ଉତ୍କଳ

ପ୍ରାଚୀନ ଭାରତ ର ଏକ ରାଜ୍ୟ

ଉତ୍କଳ ସାମ୍ରାଜ୍ୟ ଅଧୁନାତନ ଭାରତର ଓଡ଼ିଶାର ଉତ୍ତର ଓ ପୂର୍ବଭାଗରେ ଅବସ୍ଥିତ ଥିଲା । ମହାଭାରତରେ ଉତ୍କଳ, ଉତ୍ପଳ, ଅକଳ ଓ ଓଡ୍ର ଦେଶ ବାବଦରେ ବର୍ଣ୍ଣନା କରାଯାଇଅଛି । ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନରେ ମଧ୍ୟ ଏହା ରହିଛି ।

ଉତ୍କଳନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର

ପୁରାତନ ସାହିତ୍ୟ ସମ୍ପାଦନା

ମଧ୍ୟଯୁଗର ପୁରାତନ ସାହିତ୍ୟରେ ଏହାକୁ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବୋଲି ଅଭିହିତ କରାଯାଇଥିଲା ଯାହା ସେକାଳରେ ଏହା ଅତ୍ୟନ୍ତ କଳାର ଦେଶ ଥିଲା ବୋଲି ଜଣାଯାଇଥାଏ ।

ମହାଭାରତରେ ବର୍ଣ୍ଣନା ସମ୍ପାଦନା

ଦଶର୍ଣସ, ମେକାଳ ଆଦି ଉତ୍କଳର ପଶ୍ଚିମରେ ଥିବା ରାଜ୍ୟ ଓ ଉତ୍କଳ ବିଷୟରେ ମହାଭାରତରେ ବର୍ଣ୍ଣନା କରାଯାଇଅଛି । (୬.୯) ଉତ୍କଳର ବାସିନ୍ଦାମାନେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ ବୋଲି ଲେଖାଅଛି ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା