ବାଲେଶ୍ୱର ଜିଲ୍ଲା

ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା
(ବାଲେଶ୍ଵର ଜିଲାରୁ ଲେଉଟି ଆସିଛି)

ବାଲେଶ୍ୱର ଜିଲ୍ଲା ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୧୯୪ କିମି ଦୁରରେ ଅବସ୍ଥିତ । ବାଲେଶ୍ୱର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ।

ବାଲେଶ୍ୱର
ଜିଲ୍ଲା
ତାଳସାରି ବେଳାଭୂମି
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀଲୋକ ସଭାବାଲେଶ୍ୱର
ଭାଷାଓଡ଼ିଆ, ଇଂରାଜୀ
Named forଓଡ଼ିଶାର ଭାତହାଣ୍ଡି
ବିଧାନ ସଭା୭ଟି ଆସନ []
Area
 • ଜିଲ୍ଲା3,634 km2 (1,403 sq mi)
 • ବେଳାଭୂମି81 km2 (31 sq mi)
Population
 (୨୦୧୧)
 • ଜିଲ୍ଲା୨୩୧୭୪୧୯
 • Rankଓଡ଼ିଶାରେ ଚତୁର୍ଥ (୪/୩୦)
 • Density609/km2 (1,580/sq mi)
 • Urban
୨୫୩୦୬୨
 • Rural
୨୦୬୪୩୫୭
 • ୬ ବର୍ଷରୁ କମ ଶିଶୁ
୨୭୪୪୩୨
Time zoneIST (+୫.୩୦)
ଡାକ କୋଡ଼
୭୫୬୦୦୧[]
Area code+୦୬୭୮୨
ଯାନବାହାନ ପଞ୍ଚୀକରଣOR/01
WebsiteOfficial website
ପ୍ରଶାସନିକ ବିଭାଗ
ଉପଖଣ୍ଡ:
ବ୍ଳକ: ୧୨
ସହର:
ପୌର ପରିଷଦ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ତହସିଲ: 7
ଗ୍ରାମ ପଞ୍ଚାୟତ: ୨୮୯
ଗ୍ରାମ: ୨୯୭୧
ବେଳାଭୂମି: ୮୧ କିମି.

ଜନଗଣନା

ସମ୍ପାଦନା
ବାଲେଶ୍ୱର ଷ୍ଟେଶନ ଛକ

୨୦୧୧ ଜନଗଣନା ଅନୁସାରେ ବାଲେଶ୍ୱର ଜିଲ୍ଲାର ମୋଟ ଲୋକସଂଖ୍ୟା ୨,୩୧୭,୪୧୯[] | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨୦,୬୪,୩୫୭ ଓ ସହରାଞ୍ଚଳରେ ୨,୫୩,୦୬୨ ଲୋକ ବାସ କରନ୍ତି ।[]

  • ପୁରୁଷ: ୧୧,୮୪,୩୭୧
  • ମହିଳା: ୧୧,୩୩,୦୪୮
    • ଛ ବର୍ଷରୁ କମ: ୨,୭୪,୪୩୨
  • ପଢୁଆ ହାର ୮୦.୬୬%
    • ପୁରୁଷ: ୮୮.୦୬%
    • ମହିଳା: ୭୨.୯୫%

ବାଲେଶ୍ୱର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ୨ଟି ସଦର ମହକୁମା , ବାଲେଶ୍ୱର ଓ ନୀଳଗିରି ଓ ୧୨ଟି ବ୍ଲକ ଅଛି ଯାହାସବୁ ଗ୍ରାମାଞ୍ଚଳର ଉନ୍ନତି ସକାଶେ କାମ କରିଥାନ୍ତି, ଖଜଣା ଓ ପ୍ରଶାସନିକ କାରବାର ପାଇଁ ୭ଟି ତହସିଲ ଓ ୨୮୯ ଗ୍ରାମ ପଞ୍ଚାୟତ ଅଛି । ତାହା ଛଡା ୪ଟି ସହର (ଗୋଟିଏ ମୁନିସିପାଲିଟି ଓ ୩ଟି ଏନ.ଏ.ସି) ଅଛି । ଆହୁରି ମଧ୍ୟ ୨,୯୭୧ଟି ଗାଆଁ ଅଛି ଯାହା ଭିତରୁ ୨,୬୦୨ଟିରେ ଲୋକେ ବସବାସ କରନ୍ତି ।
ଏହି ଜିଲ୍ଲାରେ ଗୋଟିଏ ଲୋକ ସଭା ନିର୍ବାଚନ ମଣ୍ଡଳୀ ଓ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଛି ।

ପଞ୍ଚାୟତ ସମିତି ଓ ବ ତହସିଲ

ସମ୍ପାଦନା
  • ପଞ୍ଚାୟତ ସମିତିସବୁର ନାମ:
  1. ବାଲେଶ୍ୱର ଶାଖା - ବାହାନଗା, ବାଲେଶ୍ୱର, ବାଲିଆପାଳ, ବସ୍ତା, ଭୋଗରାଇ, ଜଳେଶ୍ୱର, ଖଇରା, ରେମୁଣା, ସିମୁଳିଆ, ସୋର
  2. ନୀଳଗିରି ସଦରମହକୁମା - ନୀଳଗିରି, ଔପଦା
  • ତହସିଲସବୁ - ବାଲେଶ୍ୱର, ବାଲିଆପାଳ, ବସ୍ତା, ଜଳେଶ୍ୱର, ନୀଳଗିରି, ସିମୁଳିଆ, ସୋର

ଓଡ଼ିଶାର ପୂର୍ବରେ ବାଲେଶ୍ୱର ଅବସ୍ଥିତ । ଭାରତର ଦକ୍ଷିଣ ପୂର୍ବ ଉପକୂଳରେ ବଙ୍ଗୋପସାଗର କଡ଼ରେ ଏହା ଅଛି । ଏହା ୨୧°୩୦` ଉତ୍ତର, ୮୬°୫୬` ପୂର୍ବରେ ଅଛି । ବାଲେଶ୍ୱର ୩,୦୭୬ କି.ମି.ର ଜାଗାରେ ବ୍ୟାପିଛି | ଦକ୍ଷିଣ-ପୂର୍ବ ପର୍ବତ ମାଳାର ତିନୋଟି ଅଞ୍ଚଳ ବାଲେଶ୍ୱର ଭିତରେ ଅଛି । ଏହା ବାରିପଦାଠାରୁ ୨୫ କି.ମି. ଦୁରରେ ଅବସ୍ଥିତ ।

ବାଲେଶ୍ୱରକୁ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଇଥାଏ ।

ବାଲେଶ୍ୱରରେ ଅନେକ ଜଙ୍ଗଲ ଓ ଖଣିମାନ ରହିଛି । ଏଠାରେ ବୁଢ଼ା ବଳଙ୍ଗସୁବର୍ଣ୍ଣରେଖା ନଦୀ ବହୁଅଛି ଆଉ ୩,୮୨୪ ଫୁଟ ଉଚ୍ଚର ମହାଗିରି ପର୍ବତ ଅଛି । ବାଲେଶ୍ୱରରେ ସମୁଦ୍ର ମୁହାଣକୁ ଛୁଇଁଥିବା ଅନେକ ନଇ ଓ ଶାଖାନଇ ଅଛି । ବାଲେଶ୍ୱରରେ ଜଳସେଚନ ଭଲ ଭାବରେ ବ୍ୟାପିଛି ।

ଇତିହାସ

ସମ୍ପାଦନା

ବୌଦ୍ଧ ଯୁଗ

ସମ୍ପାଦନା

ବୌଦ୍ଧ ଯୁଗରେ ବାଲେଶ୍ୱରକୁ “କୋଶାମ୍ବ” ବା “କୋସାମ୍ବ” କୁହାଯାଉଥିଲା । ତପସୁ ଓ ବହ୍ଲିକ ନାମକ ଦୁଇ ଭାଇ ୫୦୦ ଶଗଡ଼ରେ ବଣିଜ କରବା ନିମନ୍ତେ ପଣ୍ୟ ନେଇ ଯିବା ସମୟରେ ଉରୁବେଳା ନିକଟରେ ଭଗବାନ ବୁଦ୍ଧଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ବୁଦ୍ଧଦେବ ସେମାନଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରିଥିଲେ । ଖ୍ରୀ.ଅ. ୩ ଯ ଶତାବ୍ଦୀରେ କଳିଙ୍ଗର ରାଜା ବାଲୁକେଶ୍ୱରଙ୍କ ସମୟରେ ସଧବପୁଅମାନେ ବାଲି ଦ୍ୱୀପ ସହିତ ଯେତେବେଳେ ବେପାର ବଣିଜ କରୁଥିଲେ ସେତେବେଳେ ମଧ୍ୟ ଏହାର ନାମ ବାଲେଶ୍ୱର ଥିଲା ।[] ବାଲେଶ୍ୱର ଜିଲା ପ୍ରାଚୀନ କଳିଙ୍ଗର ଏକ ମୁଖ୍ୟ ଭାଗ ଥିଲା । ମୁକୁନ୍ଦ ଦେବଙ୍କ ପରଲୋକ ପରେ ଏହା ତୋଷାଳି ବା ଉତ୍କଳର ଏକ ଭାଗରେ ପରିଣତ ହେଲା ।

ଟଲେମିଙ୍କ ଭୌଗଳିକ ପୋଥି ଓ ଐତିହାସିକ ଲେସୋମିଙ୍କ ବାଲେଶ୍ୱର ଉପରେ ଥିବା ନିବନ୍ଧରୁ ଜଣାପଡ଼େ ଯେ ବାଲେଶ୍ୱର ପୁରାତନ ଯୁଗରେ ବାଣିଜ୍ୟରେ ଅନେକ ଅଗ୍ରଗତି କରିଥିଲା । []

ପ୍ରାଚୀନ କଳିଙ୍ଗର ନରପତିଙ୍କ ସମୟରେ ଯେତେବେଳେ ଜବା ଦ୍ୱୀପ (ଜାଭା), ସୁମାତ୍ରା, ବାଲି ଦ୍ୱୀପକୁ କଳିଙ୍ଗର ବଣିକମାନେ ନୌବାଣିଜ୍ୟ କରିବାକୁ ଯାଉଥିଲେ, ସେତେବେଳେ ମଧ୍ୟ କୋଶାମ୍ବ ବାଲେଶ୍ୱର ପରମିଟ ଘାଟ ବନ୍ଦରରୁ ପଣ୍ୟ ଦ୍ରବ୍ୟ ବିକାହେବା ପାଇଁ ଯାଉଥିଲା । ଆଜିର ବାଲିଘାଟ ବନ୍ଦର ଓ ପରମିଟ ଘାଟରୁ ୧୬୯୦ ବେଳକୁ ଆଉରଙ୍ଗଜେବ ବାଲେଶ୍ୱରରେ ବେପାର ବଣିଜ କରିବା ପାଇଁ ଇଂରେଜମାନଙ୍କୁ ସନନ୍ଦ ଦେଇଥିଲେ ।

ମୋଗଲ ଶାସନ

ସମ୍ପାଦନା

ଏଠାକୁ ମୋଗଲମାନେ ୧୫୬୮ରେ ଆସିଥିଲେ ଓ ସେମାନଙ୍କ ଅଧିନରେ ଏହା ୧୭୫୦-୫୧ ଯାଏଁ ଥିଲା । ଆଫଗାନ ଶାସନ କାଳରେ ଆଫଗାନୀମାନେ ବାଲେଶ୍ୱର ଦାଖଲ କରି ଶାସନ କରୁଥିଲେ । ୧୫୯୨ରେ ମୋଗଲ ସମ୍ରାଟ ଆକବର ବାଲେଶ୍ୱର ଦଖଲ କରି ବହୁକାଳ ଶାସନ କରିଥିଲେ । ୧୪୭୦ରେ ବାଙ୍ଗର ନବାବ ଆଲିବର୍ଦ୍ଦିନ ଖାଁଙ୍କଠାରୁ ବାଲେଶ୍ୱରର ସୁବାଦାର ମୁରସିଦ ଖାଁ ଲୁଣିଆଯୋଡ଼ି ପୋଲ ନିକଟରେ ଥିବା ହାଜିପୁର (ଏବେକାର ହରିପୁର)ଠାରେ ଯୁଦ୍ଧରେ ପରାସ୍ତ ହୋଇଥିଲେ ଓ ଓଡ଼ିଶା ଛାଡ଼ି ପଳାଇଲେ ।

ମରାଠା ଶାସନ

ସମ୍ପାଦନା

୧୭୫୧ରେ ମରାଠାମାନେ ମୋଗଲମାନଙ୍କୁ ହଟାଇ ବାଲେଶ୍ୱର ଦାଖଲ କରିଥିଲେ । ମରାଠା ସେନାପତି ଭାସ୍କର ପଣ୍ଡିତ ଏହାର ଦାୟିତ୍ୱରେ ଥିଲେ । କେତେକ ମରାଠା କର୍ମଚାରି ବାଲେଶ୍ୱରରେ ବାଣ୍ଠୁଆ ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ଆଦି ତୋଳାଇଥିଲେ । ସେ ସମୟରେ ହସ୍ତଶିଳ୍ପ ଓ ତନ୍ତରେ ଉନ୍ନତ ବାଲେଶ୍ୱରୀ ବାନ୍ଧ ବୁଣାଯାଉଥିଲା । ମାକଲପୁର ଏଥିପାଇଁ ଜଣାଶୁଣା ଥିଲା । ମରାଠାମାନେ ଜଳେଶ୍ୱରରେ ଥିବା ରାଇବଣିଆ ଦୁର୍ଗଠାରେ ଥିଲେ । ବାଲେଶ୍ୱରକୁ ୫ଟି ପରଗଣାରେ ବିଭକ୍ତ କରାଯାଇଥିଲା ।

ଜାଗାର ନାମକରଣ

ସମ୍ପାଦନା

ମରାଠା ସର୍ଦାର ଭାସ୍କର ପଣ୍ଡିତଙ୍କ ନାମ ଅନୁସାରେ ଭାସ୍କରଗଞ୍ଜ, ମୋତିରମ ଫଉଜଦାରଙ୍କ ନାମ ଅନୁସାରେ ମୋତିଗଞ୍ଜ, ନୀଳଖୋଲୁ ସର୍ଦାରଙ୍କ ନାମ ଅନୁସାରେ ନୀଳଗିରି ନାମ ହୋଇଥିବାର ଜଣାଯାଏ ।[] ସେହିପରି ମାନସିଂହ ନାମାନୁସାରେ ମାନସିଂହ ବଜାର ଓ ଅନ୍ୟାନ୍ୟ ମୋଗଲ ସର୍ଦାରଙ୍କ ନାମରୁ ବାଇରମ ନଗର, ମିର୍ଜା ପୋଖରୀ, ଦର୍ଜି ପୋଖରୀ, ଆଜିମାବାଦ, ପଠାଣ ମହଲା ନାମକରଣ ହୋଇଥିଲା । ଲାଲା କିଶୋର ରାଜଙ୍କ ନାମ ଅନୁସାରେ ବାରବାଟି ଓ ଲାଲା ବଜାର ହୋଇଥିଲା ।

ଅଝାଲ ସିଲାଇ

ସମ୍ପାଦନା

ନିମକ ମାହାଲ ନାମରେ ଏକ ଦପ୍ତର ବାଲେଶ୍ୱରଠାରେ ଥିଲା । ଏହି ଦପ୍ତରରେ ଜାହାଜ ଗୁଡ଼ିକର ପାଲ ସିଲାଇ ଓ ଲୁଣ ମହଜୁଦ ହୋଇ ରପ୍ତାନି ପାଇଁ ପଠାଯାଉଥିଲା । କାର୍ତ୍ତିକ ପୂର୍ଣ୍ଣମୀ ଦିନ ବେପାରୀ ଓ ବୋଇତମାନଙ୍କୁ ବିଦାୟ ଦିଆଯାଉଥିଲା । ଆଜି ମଧ୍ୟ ବାଲିଘାଟ ବନ୍ଦରରେ ତାର ସ୍ମୃତି କାର୍ତ୍ତିକ ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ ।[]

ପର୍ତୁଗୀଜ, ଫରାସି ଓ ଓଲନ୍ଦାଜ ଶାସନ

ସମ୍ପାଦନା

୧୫୧୪ରେ ପର୍ତୁଗୀଜମାନେ ଓ ତା ପରେ ଫରାସୀ, ଦିନାମାର ଓ ଓଳନ୍ଦାଜମାନେ ବାଲେଶ୍ୱରରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ । ୧୯୯୬ ନଭେମ୍ବର ୨୩ରେ ବାଲେଶ୍ୱରର ବାରବାଟି ଉଚ୍ଚ ବିଦ୍ୟାଳୟର ଏହି ସମୟର ସ୍ମୃତିରେ ମାଇକେଲ ସେଇନସ ଓ ଏନାବେଲା ନାମ୍ନୀ ଜଣେ ଓଳନ୍ଦାଜ ଯୁବତୀଙ୍କ ନାମରେ ୨ଟି ସମାଧି ତିଆରି କରାଯାଇଥିଲା ।[] ୧୭୧୯ରେ ଫରାସି ବଣିକମାନେ ଫରାସି ଡିଙ୍ଗାରେ ବାଣିଜ୍ୟ କୋଠିମାନ ସ୍ଥାପନା କରିଥିଲେ । ୧୭୪୨ରେ ଏବେକାର ବାଲେଶ୍ୱର କଚେରିଠାରେ ମରାଠା ସେନାପତି ଭାସ୍କର ପଣ୍ଡିତ ଓ ଆଲିବର୍ଧନଙ୍କ ଭିତରେ ହୋଇଥିବା ଯୁଦ୍ଧରେ ମରାଠାମାନେ ପରାଜିତ ହୋଇଥିଲେ । ୧୭ଶ ଶତାବ୍ଦୀର ଆରମ୍ଭରେ ବାଲେଶ୍ୱର ପୂର୍ବ ଉପକୂଳର ବେପାର ବଣିଜର ପେଣ୍ଠସ୍ଥଳ ପାଲଟିଥିଲା । ଏଠାକାର ବାସିନ୍ଦାମାନେ ସମୁଦ୍ରପଥରେ ଦକ୍ଷିଣପୂର୍ବ ଏସିଆର ଲାକ୍ଷାଦ୍ୱୀପମାଳଦ୍ୱୀପକୁ ବେପାର ବଣିଜ ପାଇଁ ଯାଉଥିଲେ । ଭୋଗରାଇରୁ ମିଳିଥିବା ତମ୍ବା ମୁଦ୍ରା ଓ ଅଭଣା, କୁପାରି, ବସ୍ତାଅଯୋଦ୍ଧାରୁ ମିଳିଥିବା ବୁଦ୍ଧଙ୍କ ମୂର୍ତ୍ତି ଏଠାରେ ବୁଦ୍ଧ ଧର୍ମର ଅବସ୍ଥିତି ଉପରେ ପ୍ରମାଣ ଦିଏ ଯାହା ଭୌମକର ରାଜଶାସନ କାଳରେ ବିକାଶ କରିଥିଲା । ଜଳେଶ୍ୱର, ବାଲେଶ୍ୱର ଓ ଅଭଣାରୁ ମିଳିଥିବା ମହାବୀର ଜୈନଙ୍କ ୧୦ମ-୧୧ଶ ଶତାବ୍ଦୀରେ ତିଆରି ମୂର୍ତ୍ତି ଏଠାରେ ଜୈନ ଧର୍ମ ଥିବାର ମଧ୍ୟ ପ୍ରମାଣ ଦେଇଥାଏ । ୧୮୬୫ରେ ଓଳନ୍ଦାଜମାନଙ୍କ ବାଣିଜ୍ୟ କୋଠିକୁ ଇଂରେଜମାନେ ଦଖଲ କରିଥିଲେ ଓ ୧୮୬୪ରେ ଓଳନ୍ଦାଜମାନଙ୍କ କୋଠିକୁ ଦଖଲ କରିଥିଲେ ।[]

ଫିରିଙ୍ଗି ଶାସନ

ସମ୍ପାଦନା

୧୮୦୩ରେ ଏହା ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିନକୁ ଯାଇଥିଲା ଓ ୧୯୧୨ ଯାଏଁ ସେମାନଙ୍କ ଅଧିନରେ ରହିଥିଲା । ଏହା ବ୍ରିଟିଶ, ଡଚ ଓ ଓଲନ୍ଦାଜମାନଙ୍କ ପାଇଁ ବେପାର ବଣିଜର ଏକ ପ୍ରମୁଖ ବନ୍ଦର ଥିଲା । ଏଠାରେ ୧୬୪୦ରେ ପ୍ରଥମ ବ୍ରିଟିଶ କାରଖାନା ବସାଯାଇଥିଲା ।

ସ୍ୱତନ୍ତ୍ର ଜିଲ୍ଲା ଗଠନ

ସମ୍ପାଦନା

ଅକ୍ଟୋବର ୧୮୨୮ରେ ବାଲେଶ୍ୱର ଏକ ଅଲଗା ଜିଲ୍ଲାରେ ପରିଣତ ହେଲା । ୧ ଏପ୍ରିଲ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ବାଲେଶ୍ୱର ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲାରେ ପରିଣତ ହେଲା । ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଆସିବା କାଳରେ ଏଠାରେ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା । ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଓ ଟିକସ ନଦେବା ପାଇଁ ଶ୍ରୀଜଙ୍ଗ ବାଲେଶ୍ୱରରେ ହୋଇଥିବା ସତ୍ୟାଗ୍ରହ ସ୍ୱାଧିନତା ଆନ୍ଦୋଳନର କେତେକ ଜଣାଶୁଣା ଭାଗ । ନୀଳଗିରିଗଡ଼ଜାତର ରାଜାଙ୍କ ବିରୋଧରେ ନୀଳଗିରିରେ ପ୍ରଜାମେଳି ହୋଇଥିଲା । ଜାନୁଆରୀ ୧୯୪୮ରେ ନୀଳଗିରି ଗଡ଼ଜାତ ଓଡ଼ିଶା ସହ ମିଶିଥିଲା ଓ ବାଲେଶ୍ୱର ଜିଲ୍ଲା ଭିତରକୁ ସରକାରୀ ଭାବେ ଆସିଥିଲା ।

ସ୍ୱାଧୀନତା ପର

ସମ୍ପାଦନା

୩ ଏପ୍ରିଲ ୧୯୯୩ରେ ବାଲେଶ୍ୱର ଜିଲ୍ଲାରର ସଦର ମହକୁମା ଭଦ୍ରକ, ବାଲେଶ୍ୱରରୁ ଅଲଗା ହୋଇ ଭଦ୍ରକ ଜିଲ୍ଲାରେ ପରିଣତ ହୋଇଥିଲା ।

ବେପାର ବଣିଜ

ସମ୍ପାଦନା

ବାଲେଶ୍ୱର ସହର ବାଲେଶ୍ୱର ଜିଲାର ବାଣିଜ୍ୟର ପେଣ୍ଠସ୍ଥଳ । ବାଲିଆପାଳ ଅନ୍ୟ ଏକ ସହର, ଏହାକୁ ପାନ, ଧାନ ଓ ମୀନର ସହର କୁହାଯାଏ । ଚାଷବାସ, କଳକାରଖାନା, ମାଛଧରା ଆଦି ଏଠାକାର ମୂଳବେଉସା । ନୁଆ ବଜାର, ମୋତିଗଞ୍ଜ, ବିବେକାନନ୍ଦ ମାର୍ଗ, ଫକିରମୋହନ ଗୋଲେଇ, ଷ୍ଟେସନ ଛକ, ଆଇଟିଆଇ ଛକ, କଚେରୀ ବଜାର, ନୁଆସାହି ଆଦି ଏଠାକାର ବେପାର ବାଣିଜ୍ୟର ମୁଳ । ବାଲେଶ୍ୱରର ଜଉ କଣ୍ଢେଇ ବିରଳ, କୋଟିକମ କରା ଓ ସାରା ଓଡ଼ିଶାରେ ପ୍ରସିଦ୍ଧ । ଓଡ଼ିଶାର କଳା, ସାହିତ୍ୟ, ଚଳଣି, ଖାଇବା ପିଇବା, ଚାଷବାସ ଓ କଳକାରଖାନାର ବିକାଶରେ ବାଲେଶ୍ୱର ଭୂମିକା ଅଶେଷ । ଏଠାରେ ବିରଳା ଟାୟାର, ଇମାମି କାଗଜ କଳ, ଓରିପ୍ଲାଷ୍ଟ ପ୍ଲାଷ୍ଟିକ କାରଖାନା ସହ ଆହୁରି ଅନେକ କାରଖାନା ଅଛି ।

ଗମନାଗମନ

ସମ୍ପାଦନା

ବାଲେଶ୍ୱର ରେଳ ଷ୍ଟେସନ ଚେନାଇରୁ କଲିକତା ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ । ଜାତୀୟ ରାଜପଥ-୫/ଜଗନ୍ନାଥ ସଡ଼କ କଲିକତାରୁ ଚେନ୍ନାଇ ଯାଇଛି ଓ ଚାରି ଲେନବାଲା ଜାତୀୟ ରାଜପଥ-୬୦ ବାଲେଶ୍ୱରରୁ କଲିକତା ଯାଇଛି ।

ନିକଟତମ ବିମାନଘାଟି: ଭୁବନେଶ୍ୱର (୧୯୧ କି.ମି.) ଓ କଲିକତା ଯାହାକି ଏଠାରୁ ପ୍ରାୟ ସାଢେ ୩ ଘଣ୍ଟାର ବାଟ ।

ଭଦ୍ରକ, ଜାଜପୁର, କଟକ, ଭୁବନେଶ୍ୱର, କୋରାପୁଟ, ରାଉରକେଲା, ସମ୍ବଲପୁର, ବରଗଡ଼ ଓ ଓଡ଼ିଶାର ବାକି ସହରମାନଙ୍କ ସହ ବାଲେଶ୍ୱର ବସ ଓ କାର ଆଦିରେ ଭଲ ଭାବେ ଜୋଡ଼ା । ବାଲେଶ୍ୱରଠୁ ୬୦କିମି ଦୁରରେ ବାରିପଦା ସହର ଅବସ୍ଥିତ |.

ପର୍ଯ୍ୟଟନ ସ୍ଥଳ

ସମ୍ପାଦନା

ବନ୍ଦର ଓ ବେଳାଭୂମି

ସମ୍ପାଦନା
ଏହା ବାଲେଶ୍ୱର ସହରଠାରୁ ୧୨ କି.ମି. ଦୂରରେ ଥିବା ଏକ ବେଳାଭୁଇଁ । ଏହା ବାକି ବେଳାଭୁଇଁଠାରୁ ଅଲଗା, ଏଠାରେ ଲହଡ଼ି କେବଳ ଭୋର ଓ ରାତିରେ ଦେଖିବାକୁ ମିଳେ । ଦିନସାରା ସମୁଦ୍ରର ୩-୪ ମାଇଲ ଯାଏଁ କେବେ ଲହଡି଼ ଆସେ ନାହିଁ । ଏହାର ଅନତି ଦୂରରେ ବଳରାମଗଡ଼ି ମାଛଧରା ବନ୍ଦର ରହିଛି ।
 
ତାଳସାରିରେ ସୂର୍ଯ୍ୟାସ୍ତ
ଏହା ବାଲିଆପାଳ ନିକଟରେ ଅବସ୍ଥିତ ବାଲେଶ୍ୱର ଜିଲାର ଏକ ବେଳାଭୂମି ।
ଏହା ଏକ ସୁନ୍ଦର ବନ୍ଦର ଓ ଏଠାକାର "ହୁଇଲର୍ସ ଦ୍ୱୀପ"ରେ ଗୋଳାବାରୁଦ ପରୀକ୍ଷଣ କରାଯାଇଥାଏ ।
ବାଲେଶ୍ୱର ସହରରେ ଅବସ୍ଥିତ ଏହି ପୁରାତନ ବନ୍ଦର ଏକ ପ୍ରମୁଖ ମାଛଧରା ବନ୍ଦର ।
 
ବୁଢାବଳଙ୍ଗ ନଦୀ କଡ଼ରେ ଡଙ୍ଗା

ଏସବୁ ଛଡ଼ା ଡଗରାଚଉମୁଖଠାରେ ଦୁଇଟି ବେଳାଭୂମି ମଧ୍ୟ ରହିଛି ।

ଉପାସନା ସ୍ଥଳ

ସମ୍ପାଦନା
ଏହା ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱର ପାହାଡ଼ ଉପରେ ଅଛି । ପାହାଡ଼ି ଝରଣା ଭିତରେ ଥିବା ପାଞ୍ଚଟି ଶିବଲିଙ୍ଗକୁ ବାବା ପଞ୍ଚଲିଙ୍ଗେଶ୍ୱର କୁହାଯାଏ । ଖୋଲା ପାହାଡ଼ ଆଉ ଗଛଲତାରେ ବେଢ଼ା ଏହା ଖାଲି ଗୋଟିଏ ଶିବ ମନ୍ଦିର ନୁହେଁ, ଗୋଟିଏ ସୁନ୍ଦର ବଣଭୋଜି ଜାଗା । ବାଲେଶ୍ୱର ଜିଲ୍ଲାର ଏହା ଏକ ଜଣାଶୁଣା ବୁଲାବୁଲି ଜାଗା । ଓଡ଼ିଶା ଓ ପାଖାପାଖି ରାଜ୍ୟର ଅନେକ ଜାଗାରୁ ଲୋକେ ଏଠାକୁ ବୁଲିବା ପାଇଁ ଆସନ୍ତି ।
ସୁନହଟରେ ଥିବା ଭୁଜାଖିଆ ପିର ଉଭୟ ହିନ୍ଦୁ ଓ ମୁସଲିମ ଧର୍ମାବଲମ୍ବୀମାନଙ୍କ ଦେଇ ପୂଜିତ ହୋଇଥାନ୍ତି | ଆସ୍ଥାନା ସରିଫ ହଜରତ ପିରବାବା ଏଠାରେ ହଇଜା ରୋଗିଙ୍କର ସେବା ପାଇଁ ଆସିଥିବାରୁ ତାଙ୍କ ନାମ ଅନୁସାରେ ଏହି ପୀଠର ନାମ ଭୁଜାଖିଆ ପିର ରଖାଯାଇଛି ।

ଐତିହ୍ୟସ୍ଥଳୀ

ସମ୍ପାଦନା
ରେମୁଣାରେ ଅବସ୍ଥିତକ୍ଷୀରଚୋରା ଗୋପୀନାଥ ମନ୍ଦିର ବାଲେଶ୍ୱରଠାରୁ ୯ କିମି ପୂର୍ବରେ ଅବସ୍ଥିତ ଓ ହାଓଡ଼ା ଓ ଭୁବନେଶ୍ୱର ମଝିରେ ପଡ଼େ । ଏହା ଉତ୍କଳର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ଦେଇ ନିର୍ମିତ ।
ଏଠାରେ ରହିଛି ଏସିଆର ସବୁଠୁ ବଡ଼ ଶିବଲିଙ୍ଗ । ଏହା ଏକ ପ୍ରସିଦ୍ଧ ଶିବ କ୍ଷେତ୍ର ଭାବରେ ଜଣାଶୁଣା ।
ଏହା ଏକ ପ୍ରସିଦ୍ଧ ଶୈବପିଠ । ଏଠାକାର "ଜାଗର ମେଳା" ଏକ ଜଣାଶୁଣା ପର୍ବ ।
ଏହା ଏକ ପ୍ରସିଦ୍ଧ ଚଣ୍ଡୀ ମନ୍ଦିର ଓ ଉତ୍ତର ଓଡି଼ଶାର ଏକ ପ୍ରମୁଖ ଶାକ୍ତ ପୀଠ । ବାଲେଶ୍ୱରଠାରୁ ଉଦଳା ଯିବା ବାଟରେ ସଜନାଗଡ଼ଠାରେ ଏହି ମନ୍ଦିର ଅବସ୍ଥିତ ।

ଲୋକକଳା

ସମ୍ପାଦନା

ଲୋକଗୀତ ଓ ଲୋକନାଟ

ସମ୍ପାଦନା

ବାଲେଶ୍ୱର ଜିଲ୍ଲାର ଚଢ଼େଇଆ ନାଚସଙ୍ଗୀତ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଅଛି । ନୀଳଗିରିର ଛଉ ନାଟ, ପାଟୁଆ ନାଟ, ଯାତ୍ରା, ଗୀତିନାଟ୍ୟ, ସଜନାଗଡ଼, ବାହାନଗାଚନ୍ଦନେଶ୍ୱର ମେଳାର ଚଇତି ଘୋଡ଼ା ନାଚ ଆଦି ଖୁବ ଜଣାଶୁଣା । ଏହା ଛଡ଼ା ଶ୍ରୀଜଙ୍ଗ, ଚଣ୍ଡୀପୁର, ବର୍ଦ୍ଧନପୁର, ବାଙ୍କେଶ୍ୱର ଅଞ୍ଚଳର ବଣକୋଇଲା ନାଟ, ମଙ୍ଗଳପୁରଅଭଣାର ଦଧି ନାଟ, ବାଲେଶ୍ୱରର ପଡ଼ିଅଁ, ଶ୍ରୀଜଙ୍ଗର ବହୁରୂପା ନାଟ, ଅନନ୍ତପୁରଗୁଡ଼ସିଆଁର ଦାସକାଠିଆ, ଉତ୍ତର ବାଲେଶ୍ୱରର ଲଳିତା ପାଲା ଆଦି ଜନପ୍ରିୟ ।

ହାତକାମ

ସମ୍ପାଦନା

ଭୋଗରାଇର ସପ ମସିଣା, ନୀଳଗିରିର ପଥର ବାସନ ଓ ମୂର୍ତ୍ତି, ରେମୁଣାର କଂସା ଓ ପିତ୍ତଳ କାମ, ସୋରର ପଥର ମୂର୍ତ୍ତି ଆଦି ବାଲେଶ୍ୱରର ବହୁ ପୁରାତନ ଲୋକକଳା ।

ଚିତ୍ରକଳା

ସମ୍ପାଦନା

ବାଲେଶ୍ୱରଠାରେ ଅନେକ ଜଣାଶୁଣା ଚିତ୍ରକର ଓ ଶିଳ୍ପୀ ଜନ୍ମ ନେଇଛନ୍ତି । ଓଡ଼ିଶାର ସୁପରିଚିତ ଶିଳ୍ପୀ ବସନ୍ତ ପଣ୍ଡା, ଧର୍ମପଦ ପୁରସ୍କାରପ୍ରାପ୍ତ ଜଳେଶ୍ୱରର ଶିଳ୍ପୀ ଅନନ୍ତ ପଣ୍ଡାଉଦୟ ଜେନା ପ୍ରମୁଖ କେତେଜଣ ଶିଳ୍ପୀ ଅନେକ ସୁନ୍ଦର କଳାକୃତି ସବୁ ତିଅରି କରିଛନ୍ତି । ଏହି ଜିଲ୍ଲାର ବାଲେଶ୍ୱର ସହର ଉପକଣ୍ଠରେ ଏକ କଳା ମହାବିଦ୍ୟାଳୟ କଳାକ୍ଷେତ୍ର କଳା ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ।

ଜଣାଶୁଣା ଲୋକ

ସମ୍ପାଦନା

ଶିକ୍ଷା

ସମ୍ପାଦନା

କଲେଜ ଓ ବିଶ୍ୱବିଦ୍ୟାଳୟ

ସମ୍ପାଦନା
  1. "Assembly Constituencies - Corresponding Districts and Parliamentary Constituencies of Orissa" (PDF). Election Commission of India. Retrieved 2008-09-20.
  2. onefivenine.com
  3. ୩.୦ ୩.୧ "CENSUS OF INDIA PROVISIONAL POPULATION TOTALS - ORISSA - DATA SHEET" (PDF). Government of India Ministry of Home Affairs, Janpath, Unit-IX, Bhubaneswar-751 022,. Retrieved 3 August 2011. {{cite web}}: line feed character in |publisher= at position 20 (help)CS1 maint: extra punctuation (link)
  4. Census 2011: Odisha: Rural Urban Distribution
  5. ୫.୦ ୫.୧ ୫.୨ ୫.୩ ୫.୪ ଶଙ୍କର ଚରଣ ରାଉତ, ଉନ୍ନୟନୀ (ବାଲେଶ୍ୱର). ୨୦୦୬. ପୃ. ୮୪-୮୬
  6. ହରିଶ୍ଚନ୍ଦ୍ର ସରକାର, କାମାକ୍ଷାପ୍ରସାଦ ବସୁ.

ବାହାର ଲିଙ୍କ

ସମ୍ପାଦନା

ଛାଞ୍ଚ:ବାଲେଶ୍ୱର