ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ

ସ୍ୱୟଂଶାସିତ ମହାବିଦ୍ୟାଳୟ


ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ପୁରୀରେ ଅବସ୍ଥିତ ଏକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ।[୧] ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୫୪ କିଲୋମିଟର ଦୂରରେ ଅବସ୍ଥିତ । ଏହି ମହାବିଦ୍ୟାଳୟ ପୁରୀ ରେଳ ଷ୍ଟେସନଠାରୁ ୨ କିଲୋମିଟର ଦୂରରେ ଅବସ୍ଥିତ । ସାମନ୍ତ ଚନ୍ଦ୍ରଶେଖରଙ୍କର ସ୍ମୃତି ସ୍ୱରୂପ, ତାଙ୍କର ଏକ ମୂର୍ତ୍ତି ମହାବିଦ୍ୟାଳୟ ମଧ୍ୟରେ ସ୍ଥାପନ କରାଯାଇଛି ।

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ
ପ୍ରତିଷ୍ଠା୧୯୪୪
ପ୍ରକାରସ୍ୱୟଂଶାସିତ
ଅବସ୍ଥାନପୁରୀ, ଓଡ଼ିଶା, ଭାରତ
ୱେବସାଇଟମୁଖ୍ୟ ୱେବସାଇଟ

ଇତିହାସସମ୍ପାଦନ କରନ୍ତୁ

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ଶିକ୍ଷାନୁଷ୍ଠାନ । ଏହା ୧୯୪୪ ମସିହାରେ ପୁରୀ ସହରରେ ପ୍ରତିଷ୍ଠା ହୋଇଥିଲା । ସର୍ବପ୍ରଥମେ ଏହି ମହାବିଦ୍ୟାଳୟ ପୁରୀ ଜିଲ୍ଲା ସ୍କୁଲରେ କାର୍ଯ୍ୟ କରୁଥିଲା । ପ୍ରତିଷ୍ଠାର ଅଳ୍ପ ବର୍ଷ ମଧ୍ୟରେ ଏହା ରାଜ୍ୟର ଗୋଟିଏ ଜଣାଶୁଣା ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିଥିଲା । ଏହି ସଫଳତାର ପ୍ରଭାବରେ ବ୍ରିଟିଶ ଶାସନ କାଳରେ ଏହି ମହାବିଦ୍ୟାଳୟ ନିଜସ୍ୱ କୋଠାଘରକୁ ସ୍ଥାନାନ୍ତରିତ ହୋଇଥିଲା, ଯାହାକି ପୁରୁଣା ସଦର ଥାନା ନିକଟରେ ରହିଥିଲା । ପରେ ଓଡ଼ିଶା ସରକାର ଏହାକୁ ଜ୍ୟୋତିଷ ବିଜ୍ଞାନୀ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ (୧୮୩୫-୧୯୩୪) ନାମାନୁସାରେ 'ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ' କରିଥିଲେ । ପରେ ପରେ ଏହା ଦୁଇ ଭାଗରେ ଅର୍ଥାତ ଗୋଟିଏ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ଓ ଅନ୍ୟଟି କନିଷ୍ଠ ମହାବିଦ୍ୟାଳୟ ନାମରେ ନାମିତ ହୋଇଥିଲା ।

ପ୍ରଥମେ ଏହି ମହାବିଦ୍ୟାଳୟ ଏକ ମଧ୍ୟବର୍ତ୍ତୀ ମହାବିଦ୍ୟାଳୟ ରୂପେ କାର୍ଯ୍ୟକାରୀ ହୋଇଥିଲା । ସେତେବେଳେ ଏଠାରେ ଇଚ୍ଛାଧୀନ ବିଷୟ ରୂପେ ଅର୍ଥନୀତି, ଇତିହାସ, ଗଣିତ, ତର୍କଶାସ୍ତ୍ରସଂସ୍କୃତ ସହିତ ବାଧ୍ୟତାମୂଳକ ଆଧୁନିକ ଭାରତୀୟ ଭାଷା ରୂପେ ଇଂରାଜୀଓଡ଼ିଆ ଆଦି ବିଷୟ ପାଠ୍ୟଖସଡ଼ାରେ ରଖାଯାଇଥିଲା । ୧୯୫୦ ମସିହାରେ ସ୍ନାତକ ପାଠ୍ୟକ୍ରମ ସହ ପ୍ରଥମ ଶ୍ରେଣୀ ମହାବିଦ୍ୟାଳୟ ସ୍ୱରୂପ ରାଜ୍ୟରେ ପରିଗଣିତ ହୋଇଥିଲା । ସେତେବେଳେ ଏଠାରେ ଇତିହାସ, ଦର୍ଶନ ଶାସ୍ତ୍ର, ଇଂରାଜୀ, ଅର୍ଥନୀତି ଓ ଗଣିତ ଆଦି ବିଷୟକୁ ସମ୍ମାନ ପାଠ୍ୟକ୍ରମ ରୂପେ ନେଇ ପ୍ରତିଷ୍ଠା ହୋଇଥିଲା ସେହିପରି ୧୯୫୬ ମସିହାରେ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥି ସହିତ ପଦାର୍ଥ ବିଜ୍ଞାନ , ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ ସମ୍ମାନ ପାଠ୍ୟକ୍ରମ ମଧ୍ୟ ସାମିଲ ହୋଇଥିଲା। ପରେ ପରେ ୧୯୬୪ ମସିହାରେ ଜୀବ ବିଜ୍ଞାନ ଓ ୧୯୬୮ ମସିହାରେ ପ୍ରାଣୀ ବିଜ୍ଞାନ ପାଠ୍ୟକ୍ରମର ଅଧ୍ୟୟନ ଆରମ୍ଭ ହୋଇଥିଲା ।

ନିୟମିତ ପାଠ୍ୟକ୍ରମସମ୍ପାଦନ କରନ୍ତୁ

ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ [କଳା, ବାଣିଜ୍ୟ ଓ ବିଜ୍ଞାନ]ସମ୍ପାଦନ କରନ୍ତୁ

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ୨୦୧୦-୧୧ ଶିକ୍ଷା ଅଧିବେଶନରେ ଯୁକ୍ତ ୩ ସ୍ତରରେ ୫୩ଟି ସ୍ନାତକ ମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା ଏବଂ ଓଡ଼ିଶାରେ ସମସ୍ତ ସ୍ନାତକ ମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ୨୦୧୪-୧୫ ଶିକ୍ଷା ଅଧିବେଶନରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି SAMS ଅଧିନରେ ଆରମ୍ଭ ହୋଇଥିଲା । ଯେଉଁ ଦିନ ଯୁକ୍ତ୨ର ଫଳାଫଳ ପ୍ରକାଶ ପାଇଥାଏ, ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥାଏ ।

ମହାବିଦ୍ୟାଳୟଦ୍ୱାରା ପ୍ରଦତ ପାଠ୍ୟକ୍ରମସମ୍ପାଦନ କରନ୍ତୁ

କଳା ପାଇଁ ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ(୫୧୨ ଆସନ)ସମ୍ପାଦନ କରନ୍ତୁ

ବାଧ୍ୟତାମୂଳକ ପାଠ୍ୟକ୍ରମସମ୍ପାଦନ କରନ୍ତୁ

କ୍ରମାଙ୍କ ସଂଖ୍ୟା ବିଷୟ ଆସନ ସଂଖ୍ୟା
ଇଂରାଜୀ ୫୧୨
ଓଡ଼ିଆ ୫୧୨
ପରିବେଶ ବିଜ୍ଞାନ ୫୧୨
ଭାରତୀୟ ସମାଜ ଓ ସଂକୃତି ୫୧୨
ଇ.ଏସ୍ ଓ ସିଏ (ସ୍ୱ-ଆର୍ଥିକ) ୫୧୨

ନିର୍ବାଚିତ ପାଠ୍ୟକ୍ରମସମ୍ପାଦନ କରନ୍ତୁ

କ୍ରମିକ ସଂଖ୍ୟା ବିଷୟ ଆସନ ସଂଖ୍ୟା
ଅର୍ଥ ଶାସ୍ତ୍ର ୧୨୮
ଶିକ୍ଷା ୩୨
ଭୂଗୋଳ ୩୨
ଇତିହାସ ୧୨୮
ଗଣିତ ୩୨
ଓଡ଼ିଆ ୧୨୮
ଦର୍ଶନ ଶାସ୍ତ୍ର ୧୨୮
ଭାରତୀୟ ରାଜନୀତି ୧୨୮
ମନୋବିଜ୍ଞାନ ୩୨
୧୦ ସଂସ୍କୃତ ୧୨୮
୧୧ ସମାଜ ଶାସ୍ତ୍ର ୧୬

ସମ୍ମାନ ପାଠ୍ୟକ୍ରମସମ୍ପାଦନ କରନ୍ତୁ

କ୍ରମିକ ସଂଖ୍ୟା ବିଷୟ ଆସନ ସଂଖ୍ୟା
ଭାରତୀୟ ଅର୍ଥ ଶାସ୍ତ୍ର ୧୧୨
ଶିକ୍ଷା ୪୮
ଭାରତୀୟ ଭୂଗୋଳ ୧୬
ଭାରତୀୟ ଇତିହାସ ୬୪
ଗଣିତ ୩୨
ଓଡ଼ିଆ ୪୮
ଦର୍ଶନ ଶାସ୍ତ୍ର ୩୨
ଭାରତୀୟ ରାଜନୀତି ୯୬
ମନୋବିଞ୍କାନ ୩୨
୧୦ ସଂସ୍କୃତ ୧୬
୧୧ ସମାଜ ଶାସ୍ତ୍ର ୧୬
୧୨ ଇଂରାଜୀ ୩୨

ଆଧାରସମ୍ପାଦନ କରନ୍ତୁ