ନୂଆପଡ଼ା ଜିଲ୍ଲା

ଓଡ଼ିଶାର ଏକ ଜିଲ୍ଲା,ଭାରତ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ନୂଆପଡ଼ା
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକଳାହାଣ୍ଡି
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୦୨: ନୂଆପଡ଼ା (୦୭୧) ଓ ଖରିଆର (୦୭୨)
Government
 • ଲୋକ ସଭା ପ୍ରତିନିଧିବସନ୍ତ କୁମାର ପଣ୍ଡା, (ଭା.ଜ.ପା)
Population
 (୨୦୧୧)
 • Total୬,୦୬,୪୯୦
 • Density157/km2 (410/sq mi)
 • ୬ ବର୍ଷରୁ କମ ଶିଶୁ
୮୪,୮୯୩
Time zoneIST (+୫.୩୦)
ଡାକ କୋଡ଼
୭୬୬ xxx
ଯାନବାହାନ ପଞ୍ଚୀକରଣOD-26
ଜିଲ୍ଲାପାଳହେମକାନ୍ତ ସାଏ, (I.A.S)
ପୁଲିସ ଅଧିକ୍ଷକପ୍ରତ୍ୟୁଷ ଦିବାକର, (I.P.S)
WebsiteOfficial website

ନୂଆପଡ଼ା ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ନୂଆପଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।

ଇତିହାସ ସମ୍ପାଦନା

୧୯୯୩ ମସିହା ଅପ୍ରେଲ ପହିଲା ଦିନ ନୂଆପଡ଼ା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା କଳାହାଣ୍ଡି ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ନୂଆପଡ଼ା ସହର ଏହାର ସଦର ମହକୁମା ।

ଭୂଗୋଳ ସମ୍ପାଦନା

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ନୂଆପଡ଼ା ଜିଲ୍ଲାର ଆୟତନ ୩,୦୪୮ ବର୍ଗ କିମି ।

ଅବସ୍ଥିତି ସମ୍ପାଦନା

ଜନଗଣନା ସମ୍ପାଦନା

୨୦୧୧ ଜନଗଣନା [୧]ଅନୁସାରେ ନୂଆପଡ଼ା ଜିଲ୍ଲାର ଲୋକସଂଖ୍ୟା ୬,୦୬,୪୯୦

  • ପୁରୁଷ: ୩,୦୦,୩୦୭
  • ମହିଳା: ୩,୦୬,୧୮୩
    • ଛ ବର୍ଷରୁ କମ: ୮୪,୮୯୩
  • ପଢୁଆ ହାର ୫୮.୨୦%
    • ପୁରୁଷ: ୭୧.୫୫%
    • ମହିଳା: ୪୫.୨୧%

ମୁଖ୍ୟ ନଦୀ ସମ୍ପାଦନା

ଉଦନ୍ତୀ ନଦୀ ଜୋଙ୍କ ନଦୀ ସୁନ୍ଦର ନଦୀ

ପ୍ରଶାସନିକ ବିଭାଗ ସମ୍ପାଦନା

  • ଉପଖଣ୍ଡ (ସବ୍ ଡିଭିଜନ): (୧): ନୂଆପଡ଼ା
  • ବ୍ଳକ: (୫): ୧. କୋମନା, ୨.ଖରିଆର, ୩. ନୂଆପଡ଼ା, ୪. ବୋଡ଼େନ ଓ ୫. ସିନାପାଲି
  • ଗ୍ରାମ ପଞ୍ଚାୟତ: ୧୦୯
  • ଗ୍ରାମ: ୬୫୩
  • ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ): ୨
  • ତହସିଲ: (୫): ୧. କୋମନା, ୨.ଖରିଆର, ୩. ନୂଆପଡ଼ା, ୪. ବୋଡ଼େନ ଓ ୫. ସିନାପାଲି

ରାଜନୀତି ସମ୍ପାଦନା

ଲୋକ ସଭା ନିର୍ବାଚନ ମଣ୍ଡଳୀ ସମ୍ପାଦନା

ବିଧାନ ସଭା ନିର୍ବାଚନ ମଣ୍ଡଳୀ ସମ୍ପାଦନା

ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ୨ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ନୂଆପଡ଼ା (୦୭୧)
  2. ଖରିଆର (୦୭୨)

ଶିକ୍ଷା ସମ୍ପାଦନା

ପର୍ଯ୍ୟଟନ ସ୍ଥଳୀ ସମ୍ପାଦନା

ଯୋଗୀମଠ ସମ୍ପାଦନା

ଏହା ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଅଧୀନରେ ଥିବା ତୁକୁଲା ଗ୍ରାମ ନିକଟରେ ଅଛି ।ଏହା ଏକ ପ୍ରାଚୀନ ଶିଳାଲେଖ ଅଟେ । ଏହାକୁ ପ୍ରଥମେ ବିଶିଷ୍ଟ ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଡ.ଜିତାମିତ୍ର ପ୍ରସାଦ ସିଂହଦେବ ଆବିଷ୍କାର କରିଥିଲେ। ଡ.ସିଂହଦେବ ଏହାକୁ ନୂତନ ପ୍ରସ୍ତର ଯୁଗର ବା Neolithic ageର ବୋଲି ମତ ବ୍ୟକ୍ତ କରିଛନ୍ତି। ଏହା ଶସ୍ୟ ଉତ୍ପାଦନ ବିଷୟରେ ସୂଚନା ଦିଏ। ଗେରୁଆ ରଙ୍ଗରେ ବିଭିନ୍ନ ଚିତ୍ର ଅଙ୍କିତ। ଏହାର ସମୟ ଖ୍ରୀଷ୍ଟପୂର୍ବ ପାଞ୍ଚ ହାଜର ବର୍ଷ ବୋଲି ମତ ଦିଅନ୍ତି। ସରକାରଙ୍କ ଦୃଷ୍ଟି ନପଡ଼ିବାରୁ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଛି। 

ପତୋରା ସମ୍ପାଦନା

 
ଯୋଗେଶ୍ୱର ମନ୍ଦିର

ନୂଆପଡ଼ାଠାରୁ ୧୮ କିମି ଦୁରରେ ମାରାଗୁଡ଼ା ଗ୍ରାମ ନିକଟରେ ପତୋରା ଶୈବ ପୀଠ ଅବସ୍ଥିତ । ଏହା ଜୋଙ୍କ ନଦୀରେ ହୋଇଥିବା ନଦୀବନ୍ଧଠାରେ ଅବସ୍ଥିତ। ଏଠାରେ ଯୋଗେଶ୍ୱର ମହାଦେବ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ନିକଟରେ ଏକ ରାମମନ୍ଦିର ଓ ୪୦ଫୁଟ ଉଚ୍ଚତା ବିଶିଷ୍ଟ ଏକ ହନୁମାନ ମୂର୍ତ୍ତି ଅବସ୍ଥିତ ।[୨][୩]

ଖରିଆର ସମ୍ପାଦନା

ଦଧିବାମନ ଯାହାକି ସ୍ଥାନୀୟ ଭାଷାରେ ବଡଗୁଡି ମନ୍ଦିର ଏହାର କେନ୍ଦ୍ରରେ ଅବସ୍ଥିତ । ଏହ ନୂଆପଡ଼ାଠାରୁ ୭୦ କିମି ଦୂରରେ ଅବସ୍ଥିତ ।

ପାତାଳଗଙ୍ଗା ସମ୍ପାଦନା

ଏହା ଖରିଆରଠାରୁ ୪୧କିମି । ଏହା ହିନ୍ଦୁମାନଙ୍କର ପବିତ୍ର ସ୍ଥାନ। ବିସ୍ୱାଶ କରଯାଏ ଯେ ରାମଚନ୍ଦ୍ରଙ୍କର ବନବାସ ବେଳେ ଏହିଠାରେ ଦେବି ସିତାଙ୍କୁ ଶୋଶ ଲାଗିଲା ଆଖପାଖରେ କୌଣସି ଜଳର ସ୍ରୋତନଥିବରୁ ନିଜେ ଧନୁତିର ମାରି ଗଙ୍ଗାଙ୍କୁ ଆଣୀଥିଲେ ସେଇଦିନଠାରୁ ଏହା ପାତାଳଗଙ୍ଗା ନାମରେ ନାମିତ।

ଗୋଧୁସ୍ ଜଳସ୍ରୋତ ସମ୍ପାଦନା

ଏହା ନୂଆପଡ଼ାଠାରୁ ୩୦କିମି ଦୂରରେ ଅବସ୍ଥିତ । ଏହାର ଉଚ୍ଚତା ୩୦ ମିଟର ।

ଥିପାଖୋଲ ଜଳପ୍ରପାତ ସମ୍ପାଦନା

ଥିପାଖୋଲ ଜଳପ୍ରପାତ ସିନାପାଲି ବ୍ଲକଠାରୁ 16 କି.ମି. ଦୂରରେ ଅବସ୍ଥିତ।

ଆଧାର ସମ୍ପାଦନା

  1. Census 2011: Odisha: Provisional Population Totals
  2. "Patora Jogeswar Temple". orissatravels.com. 2012. Archived from the original on 23 September 2013. Retrieved 17 May 2012. The Linga of Lord Siva (Sibalinga) is pretty old, dating back to 6th century
  3. "Tourism :: Photo Gallery". nuapada.nic.in. 2012. Retrieved 17 May 2012. Ram temple is located down hill. 40 ft. hanuman statue is one of the attraction

ଅଧିକ ତଥ୍ୟ ସମ୍ପାଦନା