ପ୍ରତିଜ୍ଞା ଦେବୀ

ଓଡ଼ିଆ ଅଧ୍ୟାପିକା, ସାରସ୍ୱତ ସାଧିକା, ଲେଖିକା ଏବଂ ଅନୁବାଦିକା

ପ୍ରତିଜ୍ଞା ଦେବୀ, ଜଣେ ଓଡ଼ିଆ ଅଧ୍ୟାପିକା, ସାରସ୍ୱତ ସାଧିକା, ଲେଖିକା ଏବଂ ଅନୁବାଦିକା ଥିଲେ । ସେ ମନୋଜ ଦାସଙ୍କ ଧର୍ମ ପତ୍ନୀ ଥିଲେ । ପ୍ରତିଜ୍ଞା ଦେବୀ ତାଙ୍କ ଜୀବନ କାଳ ମଧ୍ୟରେ କିଛି ପୁସ୍ତକ ରଚନା କରିବା ସ‌ହିତ ଶ୍ରୀ ଅରବିନ୍ଦ ଓ ଶ୍ରୀ ମା’ଙ୍କର ବିଭିନ୍ନ ଲେଖାର ଓଡ଼ିଆ ଅନୁବାଦ କରିଥିଲେ ।[୧] ୧୯୬୨ ମସିହାରେ ତାଙ୍କ ପୁଅର ଅକାଳ ବିୟୋଗ ପରେ ଉଭୟ ପତିପତ୍ନୀ ପଣ୍ଡିଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମକୁ ଚାଲି ଯାଇଥିଲେ ଏବଂ ସେଠାରେ ଅଧ୍ୟାପନ କରିବା ଆରମ୍ଭ କରିଥିଲେ ।[୨]

ପ୍ରତିଜ୍ଞା ଦେବୀ
ଜନ୍ମ ଓ ଜନ୍ମସ୍ଥାନକୁଜଙ୍ଗ, ଜଗତସିଂହପୁର, ଓଡ଼ିଶା
ମୃତ୍ୟୁ୩ ଅକ୍ଟୋବର ୨୦୧୮ (୮୦ ବର୍ଷ)
ପଣ୍ଡିଚେରୀ
ବୃତ୍ତିଅଧ୍ୟାପିକା
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ମନୋବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଜୀବନସାଥୀମନୋଜ ଦାସ
ସମ୍ପର୍କୀୟରତ୍ନମାଳୀ ଜେମା (ମାଆ)
ନାରାୟଣ ବୀରବର ସାମନ୍ତ (ବାପା)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ପ୍ରତିଜ୍ଞା ଦେବୀ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପା ନାରାୟଣ ବୀରବର ସାମନ୍ତ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ମାତା ରତ୍ନମାଳୀ ଜେମା ।[୨][୩] ସେ ରେଭେନ୍ସା ମହାବିଦ୍ୟାଳୟରୁ ମନୋବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।[୧] ପରବର୍ତ୍ତୀ ସମୟରେ ଓଡ଼ିଶା ଭୂତପୂର୍ବ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ମଧ୍ୟସ୍ଥତାରେ ସେ ମନୋଜ ଦାସଙ୍କୁ ବିବାହ କରିଥିଲେ ।[୨]

ଓଡ଼ିଆ ସାହିତ୍ୟରେ ଅବଦାନ ସମ୍ପାଦନା

ପ୍ରତିଜ୍ଞା ଦେବୀ ଶିଶୁ ପତ୍ରିକା ଜହ୍ନମାମୁଁକୁ ଓଡ଼ିଶାର ଜନମାନସରେ ଲୋକପ୍ରିୟ କରାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।[୧] ସେହି ପତ୍ରିକାରେ ତାଙ୍କ ରଚନାଗୁଡ଼ିକରେ ସେ ନିଜର ନାମ ଉଲ୍ଲେଖ ନ କରି ବରଂ 'ସବ୍ୟସାଚୀ', 'ଫାଲ୍ଗୁନୀ' ଆଦି ନାମ ବ୍ୟବ‌ହାର କରୁଥିଲେ ।[୧]

ମୃତ୍ୟୁ ସମ୍ପାଦନା

୨୦୧୮ ମସିହା ଅକ୍ଟୋବର ୩ ତାରିଖରେ ରାତି ୮ଟା ୫୦ ମିନିଟ୍ ସମୟରେ ପ୍ରତିଜ୍ଞା ଦେବୀଙ୍କର ମୃତ୍ୟୁ ହୋଇଥିଲା ।[୪] ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।[୫] ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ପତ୍ନୀଙ୍କ ପରଲୋକ | Odisha Reporter". Odisha Reporter. 4 October 2018. Archived from the original on 20 September 2022. Retrieved 5 October 2018.
  2. ୨.୦ ୨.୧ ୨.୨ ୨.୩ "ମନୋଜ ଦାସଙ୍କ ପତ୍ନୀ ପ୍ରତିଜ୍ଞା ଦେବୀ ଆଉ ନାହାନ୍ତି | Sambad". Sambad. 3 October 2018. Archived from the original on 26 January 2021. Retrieved 5 October 2018.
  3. "Former MLA Ratnamali Jema passes away | Sambad English". Sambad English (in English). Cuttack: sambadenglish.com. 30 January 2014. Archived from the original on 3 September 2021. Retrieved 3 September 2021.{{cite news}}: CS1 maint: unrecognized language (link)
  4. "Wife Of Eminent Litterateur Manoj Das Passes Away". odishabytes.com. Retrieved 28 April 2021.
  5. "Manoj Das' wife passes away". dailypioneer.com. Retrieved 28 April 2021.