ଯାଜପୁର
ଯାଜପୁର ନଦୀରେ ଭରା ଓଡ଼ିଶାର ଏକ ସହର । ଏହାର ଉତ୍ତର ଦିଗରେ ଭଦ୍ରକ ଜିଲ୍ଲା ଅଛି । ଯାଜପୁରଠାରେ ଥିବା ବିରଜା ମନ୍ଦିର ଓଡ଼ିଶାର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।
ଯାଜପୁର | |
---|---|
ସହର | |
Country | India |
State | ଓଡ଼ିଶା |
District | ଯାଜପୁର |
Government | |
• ଜିଲ୍ଲାପାଳ | ଶ୍ରୀ ରଞ୍ଜନ କୁମାର ଦାସ |
Population (2001) | |
• Total | ୩୨୨୦୯ |
Languages | |
Time zone | UTC+5:30 (IST) |
PIN | ୭୫୫xxx |
Telephone code | ୦୬୭୨୮ & ୦୬୭୨୬ |
ଯାନବାହାନ ପଞ୍ଚୀକରଣ | ଓଡି-୦୪ & ଓଡି-୩୪ |
Website | jajpur |
ଇତିହାସ
ସମ୍ପାଦନାଓଡ଼ିଶାରେ ଯାଜପୁର ସହରଟି ବହୁ ପୁରାକାଳରୁ ବିରଜା ଠାକୁରାଣୀଙ୍କ ନାମାନୁସାରେ ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି। ଏହି ସହରଟି ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ । ବିରଜା ଯାଜପୁରର ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଠାତ୍ରୀ ଦେବୀ। ଏଠରେ ବହୁ ପୁର୍ବରୁ ଭୌମବଂଶୀୟ ରାଜାମାନେ ରାଜୁତି କରୂଥିଲେ । ଦଶମ ଶତାବ୍ଦୀରେ ଭୌମରାଜତ୍ୱପରେ କେଶରୀ ବଂଶର ରାଜା ଯଯାତୀ କେଶରୀ ଏଠରେ ରାଜଧାନୀ ସ୍ଥାପନକରି କିଛି ବର୍ଷ ରାଜତ୍ୱ କଲେ ସେହି କେଶରୀ ବଂଶର ରାଜା ଯଯାତୀ କେଶରୀ ଯାଜପୁରରେ ଅନେକ ଦେବଦେବୀ ମନ୍ଦିର ନିର୍ମାଣ କରିଥିଲେ । ସେହି ସମୟରେ ଅନେକ କିର୍ତ୍ତୀ ଏଠରେ ଅଦ୍ୟାବଧି ଦେଖିବାକୁ ମିଳିଥାଏ। ରାଜା ଯଯାତି କେଶରୀଙ୍କ ରାଜତ୍ୱ ସମୟରେ ଯାଜପୁର ସହର ନିକଟରେ ଥିବା ପବିତ୍ର ବୈତରଣୀ ନଦୀ କୂଳରେ ସେ ଦଶାଶ୍ୱମେଧ ଯଞ୍ଜ କରାଇଥିଲେ। । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ ୟଜ୍ଞ କରିବାରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯାଗ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ । ତେଣୁ ସେହି ଦିନଠାରୁ ସେହି ଯଞ୍ଜସ୍ଥାନ ଦଶାଶ୍ୱମେଧ ଘାଟ ନାମରେ ପରିଚିତ ଯଯାତୀ କେଶରୀ ରାଜତ୍ୱ ସମୟରେ ଯାଜପୁରକୁ ଯଯାତିନଗର ବୋଲି ଆଖ୍ୟା ଦିଆଯାଇଥିଲା ।
ଯାଜପୁର ଅଞ୍ଚଳରେ ଅନେକ ବୌଦ୍ଧକିର୍ତ୍ତୀ ଓ ବୌଦ୍ଧ ପୀଠ ରହିଛି । ସେ ସବୁ ମଧ୍ୟରେ ରତ୍ନଗିରି ଓ ଉଦୟଗିରି ପ୍ରଧାନ। ଏସବୁ ସ୍ଥାନରେ ବୌଦ୍ଧପୀଠ ଓ ବୌଦ୍ଧ ବିହାରମାନ ଥିଲା। ଆମ ଓଡ଼ିଶାରେ ଇଂରେଜ ଶାସନ ସମୟରେ ୧୮୫୯ ମସିହାରେ ଯାଜପୁରକୁ କଟକ ଜିଲ୍ଲାର ଗୋଟିଏ ସବ୍ଡିଭିଜନ କରାଯାଇଥିଲା ।
ରାଜନୀତି
ସମ୍ପାଦନାଦର୍ଶନୀୟ ସ୍ଥାନ
ସମ୍ପାଦନାଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |