ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।[୧] ଏହା ବିଶେଷକରି ଭଦ୍ରକ, ବାଲେଶ୍ୱରମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋସ୍ଚାହନର ଅଭାବ ତଥା ନୂତନ ପିଢିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । [୨]

ଚଢ଼େଇଆ ନାଟ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିବାଲେଶ୍ୱର, ଓଡ଼ିଶା
 ଭାରତ
ଗୀତ-ସଙ୍ଗୀତଚଢ଼େଇଆ ସଙ୍ଗୀତ
କଳାକାରଚଢ଼େଇଆ, ଚଢ଼େଇଆଣି

ଇତିହାସ ସମ୍ପାଦନା

ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।[୩]

ଚଢ଼େଇଆ ସଙ୍ଗୀତ ସମ୍ପାଦନା

ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ ଚଢ଼େଇଆ ସଙ୍ଗୀତ କୁହାଯାଏ ।

ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ

ଭଙ୍ଗା ସଂଗିନୀ ମୋ ଗଳାର ହାର ରସିକା ରମଣୀ ରସ ବିଲାସିନୀ

ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2012-05-20. Retrieved 2014-03-26. {{cite web}}: Cite has empty unknown parameter: |1= (help)
  2. ସମାଜ ୨୬/୦୩/୨୦୧୪ ପୃଷ୍ଠା ୧୬
  3. ମହାରଣା, ସୁଦର୍ଶନ (୨୦୦୬). ଉନ୍ନୟନୀ, ବାଲେଶ୍ୱରର ଅବଲୁପ୍ତ କଳା ଓ ସଂସ୍କୃତି. ବାଲେଶ୍ୱର. pp. ୯୮-୯୯.{{cite book}}: CS1 maint: location missing publisher (link)