କୁଚିପୁଡ଼ି ନୃତ୍ୟ ଭାରତର ଏକ ଲୋକପ୍ରିୟ ନୃତ୍ୟ । ଏହା ଏକ ଶାସ୍ତ୍ରୀୟ ନୃତ୍ୟ । ପ୍ରଥମେ ଏହା ଦକ୍ଷିଣ ଭାରତ ଆନ୍ଧ୍ର ପ୍ରଦେଶର କୁଚିଲାପୁରମ୍ ଗ୍ରାମରେ ଆରମ୍ଭ ହୋଇଥିଲା । କୁଚିଲାପୁରମ୍ ଗ୍ରାମର ନାମ ଅନୁସାରେ ଏହି ନୃତ୍ୟର ନାମ ‘କୁଚିପୁଡ଼ି’ ରଖାଯାଇଛି । ଏହି ନୃତ୍ୟ ପାଇଁ କେରଳ ପ୍ରସିଦ୍ଧ । ଏହି ନୃତ୍ୟ ହିନ୍ଦୁ ଧର୍ମ ବିଷୟ ଆଧାରରେ ପରିବେଷଣ କରାଯାଏ । ଏହା ଏକ ଧାର୍ମିକ ନୃତ୍ୟ । ଧାର୍ମିକ ଗୀତର ତାଳେ ତାଳେ ଏହି ନୃତ୍ୟ ହୋଇଥାଏ । ଏହା ମଧ୍ୟ ଭାରତନାଟ୍ୟମ୍ ଭାବେ ଖ୍ୟାତି ଅର୍ଜନ କରିଛି । ଏହା ପ୍ରଥମେ ପୁରୁଷଙ୍କଦ୍ୱାରା ଆରମ୍ଭ ହୋଇଥିଲା । ପ୍ରଥମେ ପୁରୁଷମାନେ ମିଳିତ ହୋଇ ଏପରି ନୃତ୍ୟ ଆରମ୍ଭ କରିଥିଲେ । ପରେ କିନ୍ତୁ ମହିଳାମାନେ ଏହି ନୃତ୍ୟରେ ସାମିଲ୍ ହେଲେ । ଗୀତଗୋବିନ୍ଦ, ରାମାୟଣ, ପୁରାଣ, କୃଷ୍ଣଲୀଳା ଉପରେ ଭିନ୍ନ ଭିନ୍ନ ଗୀତରେ ଏହି ନୃତ୍ୟ ପରିବେଷଣ କରାଯାଏ । [୧]

କୁଚିପୁଡ଼ି ପରିବେଷଣ କରୁଥିବା ଜଣେ ନର୍ତ୍ତକୀ

ଆଧାର ସମ୍ପାଦନା

  1. ପ୍ରମେୟ, ପୃଷ୍ଠା-୨, ବୁଧବାର, ୫ଜୁନ୍ ୨୦୧୩

ଅଧିକ ତଥ୍ୟ ସମ୍ପାଦନା