ଲୁଚକାଳି
ଲୁଚକାଳି (ବା ଲୁଚୁକାଳି/ଲୁଚ୍+କାଳି/ଲୁଚିକାଳି[୧]; ବା-ଲୁଚଲୁଚାଣି, ଲୁଚୁଲୁଚାଣି[୨]) ଖେଳରେ ଜଣେ କିମ୍ବା ତତୋଽଧିକ ଖେଳାଳିଙ୍କୁ ଲୁଚି ରହିଥିବା ଅନ୍ୟାନ୍ୟ ଖେଳାଳିଙ୍କୁ ଖୋଜିବାକୁ ପଡ଼ିଥାଏ । ଏହି ଖେଳକୁ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରେ ଖେଳା ଯାଇଥାଏ ।
ଖେଳାଳି | 2+ |
---|---|
ବୟସ ସୀମା | କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ନାହିଁ |
ବ୍ୟବସ୍ଥିତ ସମୟ | କିଛି ନିର୍ଦ୍ଧିଷ୍ଟ ନୁହେଁ |
ଖେଳିବା ସମୟ | କିଛି ନିର୍ଦ୍ଧିଷ୍ଟ ନୁହେଁ |
Random chance | Very Low |
ଆବଶ୍ୟକୀୟ କୌଶଳ | Running, Tracking, Hiding, Observation |
ନିୟମ
ସମ୍ପାଦନାପଥମେ ସମସ୍ତ ଖେଳାଳିଙ୍କ ଭିତରୁ ଚୋର ବଛାଯାଏ । ଏହି ଚୋରକୁ ଆଖି ବନ୍ଦକରି ନିର୍ଦ୍ଧିଷ୍ଟ ସଂଖ୍ୟା ପର୍ଯ୍ୟନ୍ତ ଗଣିବାକୁ କୁହାଯାଇଥାଏ ଓ ସେହି ସମୟ ଭିତରେ ଅନ୍ୟ ଖେଳାଳିମାନେ ଲୁଚିଯାଆନ୍ତି । ଗଣି ସାରିବାପରେ ଚୋର ଜଣକ ସମସ୍ତଙ୍କୁ ଖୋଜିବା ଆରମ୍ଭକରେ । ଯେଉଁ ଖେଳାଳି ପ୍ରଥମେ ଧରାପଡେ ସେ ପରବର୍ତ୍ତୀ ଚୋର ହୁଏ । ଜଣେ ଖେଳାଳି ଧରାପଡ଼ିଗଲେ ସମସ୍ତଙ୍କୁ ଏହି କଥା ଜଣେଇଦିଆଯାଏ ଯେ ଖେଳର ଦ୍ୱିତୀୟ ଭାଗ ଆରମ୍ଭ ହେଲା ଓ ନୂଆ ଚୋରକୁ ଚିହ୍ନେଇ ଦିଆଯାଏ । କେତେକ କ୍ଷେତ୍ରରେ କିନ୍ତୁ ସମସ୍ତ ଖେଳାଳି ଧରାପଡ଼ିବା ପର୍ଯ୍ୟନ୍ତ ଖେଳ ଚାଲେ । ଏହି ସମୟ ଭିତରେ ଯଦି କେହି ଧରାପଡ଼ିନଥିବା ଖେଳାଳି ପଛପଟୁ ଚୋରକୁ ଛୁଇଁଦିଏ ତେବେ ସେହି ଚୋରକୁ ପୁଣିଥରେ ଚୋର ହବାକୁ ପଡେ ।
ଅନ୍ୟ କେତେକ ଟିକିଏ ଅଲଗା ଖେଳନ୍ତି । ସେଥିରେ ଚୋର ସହ ଜଣେ "ବୁଢିଆଣୀ" ବା "ବୁଢ଼ୀ ମାଉସୀ" ବି ବଛାଯାଏ । ବୁଢ଼ୀ ମାଉସୀ ସମସ୍ତେ ଲୁଚିବା ଯାଏଁ ଚୋର ଆଖି ବନ୍ଦକରି ରଖେ ଓ ସମସ୍ତ ଖେଳାଳି ଲୁଚିଗଲା ପରେ ଛାଡେ । କେତେକ କ୍ଷେତ୍ରରେ ଆଖିବନ୍ଦ କରି ରଖିବା ପାଇଁ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରାଯାଇଥାଏ । ଖେଳାଳି ସବୁ ଚୋରଠୁଁ ଲୁଚିଲୁଚି ଆସି ବୁଢ଼ୀ ମାଉସିକୁ ଛୁଇଁ ଦେଇଯାଆନ୍ତି; ଯିଏ ବୁଢିଆଣୀକୁ ଛୁଇଁବା ପୂର୍ବରୁ ଚୋର ହାବୁଡରେ ପଡେ ତେବେ ସେ ପରବର୍ତ୍ତୀ ଚୋର ହୁଏ । ଏହି ଧାରା କ୍ରମାନ୍ୱୟରେ ଚାଲେ ।[୨]
ଆଧିକ ଦେଖନ୍ତୁ
ସମ୍ପାଦନା
ଆଧାର
ସମ୍ପାଦନା- ↑ ପୂର୍ଣ୍ଣଚନ୍ଦ୍ର ଭଷାକୋଷ, ପୃ-୭୩୯୦ (ବହି ଦେଖନ୍ତୁ; ୱେବ ନୁହଁ)
- ↑ ୨.୦ ୨.୧ ପୂର୍ଣ୍ଣଚନ୍ଦ୍ର ଭଷାକୋଷ (ୱେବ)[permanent dead link]