ଆଖଡ଼ାଚଣ୍ଡୀ ମନ୍ଦିର

ଓଡ଼ିଶାର ମନ୍ଦିର
(ଆଖଡାଚଣ୍ଡୀ ମନ୍ଦିରରୁ ଲେଉଟି ଆସିଛି)

ଆଖଡ଼ାଚଣ୍ଡୀ ମନ୍ଦିର‌, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଏକ ୧୦ମ ଶତାବ୍ଦୀରେ ନିର୍ମିତ ମନ୍ଦିର ।[୧] ଏହା ବିନ୍ଦୁସାଗର ପୁଷ୍କରିଣୀର ଦକ୍ଷିଣ-ପଶ୍ଚିମ ତଟ ନିକଟରେ ବଡ଼ ସାହି ଅଞ୍ଚଳରେ ଅବସ୍ଥିତ । 

ଆଖଡ଼ାଚଣ୍ଡୀ ମନ୍ଦିର‌
ଆଖଡ଼ାଚଣ୍ଡୀ ମନ୍ଦିର‌
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
ଦେବାଦେବୀଚଣ୍ଡୀ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
ଭୌଗଳିକ ଅବସ୍ଥିତି20°14′27.888″N 85°50′1.2048″E / 20.24108000°N 85.833668000°E / 20.24108000; 85.833668000
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା
Completed୧୦ମ ଶତାବ୍ଦୀ
Elevation61 m (200 ft)

ବର୍ଣ୍ଣନା ସମ୍ପାଦନା

ଏଠାର ଆରାଧ୍ୟା ଦେବୀ ହିସାବରେ ପୂଜା ପାଆନ୍ତି ମହିଷାସୁରାମର୍ଦ୍ଧିନୀ । ଏହି ମନ୍ଦିରରୁ ମାର୍କଣ୍ଡେଶ୍ୱର ମନ୍ଦିରର ପୂର୍ବ ଦିଗରେ ୧୫ ମିଟର ଓ ମୋହିନୀ ମନ୍ଦିର ଉତ୍ତର-ପଶ୍ଚିମ ଦିଗରେ ୩୦ ମିଟର ଦୂରରେ ରହିଛି । ମନ୍ଦିରର ସମ୍ମୁଖ ଦକ୍ଷିଣ ଦିଗକୁ ଥାଇ , ଦେବୀଙ୍କ ମୁଖ ପୂର୍ବକୁ ରହିଛି । ଏହି ମନ୍ଦିରରେ ଦୁର୍ଗାଷ୍ଟମୀ, ବାଳଭୋଗ ପରି ପର୍ବ ପାଳନ ହୁଏ । ଏହି ମନ୍ଦିର ଭୁବନେଶ୍ୱର ମୁନିସିପାଲିଟିଦ୍ୱାରା ପରିଚାଳିତ ହେଇଥାଏ । ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ମରାମତି କାର୍ଯ୍ୟ ପରେ ମନ୍ଦିରଟି ସୁଦୃଢ ଅବସ୍ଥାରେ ଅଛି । 

ସ୍ଥପତ୍ୟ  ସମ୍ପାଦନା

ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ କଳାରେ ମସୃଣ ବାଲି ପଥରରେ ନିର୍ମିତ । ମୁଖ୍ୟ ମନ୍ଦିରଟି ଚତୁଷ୍କୋଣ ଆକାରର ଏବଂ ଏହାକୁ ଖାଖରା ଦେଉଳ କୁହା ଯାଏ । ଏହାର ଉଚ୍ଛତା ୪୨.୯୪ ମିଟର । ତଳରୁ ଉପର ଯାଏ ମନ୍ଦିରକୁ ବଳା, ଗଣ୍ଡି ଓ ମସ୍ତକ କୁହାଯାଇଥାଏ ।  

ସାଜସଜ୍ଜା  ସମ୍ପାଦନା

ଏହି ମନ୍ଦିରରେ ଲାଗିଥିବା କବାଟରେ ପିତଳରେ କାରୁକାର୍ଯ୍ୟ ହେଇଥିବା ଆଚ୍ଛାଦନ ଲାଗିଥାଏ । ମୁଖ୍ୟ ଦୁଆର ବ୍ୟତୀତ ମନ୍ଦିରର ପୂର୍ବ ଓ ଉତ୍ତର ଦିଗକୁ ଦୁଇଟି ଦୁଆର ସମାନ ଆକାରର  ରହିଛି । 

ଆଧାର ସମ୍ପାଦନା

  1. Suriya (26 August 2015). Jothirlingam: The Indian Temple Guide. Partridge Publishing India. pp. 121–. ISBN 978-1-4828-4786-4.


ବାହାର ଲିଙ୍କ  ସମ୍ପାଦନା