ଆକବର(୧୫୫୬-୧୫୬୧) ହୁମାୟୁନଙ୍କ ପୁତ୍ର ଓ ମୋଗଲ ସାମ୍ରାଜ୍ୟର ଜଣେ ସୁଦକ୍ଷ ଶାସକ ଥିଲେ । ଭାରତରେ ମୁସଲମାନ ସମ୍ରାଟଙ୍କ ମଧ୍ୟରେ ଆକବର ସର୍ବାପେକ୍ଷା ଉଦାର ଥିଲେ । ତାଙ୍କ ଶାସନ କାଳରେ ଭାରତରେ ସୁଫୀମତବାଦ ଓ ଭକ୍ତିଧର୍ମର ପ୍ରଭାବରେ ହିନ୍ଦୁମୁସଲମାନମାନେ ପରସ୍ପର ପ୍ରତି ଘୃଣାଭାବ ପରିତ୍ୟାଗ କରିଥିଲେ ।

ଜଲାଲ ଉଦ୍ଦିନ ମହମ୍ମଦ ଆକବର
ମିର୍ଜା

ତୃତୀୟ ମୋଗଲ ସାମ୍ରାଜ୍ୟ
Predecessor ହୁମାୟୁନ
Successor ଜାହାଙ୍ଗୀର
Regent ବୈରାମ ଖାଁ (୧୫୫୬-୧୫୬୧f)
House Timurid
ଜନ୍ମ ୧୫ ଅକ୍ଟୋବର ୧୫୪୨(1542-10-15)[୧]
ଉମରକୋଟ, Sind
ମୃତ୍ୟ ୨୭ ଅକ୍ଟୋବର ୧୬୦୫(1605-10-27) (ବୟସ ୬୩)
ଫତେପୁର ସିକ୍ରି, ଆଗ୍ରା
Burial ସିକନ୍ଦର, ଆଗ୍ରା
ଧର୍ମ ଦିନ-ଇ-ଇଲାହି

ଜନ୍ମ ଓ ବାଲ୍ୟଜୀବନସମ୍ପାଦନ କରନ୍ତୁ

ଶେର ଶାହ ସୁରୀଙ୍କଦ୍ୱାରା ପରାଜିତ ହୋଇ ହୁମାୟୁନ ପଳାୟନ କରୁଥିବା ସମୟରେ ସିନ୍ଧୁପ୍ରଦେଶର ଅମରକୋଟଠାରେ ଆଶ୍ରୟ ପାଇଥିଲେ । ସେଠାରେ ୧୫୪୨ ଖ୍ରୀଷ୍ଟାବ୍ଦରେ ତାଙ୍କର ପୁତ୍ର ଆକବର ଜନ୍ମ ଗ୍ରହଣ କରିଥିଲେ । ଜନ୍ମର ବର୍ଷକ ପରେ ପିତାମାତାଙ୍କ ଠାରୁ ବିଚ୍ଛିନ୍ନ ହୋଇ ପ୍ରାୟ ଦୁଇ ବର୍ଷ କାଳ ଆକବର ତାଙ୍କର ପିତୃବ୍ୟ ଆସ୍କାରୀ ଓ କାମରାନଙ୍କ ପାଖରେ ରହିଥିଲେ । ସେମାନେ ହୁମାୟୁଅନଙ୍କୁ ଆଶ୍ରୟ ନଦେବାରୁ ସେ ପାରସ୍ୟକୁ ପଳେଇଗଲେ । ପାରସ୍ୟ ସମ୍ରାଟଙ୍କ ଠାରୁ ସାହାଯ୍ୟ ପାଇ ହୁମାୟୁନ କାନ୍ଦାହାରକାବୁଲ ଅଧିକାର କଲେ ଏବଂ ୧୫୪୫ରେ ଆକବରଙ୍କୁ ଉଦ୍ଧାର କଲେ । [୨]

ଆକବର ବାଲ୍ୟକାଳରେ ପୁସ୍ତକ ଅଧ୍ୟୟନ ଅପେକ୍ଷା ଅଶ୍ୱାରୋହଣ, ଅସ୍ତ୍ରଚାଳନା ପ୍ରଭୃତିରେ ବେଶି ମନଦେଇଥିଲେ । ୧୫୫୧ ଖ୍ରୀଷ୍ଟାବ୍ଦରେ ଆକବର ଗଜନୀର ଶାସକ ନିଯୁକ୍ତି ହେଲେ । ୧୫୫୪ ଖ୍ରୀଷ୍ଟାବ୍ଦରେ ହୁମାୟୁନ ପଞ୍ଜାବ ଅଧିକାର କଲେ ଏବଂ ୧୫୫୫ରେ ଦିଲ୍ଲୀ ଅଧିକାର କଲେ । ସେ ଆକବରଙ୍କୁ ପଞ୍ଜାବର ଶାସନକର୍ତ୍ତା ଓ ବୈରାମ ଖାଁଙ୍କୁ ତାଙ୍କର ଅଭିଭାବକ ନିଯୁକ୍ତି କଲେ । [୩]

୧୫୫୬ ଖ୍ରୀଷ୍ଟାବ୍ଦରେ ହୁମାୟୁନଙ୍କର ମୃତ୍ୟୁ ସମ୍ବାଦ ପାଇ ବୈରାମ ଖାଁଙ୍କ ସାହାଯ୍ୟରେ ଆକବର ପଞ୍ଜାବରେ ଅଭ୍ଷିକ୍ତ ହେଲେ । ସେତେବେଳେ ଭାରତର ରାଜନୈତିକ ଅବସ୍ଥା ଜଟିଳ ଥିଲା । ଶେର ଶାହଙ୍କ ବଂଶର ସୁଲତାନ ଆଦିଲସାହଙ୍କ ମନ୍ତ୍ରୀ ଓ ସେନାପତି ହିମୁ ଖୁବ ପରାକ୍ରମଶାଳୀ ଥିଲେ । ହୁମାୟୁନ ମୃତ୍ୟୁ ଖବର ପାଇ ସେ ବହୁ ସୈନ୍ୟ ନେଇ ଦିଲ୍ଲୀଆଗ୍ରା ଅଧିକାର କଲେ ।

ଦ୍ୱିତୀୟ ପାନିପଥ ଯୁଦ୍ଧ..ସମ୍ପାଦନ କରନ୍ତୁ

ଏହି ବିପଦପୂର୍ଣ୍ଣ ସମୟରେ ଆକବର ଓ ବୈରାମ ଖାଁ ଦିଲ୍ଲୀ ଅଧିକାର କରିବା ପାଇଁ ପଞ୍ଜବରୁ ଦିଲ୍ଲୀ ଆଡ଼କୁ ଅଗ୍ରସର ହେଲେ । ହିମୁଙ୍କର ଏକ ବିଶାଳ ସେନା ଥିଲା । ଉଭୟ ପକ୍ଷ ମଧ୍ୟରେ ଇତିହାସ ପ୍ରସିଦ୍ଧ ପାନିପଥ କ୍ଷେତ୍ରରେ ଯୁଦ୍ଧ ହେଲା । ହିମୁଙ୍କର ପ୍ରଚଣ୍ଡ ଆକ୍ରମଣ ଫଳରେ ମୋଗଲ ସେନା ପରାସ୍ତ ହେବାକୁ ଲାଗିଲା । କିନ୍ତୁ ଶତ୍ରୁ ପକ୍ଷର ଏକ ତୀର ହିମୁଙ୍କର ଚକ୍ଷୁରେ ବିଦ୍ଧ ହେବାରୁ ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ । ସେନାପତିଙ୍କର ଏପରି ଦୁର୍ଦ୍ଦଶା ଦେଖି ସୈନ୍ୟମାନେ ପଳାୟନ କଲେ । ମୋଗଲ ମାଏନ୍ ବିଜୟୀ ହେଲେ । ଏହାକୁ ଦ୍ୱିତୀୟ ପାନିପଥ ଯୁଦ୍ଧ କୁହାଯାଏ । ଅଜ୍ଞାନ ଅବସ୍ଥାରେ ହିମୁଙ୍କୁ ଆକବରଙ୍କ ସମ୍ମୁଖକୁ ଅଣାଯାଇଥିଲା । କଥିତ ଅଛି, ବୈରାମ ଖାଁ ସେଠାରେ ହିମୁଙ୍କର ଶିରଶ୍ଛେଦ କରିଥିଲେ । [୪]

ସାମ୍ରାଜ୍ୟ ବିସ୍ତାରସମ୍ପାଦନ କରନ୍ତୁ

ବୈରାମଙ୍କ ସାହାଯ୍ୟରେ ଆକବର ରାଜତ୍ୱର ପ୍ରଥମ ଚାରିବର୍ଷରେ ଆଜମୀର, ଗୋଆଲିୟର, ଅଯୋଧ୍ୟା, ଓ ଜୌନପୁରକୁ ମୋଗଲ ସାମ୍ରାଜ୍ୟଭୁକ୍ତ କରିଥିଲେ । ୧୫୬୧ରେ ମାଳବ ଅଧିକାର କରିଥିଲେ । ସେନାପତି ଆସଫ ଖାଁଙ୍କୁ ବହୁ ସୈନ୍ୟସହ ପଠେଇ ଗଦ଼ମଣ୍ଡଳର ରାଣୀ ଦୁର୍ଗାବତୀଙ୍କୁ ପରାସ୍ତ କରି ୧୫୬୪ ଖ୍ରୀଷ୍ଟାବ୍ଦରେ ଆକବର ଗଡ଼ମଣ୍ଡଳ ଅଧିକାର କରିଥିଲେ । ଆତ୍ମ ସମ୍ମାନ ରକ୍ଷା ପାଇଁ ପରାଜୟ ପରେ ଦୁର୍ଗାବତୀ ଆତ୍ମହତ୍ୟା କରିଥିଲେ । [୫]

ଆକବର ଜାଣିଥିଲେ , ରାଜପୁତ ମାନେ ବଡ଼ ସାହସୀ,ଯୁଦ୍ଧପ୍ରିୟ ଓ ସ୍ୱଦେଶବତ୍ସଳ । ତେଣୁ ସେ ରାଜପୁତମାନଙ୍କୁ ଉଦାର ନୀତିଦ୍ୱାରା ବଶ କରିବା ପାଇଁ ଯତ୍ନକଲେ । ରାଜପୁତମାନେ ଆକବରଙ୍କ ଉଦାରତା ଓ ସଦ୍ଭାବ ଦେଖି ତାଙ୍କ ପ୍ରତି ଅନୁରକ୍ତ ହେଲେ । ଏହି ସୁଯୋଗରେ ଆକବର ରାଜପୁତ ଓ ମୋଗଲମାନଙ୍କ ସହଯୋଗରେ ବିଶାଳ ମୋଗଲ ସାମ୍ରାଜ୍ୟ ଗଠନ କରିବା ପାଇଁ ବ୍ରତୀ ହେଲେ । ୧୫୬୨ ଖ୍ରୀଷ୍ଟାବ୍ଦରେ ଅମ୍ବର ବା ଜୟପୁରର ରାଜା ବିହାରୀମଲ୍ଲ ନିଜର କନ୍ୟାକୁ ଆକବରଙ୍କ ସହିତ ବିବାହ କରାଇ ତାଙ୍କର ବନ୍ଧୁହେଲେ । ସେହି ଦିନଠାରୁ ମୋଗଲ ସମ୍ରାଟମାନଙ୍କର ରାଜପୁତମାନଙ୍କ ସହିତ ବୈବାହିକ ସମ୍ବନ୍ଧ ସ୍ଥାପିତ ହେଲା । ଆକବର ରାଜପୁତ ରାଣୀମାନଙ୍କୁ ମୋଗଲ ଅନ୍ତଃପୁରରେ ସ୍ୱାଧୀନଭାବରେ ହିନ୍ଦୁ ଧର୍ମ ପାଳନ କରିବାକୁ ସୁଯୋଗ ଦେଇଥିଲେ । ବିହାରୀମଲ୍ଲ, ତାଙ୍କର ପୁତ୍ର ଭଗବନ ଦାସ ଓ ନାତି ମାନ ସିଂହ ମୋଗଲ ଦରବାରରେ ରାଜକାର୍ଯ୍ୟ କରି ମୋଗଲ ସାମ୍ରାଜ୍ୟର ଅଭିବୃଦ୍ଧି ପାଇଁ ଯଥେଷ୍ଟ ସାହାଯ୍ୟ କରିଥିଲେ ।[୬]

ଆକବରଙ୍କ ରାଜପୁତ ନୀତିଦ୍ୱାରା ଅନେକ ରାଜପୁତ ଶାସକ ପ୍ରଭାବିତ ହୋଇଥିଲେ । କିନ୍ତୁ ମିବାରର ରାଜବଂଶ ଆକବରଙ୍କର ବଶତା ସ୍ୱୀକାର କଲେ ନାହିଁ । ସେତେବେଳେ ରାଣା ସଂଗ୍ରାମ ସିଂହଙ୍କର ପୁତ୍ର ଉଦୟ ସିଂହ ମିବାରର ରାଣା ଥିଲେ । ଆକବର ୧୫୬୭ ଖ୍ରୀଷ୍ଟାବ୍ଦରେ ମିବାରର ରାଜଧାନୀ ଚିତୋର ଆକ୍ରମଣ କଲେ । ଉଦୟ ସିଂହ ପଳାୟନ କଲେ । କିନ୍ତୁ ରାଜପୁତ ମାନେ ଜୟମଲ୍ଲ ଓ ପୁତ୍ତା ନାମକ ଦୁଇଜଣ ବୀରଙ୍କ ନେତୃତ୍ତ୍ୱରେ ଚିତୋର ରକ୍ଷାପାଇଁ ପ୍ରାଣପଣେ ଯୁଦ୍ଧକରିଥିଲେ । ସେ ଦୁଇଜଣଙ୍କ ମୃତ୍ୟୁପରେ ଚିତୋରର ପତ୍ତନ ହେଲା । ଏହା ପରେ ରନ୍ଥମ୍ବର, କାଲିଞ୍ଜର, ବିକାନେର, ଜେସଲମେରର ରାଜପୁତ ରାଜାମନେ ଆକବରଙ୍କର ଅନୁଗତ୍ୟ ସ୍ୱୀକାର କରିଥିଲେ ।

ଧର୍ମ ବିଶ୍ୱାସସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Famous Birthdays on 15th October". Retrieved October 21, 2012.
  2. Banjerji, S.K. Humayun Badshah.
  3. "Gurdas". Government of Punjab. Archived from the original on 27 May 2008. Retrieved 30 May 2008.
  4. http://www.indianetzone.com/15/second_battle_panipat.htm
  5. http://www.indianmilitaryhistory.org/kings_master/kings/durgavati/durgavati.html
  6. http://www.hindunet.org/hindu_history/modern/akbar_vs.html

ବାହାର ତଥ୍ୟସମ୍ପାଦନ କରନ୍ତୁ