Scenic beauty at Sankesh

ଅବସ୍ଥିତି ସମ୍ପାଦନା

ରାୟଗଡ଼ାରୁ କୋରାପୁଟ ଯିବା ରାସ୍ତାରେ ପ୍ରାୟ ୧୦ କିଲୋମିଟର ଦୂରତାରେ ସାଙ୍କେଶ ଅବସ୍ଥିତ ।

ଆକର୍ଷଣ ସମ୍ପାଦନା

 
Sankeswari Temple, Sankesh

ରାୟଗଡ଼ା ସହର ନିକଟବର୍ତ୍ତି ଝଞ୍ଜାବତୀ ନଦୀର ଅବବାହିକାରେ ବହିଯାଉଥିବା ପାହାଡି ଝରଣା ଏବଂ ଘେରି ରହିଥିବା ପ୍ରାକୃତିକ ପରିବେଶ ସାଙ୍କେଶ ନାମରେ ଜଣାଶୁଣା । ନିକଟରେ ଏକ ଛୋଟ ମନ୍ଦିର ରହିଛି । ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ତଥା ସ୍ଥାନୀୟ ଲୋକେ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି । ଜଙ୍ଗଲ, ଝରଣା ତଥା ପ୍ରାକୃତିକ ଶୋଭାରେ ଭରପୁର ଏହି ଜାଗା ବଣ ଭୋଜି କରିବା ପାଇଁଁ ଏକ ଉତ୍କୃଷ୍ଟ ସ୍ଥାନ ।ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିବାକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମେ ।[୧][୨] ତେବେ ପର୍ଯ୍ୟଟକଙ୍କ ରହଣିପାଇଁଁ ଏଠାରେ କୌଣସି ସୁବିଧା ନାହିଁଁ ।

ଯୋଗାଯୋଗ ସମ୍ପାଦନା

କୋରାପୁଟରୁ ବ୍ରହ୍ମପୁର ଯାଉଥିବା ରାସ୍ତା ପାର୍ଶ୍ୱରେ ଏହା ରହିଥିବାରୁ ସାଙ୍କେଶ ପର୍ଯ୍ୟନ୍ତ ବସ ସେବା ରହିଛି। ଜାଗାଟି ଜଙ୍ଗଲମୟ ହୋଇଥିବାରୁ ସାଙ୍ଗରେ ପଥପ୍ରଦର୍ଶକ (ଗାଇଡ୍) ନେଇ ଯିବା ଆବଶ୍ୟକ।

ଆଧାର ସମ୍ପାଦନା

  1. "ସାଙ୍କେଶ". ଧରିତ୍ରୀ. 11 December 2016. Retrieved 11 December 2016.
  2. "Scenic attractions of Rayagada district". Retrieved 11 December 2016.