[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅତାବିରା
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବରଗଡ଼
ବିଧାନ ସଭା ନିର୍ବାଚନ ମଣ୍ଡଳୀଅତାବିରା
ଉନ୍ନୟନ ବ୍ଳକଅତାବିରା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୬୮ ୦୨୭ [୧]
Area code+୦୬୬୮୨
ଯାନବାହାନ ପଞ୍ଚୀକରଣOR/17
ସବୁଜ ଶସ୍ୟ ଶ୍ୟାମଳା ଅତାବିରା

ଅତାବିରା ବରଗଡ଼ ଜିଲ୍ଲାର ଏକ ପ୍ରମୁଖ ସହର ।

ଅତାବିରା ସହର ବରଗଡ଼ ଜିଲ୍ଲା ସଦର ମହକୁମାଠାରୁ ଅଠର କିଲୋମିଟର ଦୂରରେ ଜାତୀୟ ରାଜପଥ ନ.୬ କଡ଼ରେ ସମ୍ବଲପୁରବରଗଡ଼ ସହର ମଧ୍ୟରେ ଅବସ୍ଥିତ । ଅତାବିରା ଓଡ଼ିଶା ସରକାରଙ୍କଦ୍ୱାରା ନୂତନ ଭାବେ ସ୍ୱିକୃତି ପ୍ରାପ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଏକ ବିଜ୍ଞାପିତ ପରିଷଦ ଅଞ୍ଚଳ ଭାବେ ନୂତନ ରୂପେ ପରିଗଣିତ ।

ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଜଳଭଣ୍ଡାରଠାରୁ ଏହା ମାତ୍ର କୋଡ଼ିଏ କିଲୋମିଟର ଦୂରରେ ଅବସ୍ଥିତ ଏବଂ ମୁଖ୍ୟ ଜଳ ପ୍ରକଳ୍ପଠାରୁ ତିରିଶ କିଲୋମିଟର ଦୂରରେ ଅବସ୍ଥିତ । ହୀରାକୁଦ ଜଳଭଣ୍ଡାରଦ୍ୱାରା ଏହାର ଚାଷ ଜମିଗୁଡ଼ିକ ବହୁଳ ଭାବରେ ଉପକୃତ ଏବଂ ଏହା ପ୍ରକଳ୍ପର ମୁଖ୍ୟ ଜଳସେଚିତ ଅଞ୍ଚଳମାନଙ୍କ ମଧ୍ୟରୁ ଅନ୍ୟତମ । ଅତାବିରାର ଶତକଡା ଶହେ ଭାଗ ଚାଷଜମି ଜଳସେଚିତ ହେଉଥିବାରୁ ଏହା ଏକ ମୁଖ୍ୟ କୃଷିପ୍ରଧାନ ଅଞ୍ଚଳ ରୂପେ ପରିଗଣିତ ।

ଆଧାର ସମ୍ପାଦନା