ତନ୍ଦ୍ରାଲୋକର ପ୍ରହରୀ

ତନ୍ଦ୍ରାଲୋକର ପ୍ରହରୀ ମନୋଜ ଦାସଙ୍କଦ୍ୱାରା ରଚିତ ଏକ ଉପନ୍ୟାସ । ଏହା ସଚିତ୍ର ବିଜୟାରେ ପ୍ରଥମେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା ।

ତନ୍ଦ୍ରାଲୋକର ପ୍ରହରୀ  
ଲେଖକମନୋଜ ଦାସ
ମଲାଟ ଚିତ୍ରକରବିଜୟ ପ୍ରଧାନ
ଦେଶଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକଫ୍ରେଣ୍ଡସ ପବ୍ଲିଶର୍ସ, ବିନୋଦବିହାରୀ, କଟକ
ପ୍ରକାଶ ତାରିଖ୨୦୦୦ (ପ୍ରଥମ ସଂସ୍କରଣ),
୨୦୧୨ (ପଞ୍ଚମ ସଂସ୍କରଣ)
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି
ପୃଷ୍ଠା୧୮୬
ISBN୮୧-୭୪୦୧-୩୩୩-୪

ପୁସ୍ତକ ସମୀକ୍ଷା ସମ୍ପାଦନା

ଜୀବନ ଓ ମୃତ୍ୟୁର ସୀମାନ୍ତରେ ଥାଏ ଏକ ରହସ୍ୟଘନ ତନ୍ଦ୍ରାଲୋକ । ସେ ଜଗତର ଆଶରୀରୀ ସତ୍ତାମାନଙ୍କ ସ‌ହ ଜୀବିତ ଜଗତର ଆଦାନପ୍ରଦାନ ସମ୍ଭବପର ହୁଏ ଯେଉଁ ଗୁଣୀ ଓ ଓଝା ସଂପ୍ରଦାୟଦ୍ୱାରା ସେଇଭଳି ଏକ ପରିବାରର ତିନିପୁରୁଷର ପ୍ରାମାଣ୍ୟ କାହାଣୀ ଅଭିନବ ଓ ଅଦ୍ଭୁତପୂର୍ବ । [୧]

ଉପନ୍ୟାସଟିର ସ୍ଥାନ-କାଳଗତ ପଟ୍ଟଭୂମି ଏହିପରି :

ସ୍ଥାନ- ଉତ୍ତର ବାଲେଶ୍ୱର ଏବଂ ମେଦିନୀପୁର ଜିଲ୍ଲା । ଏହି ଉଭୟ ଇଲକାର କେତେଗୁଡିଏ ଗ୍ରାମକୁ ନେଇ ଏକ ଏକ ଜମିଦାରି ଗଠିତ ହୋଇଥାଏ ।

କାଳ- ଉନ୍ନବିଂଶ ଶତାବ୍ଦୀରେ ଦ୍ୱିତୀୟାର୍ଦ୍ଧରୁ ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ।

ବର୍ଣ୍ଣିତ ଘଟଣାବଳି ପାଶ୍ଚାତରେ ରହିଛି ଲେଖକଙ୍କ ନିଜସ୍ୱ ପ୍ରତ୍ୟୟ ଏବଂ ଯତ୍‌କିଞ୍ଚିତ ଅଭିଜ୍ଞତା-ଅନୁଭୂତି । ସଙ୍ଗେ ସଙ୍ଗେ କେତେକ ନୃତତ୍ତ୍ୱିକ ଗବେଷଣାର ସମର୍ଥନ ମଧ୍ୟ ସେ ପାଇଛନ୍ତି ଯଥା:- ଡଃ ପ୍ରବୋଧ ଭୌମିକଙ୍କର Occultism in Fringe Bengal.[୧]

ସଂକ୍ଷିପ୍ତ କାହାଣୀ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ମନୋଜ ଦାସ, ତନ୍ଦ୍ରାଲୋକର ପ୍ରହରୀ, ଫ୍ରେଣ୍ଡ୍‌ସ୍ ପବ୍ଲିଶର୍ସ୍, ପଛ ମଲାଟ