ଅମୃତ ଫଳ
ଅମୃତ ଫଳ ମନୋଜ ଦାସଙ୍କ ଲିଖିତ ଏକ ଉପନ୍ୟାସ ।[୧] ଏହାର କଥାବସ୍ତୁ ଏକ ଐତିହାସିକ କାହାଣୀ ଉପରେ ଆଧାରିତ । ୧୯୯୬ ମସିହା ଜାନୁଆରୀ ମାସରେ ଏହା ପ୍ରଥମ କରି ପ୍ରକାଶିତ ହୋଇଥିଲା । ବିଦ୍ୟାପୁରୀ, ବାଲୁବଜାର, କଟକର ପିତାମ୍ବର ମିଶ୍ର ଏହି ପୁସ୍ତକଟିର ପ୍ରକାଶକ ଅଟନ୍ତି । କଟକରେ ଥିବା ଆଲାମଚାନ୍ଦବଜାରର ବିଦ୍ୟାଶ୍ରୀ ଡିଟିପି ସେଣ୍ଟରଦ୍ୱାରା ଏହାର ଲିପି ସଂଯୋଜନା କରାଯାଇଛି । ଭୁବନେଶ୍ୱରର ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ବିଶ୍ୱନାଥ ଏଣ୍ଟରପ୍ରାଇଜେସ୍ଦ୍ୱାରା ଏହି ପୁସ୍ତକଟିକୁ ମୁଦ୍ରଣ କରାଯାଇଛି । ଅଦ୍ୟାବଧି ଏହାର ୧୪ଟି ମୁଦ୍ରଣ ପ୍ରକାଶ ପାଇସାରିଛି । ଚତୁର୍ଦ୍ଦଶ ପ୍ରକାଶନରେ ଏହାର ମୂଲ୍ୟ ୧୩୦ ଟଙ୍କା ରଖାଯାଇଛି । ୨୦୦୦ ମସିହାରେ ଏହି ଉପନ୍ୟାସଟି ପାଇଁ ମନୋଜ ଦାସଙ୍କୁ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଛି ।[୨]
ଅମୃତ ଫଳ | |
---|---|
ଲେଖକ | ମନୋଜ ଦାସ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଐତିହାସିକ ଉପନ୍ୟାସ |
ପ୍ରକାଶକ | ବିଦ୍ୟାପୁରୀ ବାଲୁବଜାର, କଟକ |
ପ୍ରକାଶ ତାରିଖ | ୧୯୯୬, ୧୯୯୭, ୨୦୦୦, ୨୦୦୧, ୨୦୦୨, ୨୦୦୪, ୨୦୦୫, ୨୦୦୭, ୨୦୦୯, ୨୦୧୦, ୨୦୧୧, ୨୦୧୪, ୨୦୧୫ |
ମାଧ୍ୟମ ପ୍ରକାର | ଛପାବହି, ବନ୍ଧେଇ |
ପୃଷ୍ଠା | ୨୦୨ |
ISBN | ୮୧-୭୪୧୧-୧୧୪-X |
ପ୍ରକାଶନ ଇତିହାସ
ସମ୍ପାଦନାପ୍ରକାଶନ ସଂଖ୍ୟା | ପ୍ରକାଶନ ମାସ | ପ୍ରକାଶନ ବର୍ଷ |
---|---|---|
ପ୍ରଥମ | ଜାନୁଆରୀ | ୧୯୯୬ |
ଦ୍ୱିତୀୟ | ଅଗଷ୍ଟ | ୧୯୯୭ |
ତୃତୀୟ | ଜାନୁଆରୀ | ୨୦୦୦ |
ଚତୁର୍ଥ | ମାର୍ଚ୍ଚ | ୨୦୦୧ |
ପଞ୍ଚମ | ଫେବୃଆରୀ | ୨୦୦୨ |
ଷଷ୍ଠ | ଏପ୍ରିଲ | ୨୦୦୪ |
ସପ୍ତମ | ଅଗଷ୍ଟ | ୨୦୦୫ |
ଅଷ୍ଟମ | ଜାନୁଆରୀ | ୨୦୦୭ |
ନବମ | ଜାନୁଆରୀ | ୨୦୦୯ |
ଦଶମ | ଜାନୁଆରୀ | ୨୦୧୦ |
ଏକାଦଶ | ଜୁନ୍ | ୨୦୧୦ |
ଦ୍ୱାଦଶ | ନଭେମ୍ବର | ୨୦୧୧ |
ତ୍ରୟୋଦଶ | ଜାନୁଆରୀ | ୨୦୧୪ |
ଚତୁର୍ଦ୍ଦଶ | ଜାନୁଆରୀ | ୨୦୧୫ |
କଥାବସ୍ତୁ ଓ ସାରକଥା
ସମ୍ପାଦନାମନୋଜ ଦାସଙ୍କଦ୍ୱାରା ଲିଖିତ ଏହି ଉପନ୍ୟାସର କଥାବସ୍ତୁ ଇତିହାସ, ରହସ୍ୟ ତଥା ବାସ୍ତବିକତାର ଏକ ମିଶ୍ରଣ । ଏଥିରେ ଦୁଇଜଣ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ସମାନ୍ତରାଳ ଭାବେ ବର୍ଣ୍ଣନା କରାଯାଇଛି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରାଚୀନ ଯୁଗର ରାଜା ଭର୍ତୃହରି ହୋଇଥିବା ବେଳେ ଆଉଜଣେ ହେଉଛନ୍ତି ଆଧୁନିକ ଯୁଗର ଶିଳ୍ପପତି ଅମରନାଥ । ଏହି ଉପନ୍ୟାସର କାହାଣୀ ଅନୁସାରେ ଉଜ୍ଜୟିନୀର ରାଜା ଭର୍ତୃହରି ଏକ ଅମୃତ ଫଳ ଲାଭ କରିବା ପରେ ବିଭିନ୍ନ ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି । ଫଳରେ ତାଙ୍କ ମନକୁ ଗ୍ରାସ କରିଛି ନିଜ ଅସ୍ତିତ୍ତ୍ୱ ତଥା ଜୀବନର ଉଦ୍ଦେଶ୍ୟକୁ ନେଇ ଅନେକ ପ୍ରଶ୍ନ । ଅପରପକ୍ଷରେ ଶିଳ୍ପପତି ଅମରନାଥଙ୍କର ମଧ୍ୟ ଜୀବନ ବିଷୟରେ ହୋଇଛି ସମାନ ଅନୁଭୂତି । କିପରି ଅମରନାଥ ରାଜା ଭର୍ତୃହରିଙ୍କ ଜୀବନ ସହ ନିଜ ଜୀବନର ସାମଞ୍ଜସ୍ୟକୁ ହୃଦୟଙ୍ଗମ କରିଛନ୍ତି ଓ କିପରି ରାଜାଙ୍କ ଜୀବନ କାହାଣୀରୁ ସେ ନିଜ ମନରେ ଉଠିଥିବା ଆଧ୍ୟାତ୍ମିକ ପ୍ରଶ୍ନଗୁଡ଼ିକର ଉତ୍ତର ପାଇଛନ୍ତି, ତାହା ହିଁ ଏହି ଉପନ୍ୟାସର ମୁଖ୍ୟ ବିଷୟବସ୍ତୁ ।[୪]
ଆଧାର
ସମ୍ପାଦନା- ↑ http://sambad.in/state/tata-steel-bhubaneswar-literary-meet-inaugurated-63750/
- ↑ ଅମୃତ ଫଳ. Vidyapuri. 17 August 2016. ISBN 817411114X.
{{cite book}}
:|first=
missing|last=
(help) - ↑ History, Publication (17 August 2016). ଅମୃତ ଫଳ. Vidyapuri. ISBN 817411114X.
- ↑ Gist, ଅମୃତ ଫଳ. "ଅମୃତ ଫଳ (The Divine Fruit) by Manoj Das". Vidyapuri. Retrieved 17 August 2016.