ଲକ୍ଷେଶ୍ଵର ଶିବ ମନ୍ଦିର

ଭୁବନେଶ୍ୱର

ଲକ୍ଷେଶ୍ୱର ଶିବ ମନ୍ଦିର ଲିଙ୍ଗରାଜ ମନ୍ଦିର ବଜାର ପରିସରର ପଛ ପାଖ ଏବଂ ଗଙ୍ଗା-ଯମୁନା ସଡକର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ । ମନ୍ଦିରଟି ପୂର୍ବ ମୁଖ ଏବଂ ମନ୍ଦିର ଭିତରେ ଏକ ଗୋଲାକାର ଯୋନୀପୀଠରେ ପ୍ରଭୁ ଲକ୍ଷେଶ୍ୱର ବିଦ୍ୟମାନ । ମନ୍ଦିରଟିର ଇତିବୃତ୍ତ ବିଷୟରେ ବିଶେଷ କିଛି ଲିଖିତ ଇତିହାସ ନାହିଁ । ତେବେ ମନ୍ଦିରଟିର ବାସ୍ତୁକଳାରୁ ଏହା ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶୀ ରାଜାଙ୍କ ଅମଳରେ ନିର୍ମିତ ବୋଲି ଜଣାଯାଏ ।[] ମନ୍ଦିରର ପରିଚାଲନା ଭାର ଗଙ୍ଗା-ଜମୁନା ସଂଗଠନ ନାମକ ଏକ ସଂଗଠନ ଉପରେ ନ୍ୟସ୍ତ କରାଯାଇଛି []

ଲକ୍ଷେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀSiva
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
ଲକ୍ଷେଶ୍ଵର ଶିବ ମନ୍ଦିର is located in Odisha
ଲକ୍ଷେଶ୍ଵର ଶିବ ମନ୍ଦିର
Location in Odisha
ଲକ୍ଷେଶ୍ଵର ଶିବ ମନ୍ଦିର is located in India
ଲକ୍ଷେଶ୍ଵର ଶିବ ମନ୍ଦିର
ଲକ୍ଷେଶ୍ଵର ଶିବ ମନ୍ଦିର (India)
ଭୌଗଳିକ ଅବସ୍ଥିତି20°15′22″N 85°50′18″E / 20.25611°N 85.83833°E / 20.25611; 85.83833
Architecture
Typeକଳିଙ୍ଗ ସ୍ଥାପତ୍ୟ ଶୈଳୀ
Completed13th century A.D.
Elevation18 m (59 ft)

ଅବସ୍ଥିତି

ସମ୍ପାଦନା

ଲିଙ୍ଗରାଜ ମନ୍ଦିରର ଉତ୍ତର-ପୂର୍ବ ଦିଗରେ ପ୍ରାୟ ୭୦ ମିଟର ଦୂରରେ ସଡକ ଆରପାରିରେ ଗଙ୍ଗେଶ୍ୱର ଓ ଯମୁନେଶ୍ୱର ଶିବ ମନ୍ଦିରଠାରୁ ମାତ୍ର ୧୦ ମିଟର ଦୂରରେ ଅବସ୍ଥିତ । ମନ୍ଦିରର ଉତ୍ତର ଦିଗରେ ଗଂଗା-ଯମୁନା ସଡକ ଥିବା ବେଳେ ଅନ୍ୟ ତିନି ପାଖକୁ ଘେରି ସର୍ବ ସାଧାରଣଙ୍କ ନିଜ ବାସଗୃହ ରହିଛି ।

ବାସ୍ତୁକଳା

ସମ୍ପାଦନା

ମନ୍ଦିରଟି ୧୧.୮୦ ମିଟର ଲମ୍ବା, ୦୫.୭୦ ମିଟର ଚୌଡା ଏବଂ ୦.୪୩ ମିଟର ଉଚ୍ଚତା ବିଶିଷ୍ଟ ଏକ ବେଦିକା ଉପରେ ଅବସ୍ଥିତ । ବାସ୍ତୁକଳା ଯୋଜନା ମୁତାବକ ମନ୍ଦିରଟି ଏକ ସପ୍ତରଥ ଯାହାର ମଧ୍ୟରେ ଏକ ବିମାନ ଏବଂ ସମ୍ମୁଖ ଭାଗରେ ଏକ ଲଲାଟ ନିର୍ମିତ । ମଧ୍ୟସ୍ଥ ବିମାନଟି ୫.୪୦ ବର୍ଗ ମିଟର ଆକାରର ଏବଂ ଏହାର ପୂର୍ବ ପାଖକୁ ୦.୯୦ ମିଟରର ଏକ ପ୍ରାଙ୍ଗଣ । ମନ୍ଦିର ଅଭ୍ୟନ୍ତର କକ୍ଷର ଆକାର ୨.୪୫ ବର୍ଗ ମିଟର ବିଶିଷ୍ଟ । ଦଣ୍ଡାକାରରେ ଅବସ୍ଥିତ ଏହି ମନ୍ଦିରଟି ରେଖା ଶୈଳୀରେ ନିର୍ମିତ ହେବା ସହ ଏଥିରେ ବାଡ, ଗଣ୍ଡି ଏବଂ ୧୩.୦୫ ମିଟର ଉଚ୍ଚତା ବିଶିଷ୍ତ ମସ୍ତକ ରହିଛି । ପାଞ୍ଚ ପରସ୍ତ ବିଭାଗ ବିଶିଷ୍ଟ ବାଡର ଉଚ୍ଚତା ହେଉଛି ୩.୫୫ ମିଟର । ସାଢେ ତିନି ମିଟର ଉଚ୍ଚତା ବିଶିଷ୍ଟ ମସ୍ତକରେ ରହିଛି ବିକି, ଅମଳାକା, ଖପୁରି ଓ କଳସ ।

ମନ୍ଦିରର ତିନି ଦିଗରେ ପାର୍ଶ୍ୱ ଦେବତାଙ୍କ ନିମନ୍ତେ କାନ୍ଥରେ ୦ ୮୧ ମିଟର ଉଚ୍ଚତା, ୦.୫୭ ମିଟର ଓସାର, ଓ ୦ ୨୩ ମିଟର ଚୌଡାର ଦେବାସନ ନିର୍ମିତ, ତେବେ ସବୁଗୁଡ଼ିକ କିନ୍ତୁ ପାର୍ଶ୍ୱ ଦେବତା ବିହୀନ । ଏହି ପାର୍ଶ୍ୱଦେବାସନ ଗୁଡିକର ନିମ୍ନ ଭାଗସବୁ ତଳ ଗର୍ଭିକା ଢାଞ୍ଚାରେ ସଜ୍ଜିତ । ଏହାର ଦୁଇ ପାର୍ଶ୍ୱରେ ଦୁଇ କନ୍ୟା ଶଙ୍ଖ ବଜାଇବା ମୁଦ୍ରାରେ ଶୋଭା ପାଉଛନ୍ତି । ଉପର ଭାଗରେ ରହିଛି ଗଜକ୍ରାନ୍ତ ।

ମନ୍ଦିର ଗଠନ ଶୈଳୀରେ ଦେଖିବାକୁ ମିଳେ ଯେ ଅନୁ ରଥ ଓ କନିକା ପଗର ସନଯୋଗ ସ୍ଥାନରେ ଛୋଟ ଛୋଟ କଇ ଫୁଲର ଆକାରରେ ସୁନ୍ଦର ଭାବରେ କାରୁକାର୍ଯ୍ୟ କରାଯାଇଛି । ନିମ୍ନରେ ଥିବା ପଗ ଭାଗରେ ଚୈତ୍ୟ ଚିତ୍ରଣ ସହ ଅନୁରଥର ପଗ ଭାଗରେ ଛୋଟ ରେଖା ଦେଉଳର ଶ୍ରେଣୀ ଅନ୍ଗଶିଖର ଭାବେ ଶୋଭା ପାଉଛି ।

ବିଶେଷତା

ସମ୍ପାଦନା

ସ୍ଥାନୀୟ ବାସିନ୍ଦାଙ୍କ ମତରେ ମନ୍ଦିରଟି ଗଙ୍ଗବଂଶୀ ରାଜାମାନଙ୍କଦ୍ୱାରା ନିର୍ମିତ । ମନ୍ଦିରରେ ଶିବରାତ୍ରୀ, ସଂକ୍ରାନ୍ତି, ଚନ୍ଦନ ଉତ୍ସବ, କାର୍ତ୍ତିକ ପୂର୍ଣ୍ଣିମା, ଜଳାଭିଷେକ ଭଳି ଅନେକ ପର୍ବ ପର୍ବାଣି ପାଳିତ ହୁଏ । ମନ୍ଦିରର ବାହ୍ୟ ପରିସର ବିଭିନ୍ନ ସମୟରେ ସର୍ବସାଧାରଣ ସଭାସମିତି ନିମନ୍ତେ ମଧ୍ୟ ବ୍ୟବହାର କରାଯାଇଥାଏ ।

  1. Muthusamy, Arun (7 November 2017). "Our Travel Tales: Lakhesvara Temple, Bhubaneswar". Our Travel Tales. Retrieved 30 December 2019.
  2. "Holy Pilgrimage – Temples in Bhubaneswar, Odisha (Orissa) State -6". www.hinduphilosophyholypilgrimage.blogspot.com. Retrieved 30 December 2019.