କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ା
କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ା ଓଡ଼ିଶାର ରାୟଗଡ଼ାରେ ଥିବା ଏକ ଇଁରାଜୀ ମାଧ୍ୟମ ଉଚ୍ଚବିଦ୍ୟାଳୟ । ଏହା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନଦ୍ୱାରା ପରିଚାଳିତ ।
କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ା | |
---|---|
![]() | |
ଅବସ୍ଥାନ | |
ରାୟଗଡ଼ା, ଓଡ଼ିଶା, ଭାରତ | |
ବିବରଣୀ | |
ପ୍ରତିଷ୍ଠା | ୨୮-୦୨-୨୦୦୭ |
ଅଧ୍ୟକ୍ଷ | ଶ୍ରୀ ସୀତାରାମାୟା ମେଡା |
ଶ୍ରେଣୀ | ଶ୍ରେଣୀ ୬ରୁ ୧୦ମ |
ଛାତ୍ରଛାତ୍ରୀ ସଂଖ୍ୟା | ୪୨୫ |
ୱେବସାଇଟ | kvrayagada.org |
ଅବସ୍ଥିତିସମ୍ପାଦନ କରନ୍ତୁ
ଏହି ବିଦ୍ୟାଳୟଟି ରାୟଗଡ଼ାରେ ଅବସ୍ଥିତ । ସ୍ଥାନୀୟ ମୁନିସିପାଲିଟି ଅଫିସ୍ ପରିସରରେ ଥିବା ପୁରୁଣା କଲେକ୍ଟରେଟ୍ ଅଫିସ୍ରେ ସ୍କୁଲଟି ଅସ୍ଥାୟୀଭାବେ ଚାଲୁଥିଲା । ତେବେ ବର୍ତ୍ତମାନ ଜୟରାମ ଗୁଡ଼ାଠାରେ ନିର୍ମିତ ନୂତନ କୋଠାରେ ଏହି ବିଦ୍ୟାଳୟ ଚାଲୁଅଛି
ଇତିହାସସମ୍ପାଦନ କରନ୍ତୁ
କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ା ୨୦୦୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
ଲକ୍ଷ୍ୟସମ୍ପାଦନ କରନ୍ତୁ
କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକର ଲକ୍ଷ୍ୟଗୁଡିକ ମଧ୍ୟରେ ମୁଖ୍ୟ ଲକ୍ଷ୍ୟ ହେଲା
୧) ବଦଳିଯୋଗ୍ୟ କେନ୍ଦ୍ରୀୟ ସରକାରୀ କର୍ମଚାରୀ ତଥା ପାରାମିଲିଟାରୀ ଫୋର୍ସ୍ରେ କାର୍ଯ୍ୟରତ ସେନାର ପିଲାମାନଙ୍କୁ ଏକ ସାଧାରଣ ସିଲାବସ୍ଯୁକ୍ତ ପାଠ୍ୟକ୍ରମରେ ଶିକ୍ଷାଦାନର ସୁବିଧା ଯୋଗାଇଦେବା,
୨) ବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନ ଉନ୍ନତ କରିବା ତଥା ଶିକ୍ଷା ମାଧ୍ୟମରେ ଜାତୀୟ ସଂହତି ସ୍ଥାପନରେ ସହାୟକ ହେବା ଇତ୍ୟାଦି[୧] ।
୩) ଏତଦ୍ବ୍ୟତୀତ ଶିଶୁର ଶାରୀରୀକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ତରରେ ଉନ୍ନତି କରିବା ଏହି ଶିକ୍ଷାଦାନର ଅନ୍ୟ ଏକ ଲକ୍ଷ୍ୟ ।
ଆଧାରସମ୍ପାଦନ କରନ୍ତୁ
- ↑ "kvrayagada"Mission
ବାହାର ଲିଙ୍କସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |