନ୍ଦିର, ପଶ୍ଚିମ ଦିଗରେ ୧୦ମିଟର ଦୂରରେ ବିନ୍ଦୁସାଗର ପୁଷ୍କରିଣୀ ଦକ୍ଷିଣରେ ୧୦୦ ମିଟର ଦୂରରେ ଲିଙ୍ଗରାଜ ମନ୍ଦିର ରହିଛି । ମନ୍ଦିରର ମୁଖ ଭାଗ ପୂର୍ବ ଦିଗକୁ ରହିଛି ।
ପ୍ରବାଦ
ସମ୍ପାଦନାସ୍ଥାନୀୟ ପ୍ରବାଦ ଅନୁସାରେ ମହାଦେବ ଯେତେବେଳେ ଏକାମ୍ର ନଗରୀକୁ ଭ୍ରମଣ ପାଇଁ ଆସିଥିଲେ ଏଠାରେ[୧] ବିଶ୍ରାମ ନେଇଥିଲେ । ତେଣୁ ଏହି ସ୍ଥାନ ବାଟ ମହାଦେବ ଭାବରେ ନାମିତ ହେଇଥିଲା । ଏହି ମନ୍ଦିର ଲିଙ୍ଗରାଜ ମନ୍ଦିର ପରିଚାଳନା ସମିତିଦ୍ୱାରା ପରିଚାଳିତ ହେଇଥାଏ ।
ନିର୍ମାଣ କାଳ ଓ ସ୍ଥପତ୍ୟ ଶୈଳୀ
ସମ୍ପାଦନାଏହାର ସ୍ଥପତ୍ୟ ଶୈଳୀ ଅନୁସାରେ ଏହା ୧୫ ଶ ଶତାବ୍ଦୀରୁ ୧୬ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହେଇଥିବାର ଅନୁମାନ କରାଯାଇଥାଏ । "ପିଢା" ଦେଉଳ ଶୈଳୀରେ ଏହି ମନ୍ଦିର ପ୍ରସ୍ତରଦ୍ୱାରା ନିର୍ମିତ ।
ନିର୍ମାଣ ଶୈଳୀ
ସମ୍ପାଦନା୧.୯୫ ବର୍ଗମିଟର ଆକାରର ଚର୍ତୁର୍ଭୁଜାକାର ଲିଙ୍ଗ ପିଠ ଥାଇ ଏହି ମନ୍ଦିର ପଞ୍ଚ-ରଥ ଶୈଳୀରେ ନିର୍ମିତ । ଉପାସନା ପୀଠର ଉଛତା ୧.୯୫ ମିଟର । ମରାମତି ଓ ଉନ୍ନୟନ କାର୍ଯ୍ୟ ହେଇଥିବାରୁ ବର୍ତ୍ତମାନ ମନ୍ଦିରର ସ୍ଥିତି ଭଲ ରହିଛି ।[୨]
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2015-04-08. Retrieved 2017-01-12.
{{cite web}}
: Cite has empty unknown parameter:|1=
(help) - ↑ Pradhan, Dr. Sadasiba. Lesser Known Monuments of Bhubaneswar. ISBN 81-7375-164-1.