ଉଇକିପିଡ଼ିଆ:ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୪
ଏହି ଗଣସମ୍ପାଦନାରେ ସମୁଦାୟ ୩୧ଟି ନୂଆ ପ୍ରସଙ୍ଗ ଗଢ଼ା କିମ୍ବା ବଦଳ ହୋଇଛି ।
ସମୟସୀମା
ସମୟସୀମା:ଉତ୍କଳ ଦିବସରୁ ପଣା ସଂକ୍ରାନ୍ତି (୧ରୁ ୧୫ ଅପ୍ରେଲ) ୨୦୨୪
ଗଣସମ୍ପାଦନାର ନିୟମ
- ଓଡ଼ିଆ ସାହିତ୍ୟ ଉପରେ ଏହି ଗଣ-ସମ୍ପାଦନାଟି ଆୟୋଜନ କରାଯାଉଥିବାରୁ ଏଥିରେ ମୁଖ୍ୟତଃ ଓଡ଼ିଆ ଭାଷା ତଥା ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କ ସମ୍ବନ୍ଧୀୟ ପ୍ରସଙ୍ଗକୁ ଉନ୍ନତ କରାଯିବ ।
- ପୂର୍ବରୁ କରାଯାଇଥିବା କୌଣସି ପ୍ରସଙ୍ଗକୁ ଉନ୍ନତ କରିବା ପାଇଁ ତାକୁ ବାଗେଇକି ଲେଖିବା ସହିତ ସେଥିରେ ଭରସାଯୋଗ୍ୟ ଆଧାର ଯୋଡ଼ାଯିବ ।
- ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ୍ୟ ହେଉଛି ପ୍ରସଙ୍ଗ ସଜାଡ଼ିବା, ତେଣୁ ପ୍ରସଙ୍ଗଗୁଡ଼ିକୁ ଏକ ସୁସଜ୍ଜିତ ଆକାରରେ ଲେଖିବା ଫଳରେ କେହି ପଢ଼ିଲାବେଳେ ସହଜରେ ପଢ଼ିକି ବୁଝିପାରୁଥିବେ ଆଉ ବର୍ଣ୍ଣିତ ତଥ୍ୟ ଗ୍ରହଣଯୋଗ୍ୟ ହୋଇଥିବା ଆବଶ୍ୟକ ।
ଆୟୋଜକ
- ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ
ଅଶଂଗ୍ରହଣ କରିଥିବା ଉଇକିଆଳି
ଏହି ବଟନ୍ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।
- ଗପୁ (ମୋ ଆଲୋଚନା) ୧୫:୨୫, ୨୫ ମାର୍ଚ୍ଚ ୨୦୨୪ (IST)
- Psubhashish (ମୋ ଆଲୋଚନା) ୦୯:୫୦, ୧ ଅପ୍ରେଲ ୨୦୨୪ (IST)
- ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୪୫, ୧ ଅପ୍ରେଲ ୨୦୨୪ (IST)
ପ୍ରସଙ୍ଗ ଯୋଡ଼ନ୍ତୁ
ନୂଆ ପ୍ରସଙ୍ଗ ଲେଖିବା ପରେ କିମ୍ବା ପୁରୁଣା ପ୍ରସଙ୍ଗର ଉନ୍ନତୀକରଣ କରିସାରିବାପରେ ତାକୁ ନିମ୍ନରେ ଥିବା ନିଜ ଅବଦାନ ଯୋଡ଼ନ୍ତୁ ବଟନ୍ରେ ଯାଇ ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ ।
ପ୍ରସଙ୍ଗ ଓ ଆଧାର ତାଲିକା
ତଳ ତାଲିକାସବୁ ଖୋଲିଲେ ସେଥିରେ ବ୍ୟକ୍ତିତ୍ୱଙ୍କ ନାମ ଓ ଆଧାର ଆଦି ପାଇବେ । ପ୍ରସଙ୍ଗ ଉଇକିପିଡ଼ିଆରେ ଆଗରୁ ଥିଲେ ନାଁ ନୀଳ ଲିଙ୍କ ଓ ନଥିଲେ ନାଲି ଲିଙ୍କ । କେତେକାଂଶରେ ନ ଥିଲେ କଳା ରଙ୍ଗରେ ମଧ୍ୟ ଥିବ । ସେ ନାଁରେ ପ୍ରସଙ୍ଗ ଗଢ଼ିପାରିବେ ।
- ସାରଳା-ପୁରସ୍କାରପ୍ରାପ୍ତ ଲେଖକମାନଙ୍କ ତାଲିକା
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ
- ପ୍ରଜାତନ୍ତ୍ର ପ୍ରଚାର ସମିତି-ପୁରସ୍କାରପ୍ରାପ୍ତ
- ଭୁବନେଶ୍ୱର ପୁସ୍ତକମେଳା-ପୁରସ୍କାରପ୍ରାପ୍ତ
- ଗୋକର୍ଣ୍ଣିକା ସାହିତ୍ୟ ସମାଜ-ପୁରସ୍କାରପ୍ରାପ୍ତ
- ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍-ପୁରସ୍କାରପ୍ରାପ୍ତ
- କାଦମ୍ବିନୀ-ସମ୍ମାନୀତ
- ଓଡ଼ିଆ ଗୀତିକବିମାନଙ୍କ ତାଲିକା
- ଆହୁରି ଓଡ଼ିଆ ଲେଖକଙ୍କ ତାଲିକା
- ଓଡ଼ିଆ ବିଭବରେ ସ୍ଥାନୀତ ୧୨ ହଜାରରୁ ଅଧିକ ବହି
- ଓଡ଼ିଆ ପତ୍ରପତ୍ରିକା: ଉତ୍କଳ ପ୍ରସଙ୍ଗ, ଗୋପବନ୍ଧୁଙ୍କ ସତ୍ୟବାଦୀ, ଦିଗନ୍ତ ଓ ବିଜ୍ଞାନ ଦିଗନ୍ତ
- ଓଡ଼ିଶା/ଓଡ଼ିଆ ସମ୍ବନ୍ଧିତ ଇଂରାଜୀ ପତ୍ରପତ୍ରିକା: ଓଡ଼ିଶା ରିଭ୍ୟୁ, ସଂସାର, ଆଦିବାସୀ
ଅନ୍ୟାନ୍ୟ ସାଧନ
ଫଳାଫଳ
ଅପ୍ରେଲ ୧, ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ଗଣ-ସମ୍ପାଦନାଟିକୁ ଆଉ ୭ ଦିନ ବୃଦ୍ଧି କରାଯାଇଥିଲା । ୨୨ ଅପ୍ରେଲରେ ଶେଷ ହୋଇଥିବା ଗଣ-ସମ୍ପାଦନାଟିରେ ୩ ଜଣ ବ୍ୟବହାରକାରୀଙ୍କ ଦ୍ୱାରା ସମୁଦାୟ ୩୧ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଥିଲା, ଯେଉଁଥିରୁ ପ୍ରିତିରଞ୍ଜନ ତ୍ରିପାଠୀ ୧ଟି, ସୁଭାସିସ ପାଣିଗ୍ରାହୀ ୭ଟି ଓ ସଂଗ୍ରାମ କେଶରୀ ସେନାପତି ୨୩ଟି ପ୍ରସଙ୍ଗ ଗଢ଼ିଥିଲେ ।