ମହାଶ୍ୱେତା ରାୟ
ମହାଶ୍ୱେତା ରାୟ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ । ସେ ଓଡ଼ିଆ ଓ ବଙ୍ଗଳା ସିନେମାରେ ଅଭିନୟ କରିଛନ୍ତି । ସେ ଓଡ଼ିଆ ସାହିତ୍ୟିକ ରାଜକିଶୋର ରାୟଙ୍କ ଝିଅ ଓ ଓଡ଼ିଆ ସିନେମା ମାଳବିକା ରାୟ ଓ ମନସ୍ୱିନୀ ରାୟଙ୍କ ସାନ ଭଉଣୀ । ରାୟ ନିଜ ଅଭିନୟ କାଳରେ ୫୦ରୁ ଓଡ଼ିଆ ତଥା ବଙ୍ଗଳା ଓ ତେଲୁଗୁ ସିନେମାରେ ଅଭିନୟ କରିସାରିଛନ୍ତି ।[୨] ତାଙ୍କ ଅଭିନୟ ନିମନ୍ତେ ସେ ଜୟଦେବ ପୁରସ୍କାର ଓ ଫିଟଫାଟ ବାଇସ୍କୋପ ପୁରସ୍କାରରେ ସମ୍ମାନୀତ ।
ମହାଶ୍ୱେତା ରାୟ | |
---|---|
ଜନ୍ମ | ୨ ଜୁଲାଇ [୧] ପୁରୀ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ, ଶ୍ରୀ ଅରବିନ୍ଦ ସ୍କୁଲ ପୁରୀ |
ସକ୍ରିୟ ବର୍ଷ | ୧୯୭୬-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ବୈବାହିକ-ସାଥୀ | ଶିରିଶ ରାଉତରାୟ |
ସନ୍ତାନ | ଋଷିରାଜ |
ପିତାମାତା | ରାଜକିଶୋର ରାୟ, ମନୋରମା ରାୟ |
ସମ୍ପର୍କୀୟ | ମାଳବିକା ରାୟ ଓ ମନସ୍ୱିନୀ ରାୟ (ଭଉଣୀ) |
ପୁରସ୍କାର | ଜୟଦେବ ପୁରସ୍କାର |
ପ୍ରାରମ୍ଭିକ ଜୀବନ
ସମ୍ପାଦନାମହାଶ୍ୱେତା ରାୟ ଓଡ଼ିଶାରେ ପୁରୀଠାରେ ଜନ୍ମ ଗ୍ରହଣ କରିଥିଲେ । ପିତା ରାଜକିଶୋର ରାୟ ଓ ମାତା ମନୋରମା ରାୟଙ୍କର ସେ ଥିଲେ କନିଷ୍ଠା କନ୍ୟା । ବଡ଼ଭଉଣୀ ମାଳବିକା ରାୟ ଓ ମନସ୍ୱିନୀ ରାୟ ଉଭୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ । ପିଲାବେଳୁ ମହାଶ୍ୱେତା 'ରଶ୍ମୀ' ନାମରେ ପରିଚିତ ଥିଲେ । ପିତା ରାଜକିଶୋର ଜଣେ ସାହିତ୍ୟିକ ଓ ଅଭିନେତା ଥିଲେ । ପିତାଙ୍କ ପ୍ରଭାବରେ ମହାଶ୍ୱେତା ନୃତ୍ୟ, ଅଭିନୟ ଆଦି କଳା ପ୍ରତି ପିଲାବେଳୁ ଆକର୍ଷିତ ଥିଲେ । କୁଚିପୁଡ଼ି ଓ ଭାରତନାଟ୍ୟମ୍ ନୃତ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ମହାଶ୍ୱେତା ପୁରୀସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।[୩]
ବୃତ୍ତିଗତ ଜୀବନ
ସମ୍ପାଦନାମାତ୍ର ୧୭ବର୍ଷ ବୟସରେ ରୁପେଲି ପର୍ଦ୍ଦାରେ ଅଭିନୟ ଆରମ୍ଭ କରିଥିଲେ । ପିତା ରାଜକିଶୋରଙ୍କ ଛାତ୍ର 'କେଦାର ଗୁରୁ' ସିନ୍ଦୂର ବିନ୍ଦୁ ନାମକ ଚଳଚ୍ଚିତ୍ର ଆରମ୍ଭ କରୁଥିଲେ । ସେହି ସମୟରେ ମହାଶ୍ୱେତା ନୃତ୍ୟ ଶିକ୍ଷା କରୁଥିବାରୁ, କେଦାର ତାଙ୍କ ଚଳଚ୍ଚିତ୍ରରେ ମହାଶ୍ୱେତା ଜଣେ ନୃତ୍ୟଶିଳ୍ପୀ ଭାବରେ କାମ କରିବାକୁ ରାଜକିଶୋରଙ୍କୁ ଅନୁରୋଧ କରିଥିଲେ । ଅନିଚ୍ଛା ସତ୍ତ୍ୱେ ବାପାଙ୍କ ପ୍ରେରଣାରେ ମହାଶ୍ୱେତା ସେଥିରେ କାମ କରିଥିଲେ । ସେହି ଚଳଚ୍ଚିତ୍ରରେ କାମ କରିବା ସମୟରେ ରାଜନ୍ କିନ୍ନାଗୀ ଓ ପ୍ରଶାନ୍ତ ନନ୍ଦ ତାଙ୍କୁ ଶେଷ ଶ୍ରାବଣ ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରସ୍ତାବ ଦେଇଥିଲେ । ସେ ୧୯୭୬ ମସିହାରେ ଶେଷ ଶ୍ରାବଣରୁ ପ୍ରଥମ ସିନେମା ଅଭିନୟ ଆରମ୍ଭ କରିଥିଲେ ।[୪][୫]
ମହାଶ୍ୱେତା, ବର୍ତ୍ତମାନ ସୁଦ୍ଧା ୫୦ରୁ ଓଡ଼ିଆ ତଥା ବଙ୍ଗଳା ଓ ତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି ।[୨] ସେ ଉଭୟ କଳାତ୍ମକ ଓ ବ୍ୟବସାୟିକ ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି ଓ ଶ୍ରୀରାମ ପଣ୍ଡାଙ୍କ ସହ ତାଙ୍କ ଯୋଡ଼ି ଲୋକପ୍ରିୟ ହୋଇଥିଲା । ୧୯୯୧ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । "ସଜନୀ ଗୋ ସଜନୀ", "ସୁଜନ ସଖୀ", ଅରନ୍ୟୋର ଅଧିକାର", "କଥା ଛିଲୋ" ଓ "ନ୍ୟାୟ ଚକ୍ର" ଆଦି ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ସେ ଓଡ଼ିଶାର ପ୍ରଥମ ଅଭିନେତ୍ରୀ ଭାବରେ ୧୯୭୮ ମସିହାରେ "ପ୍ରାଣାମ ଖରେଦୁ" ନାମକ ଏକ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ଚିରଞ୍ଜିବୀ ଅଭିନୟ କରିଥିଲେ । ସୋନି ଟିଭିର ହିନ୍ଦୀ ଧାରବାହିକ "ଚମତ୍କାର"ରେ ସେ ଅଭିନେତା ଫାରୁକ୍ ଶେଖଙ୍କ ବିପକ୍ଷରେ ଅଭିନୟ କରିଥିଲେ । [୬]
ପରିବାର
ସମ୍ପାଦନାମହାଶ୍ୱେତା ୧୯୮୨ ମସିହାରେ ମୁମ୍ବାଇର ବ୍ୟବସାୟୀ ଓ ଡିଟେକ୍ଟିଭ ଏଜେନ୍ସିର ମାଲିକ ଶିରିଶ ରାଉତରାୟଙ୍କୁ ବିବାହ କରିଥିଲେ । [୭] "ଋଷିରାଜ" ନାମରେ ତାଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି । [୮]
ଅଭିନୀତ ଓଡ଼ିଆ କଥାଚିତ୍ର
ସମ୍ପାଦନାପୁରସ୍କାର
ସମ୍ପାଦନା- ଫିଟଫାଟ ବାଇସ୍କୋପ ପୁରସ୍କାର
- ଜୟଦେବ ପୁରସ୍କାର (୨୦୦୯)
ଆଧାର
ସମ୍ପାଦନା- ↑ "Mahasweta Ray | Biography, Profile, Songs, Videos, Oriya Actress Movie List". incredibleorissa.com. Retrieved 5 January 2013.
Date of Birth – July 2
- ↑ ୨.୦ ୨.୧ "ଆର୍କାଇଭ୍ କପି". Archived from the original on 2015-03-18. Retrieved 2015-03-09.
{{cite web}}
: Cite has empty unknown parameter:|1=
(help) - ↑ http://www.odisha360.com/odia-personalities/mahasweta-ray/
- ↑ "ପୁଣି ବଡ଼ ପରଦାରେ ମହାଶ୍ୱେତା | Sambad". ସମ୍ବାଦ. sambad.in. 14 December 2021. Archived from the original on 21 December 2021. Retrieved 21 December 2021.
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 68–. ISBN 978-1-136-77284-9.
- ↑ "ଆର୍କାଇଭ୍ କପି". Archived from the original on 2014-12-21. Retrieved 2015-03-09.
{{cite web}}
: Cite has empty unknown parameter:|1=
(help) - ↑ "ମାୟାପୁରୀର ମହମହ ପାରିଜାତ ମହାଶ୍ୱେତା". Archived from the original on 24 September 2021. Retrieved 30 November 2013.
- ↑ ସିନେ ସମୟ ୮ ମାର୍ଚ୍ଚ ୨୦୧୫
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମହାଶ୍ୱେତା ରାୟ