ପଦ୍ମପୁର ବା ପଦମପୁର ନାମରେ ପରିଚିତ ସହର ଭାରତର ଓଡ଼ିଶା ରାଜ୍ୟର ବରଗଡ ଜିଲ୍ଲାରେ ଥିବା ଏକ NAC । ଏହାର ପୂର୍ବତନ ନାମ ରାଜବୋଡ଼ାସମ୍ବର ଏବଂ ଏହା ପ୍ରାକ ସ୍ୱାଧୀନତା କାଳରେ ଏକ ଜମିଦାରୀ ଥିଲା । ଏହାକୁ ' ବରିହା" ସଂପ୍ରଦାଯର ଜମିଦାର ଶାସନ କରୁଥିଲେ ।

ପଦ୍ମପୁର
—  ସହର  —
ପଦ୍ମପୁର
ପଦ୍ମପୁରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°00′N 83°04′E / 21.0°N 83.07°E / 21.0; 83.07
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ବରଗଡ଼
ଲୋକସଂଖ୍ୟା ୧୫,୪୩୮ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


205 metres (673 ft)

ଭୌଗୋଳିକ ସ୍ଥିତି ସମ୍ପାଦନା

ପଦ୍ମପୁର ସହରର ଅବସ୍ଥିତି ହେଲା 21°00′N 83°04′E / 21.0°N 83.07°E / 21.0; 83.07.[୧] ସମୁଦ୍ରପତ୍ତନଠାରୁ ୬୭୩ ଫୁଟ ଉଚ୍ଛତାରେ ଥିବା ଏହାର ଦୁରତ୍ୱ ରାଜ୍ୟର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୪୪୦ କିଲୋମିଟର ଏବଂ ଜିଲା ସଦର ମହକୁମା ବରଗଡଠାରୁ ୮୦ କିଲୋମିଟର । ନିକଟସ୍ଥ ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରୁ ମଧ୍ୟ ଏହା ୮୦ କିଲୋମିଟର ଦୂରତାରେ ରହିଛି । ପଦ୍ମପୁରର ନିକଟସ୍ଥ ରେଳ ଷ୍ଟେସନଗୁଡ଼ିକ ହେଲା ଖରିଆର ( ୭୬ କିଲୋମିଟର ) ଓ ବରଗଡ (୮୦ କିଲୋମିଟର )

 
ଅଞ୍ଚଳର ଏକ ସର୍ବପୁରତନ ବିଦ୍ୟାଳୟ ' ରାଜ ବୋରସମ୍ବର ହାଇ ସ୍କୁଲ '

ମୁଖ୍ୟତ ବର୍ଷାଜଳ ଉପରେ ନିର୍ଭର ଶୀଳ ପଦ୍ମପୁର ଉପଖଣ୍ଡ ଚିର ମରୁଡି ଗ୍ରସ୍ତ ଆଞ୍ଚଲ ଭାବେ ପରିଚିତ । 'ଅଙ୍ଗ' ନଦୀ , ଯାହା ମହାନଦୀର ଏକ ଉପନଦୀ , ପଦ୍ମପୁର ସହରର ପୂର୍ବକୁ ୨ କିଲୋମିଟର ଦୂରରେ ପ୍ରବାହିତ ହାଉଥିଲେ ମଧ୍ୟ ଏହା ବର୍ଷର ଅନେକ ସମୟରେ ଶୁଖିଲା ହୋଇଯାଏ । ପଦ୍ମପୁରର ଦକ୍ଷିଣ ପୂର୍ବରେ ୪୦ କିଲୋମିଟର ଦୂରରେ ସୁନ୍ଦର ଗନ୍ଧମାର୍ଦନ ପର୍ବତ ଅନବସ୍ଥିତ । ଅଙ୍ଗ ନଦୀରେ ପ୍ରସ୍ତାବିତ ପୂଜାରିପାଳି ବନ୍ଧ ନିର୍ମାଣ ହେଲେ ଏହି ଅଞ୍ଚଳର ମରୁଡି ସମସ୍ଯାର ସମାଧାନ ହୁଅନ୍ତା ।

ଆବାଦି ସମ୍ପାଦନା

୨୦୧୧ ଜାତୀୟ ଜନଗଣନା ଅନୁସାରେ ପଦ୍ମପୁରର ଜନସଂଖ୍ୟା ୧୭,୬୨୫ । ପୁରୁଷ ଓ ମହିଳାଙ୍କ ଅନୁପାତ ୧୦୦୦:୯୬୧ ଥିବା ବେଳେ ସାକ୍ଷ୍ୟରତା ପରିମାଣ ୬୯% , ଯାହା କି ଜାତୀୟ ହାର ୭୪.୦୪%ଠାରୁ କମ ।୭୮% ପୁରୁଷ ସାକ୍ଷ୍ୟର ହେଇଥିବା ବେଳେ ମହିଳାଙ୍କ ହାର ୬୦% । ପଦ୍ମପୁର ଉପଖଣ୍ଡ ( Sub-Division)କୁ ହିସାବ କାଲେ ଜନସଂଖ୍ୟା ୮୧,୨୫୯ । ଉପଖଣ୍ଡରେ ୭୧ଟି ଗ୍ରାମ ରହିଛି ।

ଶିକ୍ଷା ବ୍ୟବସ୍ଥା ସମ୍ପାଦନା

 
ଅଞ୍ଚଲ କଲେଜ , ପଦ୍ମପୁର

ପଦ୍ମପୁରରେ ଥିବା ଅଞ୍ଚଲ କଲେଜ ୧୯୬୫ରେ ସ୍ଥାପିତ ହେଇଥିଲା ଆଉ ଏହା ପଶ୍ଚିମ ଓଡ଼ିଶାର ଗୋଟିଏ ସର୍ବପୁରାତନ ସରକାରୀ ଅନୁଦାନପ୍ରପ୍ତ କଲେଜ । ଏହି କଲେଜରେ କଳା , ବିଜ୍ଞାନ ଓ ବାଣିଜ୍ୟ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ ପଦ୍ମପୁରରେ ୧୯୯୫ରୁ ଏକ ମହିଳା ମହାବିଦ୍ୟାଳୟ ମଧ୍ୟ ରହିଛି । ନିକଟବର୍ତୀ ଇଲାକାରେ କିଛି ଯୁକ୍ତ ୨ କଲେଜ ମାନ ମଧ୍ୟ ରହିଛି ।

 
ରାଜବୋଡ଼ାସମ୍ବର ହାଇ ସ୍କୁଲ ପ୍ରାଙ୍ଗଣରେ ଥିବା କବି ଗଙ୍ଗାଧରଙ୍କ ପ୍ରତିକୃତି

ରାଜବୋଡ଼ାସମ୍ବର ହାଇ ସ୍କୁଲ ଓ ଅନ୍ୟ ସ୍କୁଲସବୁ

 ୧୯୪୪ରେ ସ୍ଥାପିତ ଏହି ହାଇ ସ୍କୁଲ ଜିଲ୍ଲାର ଅନ୍ଯତମ ପୁରାତନ ହାଇ ସ୍କୁଲ । ଏକ ଅତ୍ୟନ୍ତ ଉତ୍ତମ ବିଦ୍ୟାନୁଷ୍ଠାନ ଭାବରେ ଏହାର ସୁନାମ ଆଜିଯାଏ ରହିଛି । ଏହା ଛଡା ପଦ୍ମପୁରରେ ସରକାରୀ ବାଳିକା ଉତ୍ଛ ବିଦ୍ୟାଳୟ , ସରସ୍ୱତୀ ଶିଶୁମନ୍ଦିର , ଗୁରୁକୁଳ ପରି ବିଦ୍ୟାଳୟସବୁ ରହିଛି । 

ରାଜନୀତି ସମ୍ପାଦନା

ପଦ୍ମପୁର ବିଧାନ ସଭା ମଣ୍ଡଳୀ ପୂର୍ବରୁ ସମ୍ବଲପୁର ଲୋକ ସଭା ଅଞ୍ଚଳ ଅଧୀନରେ ଥିବା ବେଳେ ବର୍ତ୍ତମାନ ନୂତନ ବରଗଡ ଲୋକ ସଭା ମଣ୍ଡଳୀରେ ରହିଛି । ୨୦୧୪ ବିଧାନ ସଭା ନିର୍ବାଚନରେ BJP ଦଳ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହେଇ ଏହି ଅଞ୍ଚଳର ପ୍ରତିନିଧି ଅଛନ୍ତି । ଏହା ପୂର୍ବରୁ BJD ଦଳର ଶ୍ରୀଯୁକ୍ତ ବିଜୟ ସିଂହ ବରିହା ( ପୂର୍ବତନ ପଦ୍ମପୁର ଜମିଦାରଙ୍କ ବଂଶଜ ) ଏହି ନିର୍ବାଚନ ମଣ୍ଡଳୀକୁ ୪ ଥର ପ୍ରତିନିଧିତ୍ୱ କରିଥିଲେ । ତତ ପୂର୍ବରୁ INCର ପ୍ରତିନିଧି ଏହି ଅଞ୍ଚଳର ସଦସ୍ୟ ଥିଲେ ।

ସଂସ୍କୃତି ସମ୍ପାଦନା

ପଦ୍ମପୁର ଅଞ୍ଚଳର ଲୋକ ସଂସ୍କୃତି ଖୁବ ଜନପ୍ରିଯ । ଏଠାରେ ନୂଆଖାଇ ପର୍ବ ଖୁବ ଜାକ୍ ଜମକ୍ରେ ପାଳିତ ହୁଏ ଏବଂ ଏହି ସମୟରେ ଏଠାକାର ଲୋକ ନୃତ୍ୟ ଓ ଗୀତାର ଆସର ଖୁବ ଜମେ । ପଦ୍ମପୁରରେ ABCD ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ସଂସୃତିକ କାର୍ଯ୍ୟକ୍ରମସବୁ ହୁଏ । ଏଠାରେ ଅଞ୍ଚଳର ସର୍ବ ବୟୋଜେଷ୍ଠ ବ୍ୟକ୍ତିଙ୍କୁ ନୂଆଖାଇ ସମୟରେ ସମ୍ବର୍ଦ୍ଧନା ଦେବାର ଏକ ନିଆରା ପରମ୍ପରା ରହିଛି । (https://sites.google.com/site/abcdpadampur/home/nuakhai-bhetghat Archived 2016-11-17 at the Wayback Machine.).

ସଂସ୍କୃତିକ ଅନୁଷ୍ଠାନ ସମ୍ପାଦନା

ଲୂ , ରବୀନ୍ଦ୍ର କଳା ପରିଷଦ , ନଟରାଜ ନୃତ୍ୟ ପରିଷଦ ପରି ସଂସୃତିକ ଅନୁଷ୍ଠାନ ମାନ ସମ୍ବଲପୁରୀ ଭାଷାର ନାଟକ ପରିବେଷଣ କରି ସାରା ଭାରତର ବିଭିନ୍ନ ଅଞ୍ଚଳରେ ପୁରସ୍କୃତ ହେଇଛନ୍ତି ।

ଦର୍ଶନୀୟ ପର୍ଯ୍ୟଟକ ସ୍ଥଳୀ ସମ୍ପାଦନା

ପଦ୍ମପୁର ନିକଟରେ ନୃଶିଙ୍ଘନାଥ(୩୫ କିଲୋମିଟର ), ହରିଶଙ୍କର( ୪୫ କିଲୋମିଟର ), ପାଟରା ବନ୍ଧ( ୮୫ କିଲୋମିଟର) କିଙ୍କାରି ବନ୍ଧ(୭୮ କିଲୋମିଟର) ଦେବଦରାହ ( ୨୫ କିଲୋମିଟର )ଆଦି ପ୍ରକୃତିକ ସୌନ୍ଦଜ୍ୟ ଭାରା ପର୍ଯ୍ୟଟନ ସ୍ଥଳୀସବୁ ରହିଛି ।

ଐତିହାସିକ ସ୍ଥାନସବୁ ସମ୍ପାଦନା

ଆଧାର ସମ୍ପାଦନା