ବରଗଡ଼ ଜିଲ୍ଲା

ଓଡ଼ିଶାର ଜିଲ୍ଲା, ଭାରତ

ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର

ବରଗଡ଼
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବରଗଡ଼
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ପଦ୍ମପୁର (୦୦୧)
    ୨. ବିଜେପୁର (୦୦୨)
    ୩. ବରଗଡ଼ (୦୦୩)
    ୪. ଅତାବିରା (୦୦୪)
    ୫. ଭଟ୍‌ଲି (୦୦୫)
Area
 • ଜିଲ୍ଲା5837 km2 (2,254 sq mi)
Population
 (୨୦୧୧)
 • ଜିଲ୍ଲା୧୪୭୮୮୩୩
 • Density253/km2 (660/sq mi)
 • Urban
୧୪୯୭୦୮
 • Rural
୧୩୨୯୧୨୫
 • ୬ ବର୍ଷରୁ କମ ଶିଶୁ
୧୫୬୧୮୫
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୪ xxx
ତାର (ଏସ୍.ଟି.ଡ଼ି)୦୬
ଯାନବାହାନ ପଞ୍ଚୀକରଣOD-17
ଜିଲ୍ଲାପାଳଭାବଗ୍ରାହୀ ମିଶ୍ର [୧]
WebsiteOfficial website

ଅବସ୍ଥାନସମ୍ପାଦନ କରନ୍ତୁ

ବିଶେଷତାସମ୍ପାଦନ କରନ୍ତୁ

  • ଆୟତନ: ୫୮୩୨ ବର୍ଗ ମି.
  • ଲୋକସଂଖ୍ୟା: ୧,୩୪୫,୬୦୧
  • ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧

ଜନସଂଖ୍ୟାସମ୍ପାଦନ କରନ୍ତୁ

୨୦୧୧ ଜନଗଣନା [୨] ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି [୩] |

  • ପୁରୁଷ: ୭,୪୮,୩୩୨
    • ଗ୍ରାମାଞ୍ଚଳ: ୬,୭୨,୦୦୪
    • ସହରାଞ୍ଚଳ: ୭୬,୩୨୮
  • ମହିଳା: ୭,୩୦,୫୦୧
    • ଗ୍ରାମାଞ୍ଚଳ: ୬,୫୭,୧୨୧
    • ସହରାଞ୍ଚଳ: ୭୩,୩୮୦
  • ଛ ବର୍ଷରୁ କମ: ୧,୫୬,୧୮୫
    • ଗ୍ରାମାଞ୍ଚଳ: ୧,୪୦,୬୪୮
    • ସହରାଞ୍ଚଳ: ୧୫,୫୩୭
  • ସାକ୍ଷରତା ହାର: ୭୫.୧୬%
    • ପୁରୁଷ: ୮୪.୨୮%
    • ମହିଳା: ୬୫.୮୪%

ଏହି ଜିଲ୍ଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।ବରଗଡ଼କୁ ଓଡ଼ିଶାର ଭାତ ହାନ୍ଡି ବୋଲି କୁହାଯାଏ।[୪]

ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।

ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀରେ ନିର୍ମିତ ଏକ ବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି । [୫]

ଦର୍ଶନୀୟ ସ୍ଥାନସମ୍ପାଦନ କରନ୍ତୁ

ରାଜନୀତିସମ୍ପାଦନ କରନ୍ତୁ

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
ପଦ୍ମପୁର ଅଣ ସଂରକ୍ଷିତ ପଦ୍ମପୁର (ବି), ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର, ବିଜୟ ରଞ୍ଜନ ସିଂ ବରିହା ବିଜଦ
‌‌ବିଜେପୁର ଅଣ ସଂରକ୍ଷିତ ବରପାଲି (ବି), ବିଜେପୁର, ଗାଇସିଲଟ, ବରପାଲି (ଆଂଶିକ) ସୁବଳ ସାହୁ କଂଗ୍ରେସ
ବରଗଡ଼ ଅଣ ସଂରକ୍ଷିତ ବରଗଡ଼ (ପୌ), ବରଗଡ଼, ବରପାଲୀ (ଆଂଶିକ) ସାଧୁ ନେପାକ କଂଗ୍ରେସ
ଅତାବିରା ଅନୁସୂଚିତ ଜାତି ଅତାବିରା, ଅତାବିରା, ଭେଡେନ ନିହାର ରଞ୍ଜନ ମହାନନ୍ଦ କଂଗ୍ରେସ
ଭଟଲୀ ଅଣ ସଂରକ୍ଷିତ ସୋହେଲା, ଭଟଲୀ, ଅମ୍ବାଭୋନା ସୁଶାନ୍ତ ସିଂହ ବିଜଦ

ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ