ସୁବର୍ଣ୍ଣପୁର ଜିଲ୍ଲା

ଭାରତର ଓଡ଼ିଶାସ୍ଥିତ ଏକ ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲା ବା ସୋନପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୁବର୍ଣ୍ଣପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୁବର୍ଣ୍ଣପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଗଠନ ହେଇଥିଲା । ତା ପୂର୍ବରୁ ବଲାଙ୍ଗିର ଜିଲ୍ଲାରେ ମିଶିକି ଥିଲା । ଏହି ଜିଲ୍ଲାକୁ ସୋନପୁର ଜିଲ୍ଲା ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଉତ୍ତରରେ ସମ୍ବଲପୁର ଜିଲ୍ଲା ଅବସ୍ଥିତ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ବୌଦ୍ଧ ଜିଲ୍ଲା ଅବସ୍ଥିତ ଏବଂ ପଂଶ୍ଚିମରେ ବଲାଙ୍ଗିର ଜିଲ୍ଲା ଅବସ୍ଥିତ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ୱାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

ସୁବର୍ଣ୍ଣପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗୀର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୨ଟି ଆସନ
Area
 • ଜିଲ୍ଲା2284.4 km2 (882�0 sq mi)
Population
 (୨୦୧୧)
 • ଜିଲ୍ଲା୬୫୨୧୦୭
 • Density279/km2 (720/sq mi)
 • Urban
୪୯୯୩୨
 • Rural
୬୦୨୧୭୫
 • ୬ ବର୍ଷରୁ କମ ଶିଶୁ
୭୬୫୩୬
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬x
ଯାନବାହାନ ପଞ୍ଚୀକରଣOD-31
ଜିଲ୍ଲାପାଳମନୀଶା ବାନାର୍ଜୀ[୧]
WebsiteOfficial website

ଭୂଗୋଳ ସମ୍ପାଦନ କରନ୍ତୁ

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି [୨]

ମୁଖ୍ୟ ନଦୀ ସମ୍ପାଦନ କରନ୍ତୁ

ଜନସଂଖ୍ୟା ସମ୍ପାଦନ କରନ୍ତୁ

୨୦୧୧ ଜନଗଣନା [୩]ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।[୪]

  • ପୁରୁଷ: ୩,୩୨,୮୯୭
  • ମହିଳା: ୩,୧୯,୨୧୦
    • ଛ ବର୍ଷରୁ କମ: ୭୬,୫୩୬
  • ପଢୁଆ ହାର: ୭୪.୪୨%
    • ପୁରୁଷ: ୭୮.୪୧%
    • ମହିଳା: ୮୪.୭୮%

ପ୍ରଶାସନିକ ବିଭାଗ ସମ୍ପାଦନ କରନ୍ତୁ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର ।
  • ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
  • ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
  • ଗ୍ରାମ ପଞ୍ଚାୟତ: ୯୬
  • ଗ୍ରାମ: ୯୫୯

ପର୍ଯ୍ୟଟନ ସ୍ଥଳ ସମ୍ପାଦନ କରନ୍ତୁ

 
ଖମ୍ବେଶ୍ୱରୀ ମା 
  • ଲଙ୍କେଶ୍ୱରୀ ମନ୍ଦିର: ଲଙ୍କେଶ୍ୱରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
  • ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।
  • ପାତାଳୀ ଶ୍ରୀକ୍ଷେତ୍ର, କୋଟସମଲାଏ: କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
  • ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
  • ମେଟାକାନୀ, ଉଲୁଣ୍ଡା
  • କପିଳେଶ୍ୱର ମନ୍ଦିର, ଚରଦାଠାରେ ଅବସ୍ଥିତ ।
  • ସୁରେଶ୍ୱରୀ ମନ୍ଦିର – ଏହି ମନ୍ଦିର ସୋନପୁରଠାରେ ଅବସ୍ଥିତ ।
  • ରାମେଶ୍ୱର ମନ୍ଦିର – ଏହି ମନ୍ଦିର ମଧ୍ୟ ସୋନପୁରଠାରେ ଅବସ୍ଥିତ ।
  • ଚମ୍ପେଶ୍ୱର ଶିବ ମନ୍ଦିର – ଏହି ମନ୍ଦିର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ଗ୍ରାମରେ ଅବସ୍ଥିତ ।
  • ପାପକ୍ଷୟ ଏକ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରଠାରୁ ୩ କି.ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର ।

ପର୍ବପର୍ବାଣି ସମ୍ପାଦନ କରନ୍ତୁ

  • ଲଙ୍କା ପୋଡ଼ି: ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଲଙ୍କା ପୋଡ଼ି ଉତ୍ସବ ପାଳନ କରାଯାଇଥାଏ ।[୫] ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲାମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।

ଗ୍ୟାଲେରି ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. "Collectrate, Subarnapur District, Government of Odisha, India". web.archive.org. Government of Odisha. 20 October 2020. Retrieved 19 May 2021.
  2. ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ପୃଷ୍ଠା
  3. Census 2011: Odisha: Provisional Population Totals
  4. Census 2011: Odisha: Rural Urban Distribution
  5. "ସୁବର୍ଣ୍ଣପୁରରେ ଲଙ୍କାପୋଡ଼ି ଉତ୍ସବ". ଧରିତ୍ରୀ. Retrieved 2 September 2016.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ