ବଲାଙ୍ଗୀର ଜିଲ୍ଲା
ଓଡିଶାର ଜିଲ୍ଲା, ଭାରତ
ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହରସବୁ ହେଲେ ଟିଟିଲାଗଡ଼, ପାଟଣାଗଡ଼, କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ତୁଷରା, ଆଗଲପୁର, ଦେଓଗାଁ, ଚୁଡାପାଲି ।
ଜିଲ୍ଲା | |
![]() ଓଡ଼ିଶାରେ ଅବସ୍ଥାନ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ବଲାଙ୍ଗିର |
ଭାଷା | ଓଡ଼ିଆ,କୋଶଳି,ଇଂରାଜୀ |
ବିଧାନ ସଭା | ୫ଟି ଆସନ
|
କ୍ଷେତ୍ରଫଳ | |
• ଜିଲ୍ଲା | 6575 km2 (2,539 sq mi) |
ଜନସଂଖ୍ୟା (୨୦୧୧) | |
• ଜିଲ୍ଲା | ୧୬,୪୮,୫୭୪ |
• କ୍ରମାଙ୍କ | ଓଡ଼ିଶାରେ ଦଶମ (୧୦/୩୦) |
• ଘନତା | 251/km2 (650/sq mi) |
• ସହରାଞ୍ଚଳ | ୧,୯୭,୧୬୧ |
• ଗ୍ରାମାଞ୍ଚଳ | ୧୪,୫୧,୪୧୩ |
• ୬ ବର୍ଷରୁ କମ ଶିଶୁ | ୨,୦୬,୯୬୪ |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୬୭ xxx |
ତାର (ଏସ୍.ଟି.ଡ଼ି) | ୦୬୬୫୨ |
ଗାଡ଼ି ପଞ୍ଜିକରଣ | OD-03 |
ଜିଲ୍ଲାପାଳ | ଡା. ଏମ. ମୁଥୁକୁମାର |
ୱେବସାଇଟ | Official website |
ମୁଖ୍ୟ ନଦୀ ଓ ଶାଖାନଦୀସମ୍ପାଦନ କରନ୍ତୁ
- ମହାନଦୀ
- ତେଲ
- ଉନଦର, ଲାନ୍ଥ୍, ସୁନଗଡ଼ ଓ ସୁଖତେଲ (ତେଲ ନଦୀର ଶାଖାନଦୀ)
- ଅଙ୍ଗ
- ଜିରା
- ସେଲଷିଙ୍ଗ
ଭୂଗୋଳସମ୍ପାଦନ କରନ୍ତୁ
ଜନସଂଖ୍ୟାସମ୍ପାଦନ କରନ୍ତୁ
୨୦୧୧ ଜନଗଣନା[୧] ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି [୨] ।
- ପୁରୁଷ: ୮,୩୧,୩୪୯
- ମହିଳା: ୮,୧୭,୨୨୫
- ଛ ବର୍ଷରୁ କମ: ୨,୦୬,୯୬୪
- ସାକ୍ଷରତା ହାର ୬୫.୫୦%
- ପୁରୁଷ: ୭୭.୦୮%
- ମହିଳା: ୫୩.୭୭%
ପ୍ରଶାସନିକ ବିଭାଗସମ୍ପାଦନ କରନ୍ତୁ
- ଉପଖଣ୍ଡ: (୩): ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼
- ପୌରାଞ୍ଚଳ: (୪)
- ପୌର ପରିଷଦ: (୧): ବଲାଙ୍ଗୀର
- ବିଜ୍ଞାପିତ ଅଞ୍ଚଳ ପରିଷଦ (୩): ଟିଟିଲାଗଡ଼, ପାଟଣାଗଡ଼ ଓ କଣ୍ଟାବାଞ୍ଝି
- ପଞ୍ଚାୟତ ସମିତି (ବ୍ଲକ): (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁରେଇକେଲା,
- ତହସିଲ (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁସରା
ରାଜନୀତିସମ୍ପାଦନ କରନ୍ତୁ
ଲୋକ ସଭାସମ୍ପାଦନ କରନ୍ତୁ
ଏହି ଜିଲ୍ଲାରୁ କଳିକେଶ ନାରାୟଣ ସିଂହ ଦେଓ ଲୋକ ସଭାକୁ ନିର୍ବାଚିତ ହୋଇଅଛନ୍ତି ।
ବିଧାନ ସଭାସମ୍ପାଦନ କରନ୍ତୁ
ଏହି ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲା:
# | ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ |
---|---|---|---|---|---|
୬୬ | ଲୋଇସିଂହା | ଅନୁସୂଚିତ ଜାତି | ଲୋଇସିଂହା, ଆଗଲପୁର, ପୁଇଁତଳା | ରମାକାନ୍ତ ସେଠ | ବିଜଦ |
୬୭ | ପାଟଣାଗଡ଼ | ଅଣ ସଂରକ୍ଷିତ | ପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା | କନକ ବର୍ଦ୍ଧନ ସିଂଦେଓ | ଭାଜପା |
୬୮ | ବଲାଙ୍ଗୀର | ଅଣ ସଂରକ୍ଷିତ | ବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ | ଅନଙ୍ଗ ଉଦୟ ସିଂହ ଦେଓ | ବିଜଦ |
୬୯ | ଟିଟିଲାଗଡ଼ | ଅଣ ସଂରକ୍ଷିତ | ଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) | ସୁରେନ୍ଦ୍ର ସିଂହ ଭୋଇ | କଂଗ୍ରେସ |
୭୦ | କଣ୍ଟାବାଞ୍ଝି | ଅଣ ସଂରକ୍ଷିତ | କଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ | ସନ୍ତୋଷ ସିଂହ ସାଲୁଜା | କଂଗ୍ରେସ |