ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ

ବାଲେଶ୍ୱର ଜିଲ୍ଲାର ମହାବିଦ୍ୟାଳୟ


ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ବା ଫକୀର ମୋହନ କଲେଜ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଥିବା ଏକ ମହାବିଦ୍ୟାଳୟ ଅଟେ । ଏହା ବାଲେଶ୍ୱର କଲେଜ, ଏଫଏମ କଲେଜ ନାମରେ ମଧ୍ୟ ଜଣାଶୁଣା । ଜୁଲାଇ ମାସ ୬ ତାରିଖ ୧୯୪୪ ମସିହାରେ ଏହି ମହାବିଦ୍ୟାଳୟଟି ୯୬ଜଣ ଛାତ୍ରୀଛାତ୍ରଙ୍କୁ ନେଇ ସ୍ଥାପିତ ହୋଇଥିଲା, ସେତେବେଳ ଏହାକୁ ବାଲେଶ୍ୱର କଲେଜ କୁହାଯାଉଥିଲା । ୧୯୪୬ ମସିହାରୁ କଳାରେ ସ୍ନାତକ ପଢ଼ାହେବା ଆରମ୍ଭ ହୋଇଥିଲା । ୧୯୪୯ ମସିହାରେ ଏହାର ନାଁ ପରିବର୍ତ୍ତନ ହୋଇ ଫକୀର ମୋହନ କଲେଜ ହୋଇଥିଲା । ୧୯୬୧ ମସିହାରେ ବିଜ୍ଞାନରେ ସ୍ନାତକ ପଢ଼ାହେବା ଆରମ୍ଭ ହୋଇଥିଲା । ୨୦୧୯ ମସିହାରେ ଏଠାରେ ୩୫୦୦ରୁ ଅଧିକ ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଛନ୍ତି । ଫକୀର ମୋହନ ବିଶ୍ୱବିଦ୍ୟଳୟ ସହ ଏହା ଜଡ଼ିତ ।[୧]

ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ
ଏଫ୍.ଏମ୍. କଲେଜ
ସ୍ଥାପିତ୧୯୪୪
ଅଧ୍ୟକ୍ଷଡ଼ ସଙ୍ଗୀତା ସାହୁ (ରସାୟନ ବିଜ୍ଞାନ)
ଅବସ୍ଥାନବାଲେଶ୍ୱର, ଓଡ଼ିଶା, ଭାରତ
ଅନୁବନ୍ଧନଫକୀର ମୋହନ ବିଶ୍ୱବିଦ୍ୟାଳୟ
ୱେବସାଇଟhttp://fmcollege.nic.in

ଆଧାର ସମ୍ପାଦନା

  1. "Fakir Mohan Autonmous College". fmcollege.nic.in. Retrieved 2019-05-27.