ଦମନ (୨୦୨୨ର କଥାଚିତ୍ର)

୨୦୨୨ ଓଡ଼ିଆ କଥାଚିତ୍ର
(ଦମନ (ଓଡ଼ିଆ କଥାଚିତ୍ର)ରୁ ଲେଉଟି ଆସିଛି)

ଦମନ ୨୦୨୨ ମସିହା ନଭେମ୍ବର ୪ ତାରିଖରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର[୨] ଏଥିରେ ମୁଖ୍ୟ ଭୂମିକାରେ ବାବୁଶାନ ମହାନ୍ତିଦୀପନ୍ୱିତ ଦାଶମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ । ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଏହି କଥାଚିତ୍ରର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ଏବଂ ଦିପେନ୍ଦ୍ର ସାମଲ ଏହାର ପ୍ରଯୋଜକ ଥିଲେ ।

ଦମନ
Daman-poster.jpg
ଦମନ କଥାଚିତ୍ର ପୋଷ୍ଟର
ନିର୍ଦ୍ଦେଶକବିଶାଲ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା
ପ୍ରଯୋଜକଦିପେନ୍ଦ୍ର ସାମଲ
ଚିତ୍ରନାଟ୍ୟବିଶାଲ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା
କାହାଣୀବିଶାଲ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା
କଳାକାରବାବୁଶାନ୍
ଦୀପନ୍ୱିତ ଦାଶମହାପାତ୍ର[୧]
ସଙ୍ଗୀତଗୌରବ ଆନନ୍ଦ
ସମ୍ପାଦକଦେବୀ ପ୍ରସାଦ ଲେଙ୍କା
Production
company
ଜେ ପି ମୋସନ ପିକ୍ଚର୍ସ
ମୁକ୍ତିଲାଭ ତାରିଖ
୪ ନଭେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ମାଲକାନାଗିରିର ଚିତ୍ରକୋଣ୍ଡା ପାଖ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗ ଦମନ ପାଇଁ ଏକ ଯୁବ ଡାକ୍ତରଙ୍କର ପ୍ରୟାସକୁ ଏହି କଥାଚିତ୍ରରେ ଦର୍ଶାଯାଇଥିଲା ।[୪]

ନାମକରଣସମ୍ପାଦନ କରନ୍ତୁ

ଓଡ଼ିଶା ସରକାରଙ୍କର ମ୍ୟାଲେରିଆ ରୋଗ ନିରାକରଣ କରିବା ଲକ୍ଷ୍ୟରେ "ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ" (Durgama Anchalare Malaria Nirakaran) ନାମକ ଯୋଜନା କରାଯାଇଥିଲା । ଏହି ଯୋଜନାର ନାମ ଅନୁସାରେ କଥାଚିତ୍ରଟିର ନାଁ, ଦମନ (DAMaN) ରଖାଯାଇଥିଲା ।[୫]

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ ।[୨] ଜେପି ୱାର୍ଡ଼ସ୍ମିଥ ଓ ବାପୁ ଗୋସ୍ୱାମୀ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଋତୁରାଜ ମହାନ୍ତି, ବାବୁଶାନ୍, ଅନୁରାଗ ଦାସ, ଗୌରବ ଆନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତକବିଗାୟକସମୟ
1."ଦମନ ମୁଖ୍ୟ ଗୀତ"ଜେପି ୱାର୍ଡ଼ସ୍ମିଥଋତୁରାଜ ମହାନ୍ତି୦୩:୫୨
2."ନିଛାଟିଆ ମନ"ଜେପି ୱାର୍ଡ଼ସ୍ମିଥବାବୁଶାନ ମହାନ୍ତି୦୫:୩୧
3."ଢେମସା"ଜେପି ୱାର୍ଡ଼ସ୍ମିଥଅନୁରାଗ ଦାସ, ଗୌରବ ଆନନ୍ଦ୦୪:୦୯
4."ଏକଲା ଚାଲରେ"ବାପୁ ଗୋସ୍ୱାମୀଗୌରବ ଆନନ୍ଦ୦୩:୩୩

ବିବାଦସମ୍ପାଦନ କରନ୍ତୁ

ଦମନ ମୁକ୍ତିଲାଭ କରିବାର କିଛି ଘଣ୍ଟା ପରେ ୟୁଟ୍ୟୁବରେ ଏହାର ଭିଡିଓ ପ୍ରଚାରିତ ହେବାରୁ ଚଳଚ୍ଚିତ୍ରର ପ୍ରଯୋଜନା ଦଳ ଥାନାରେ ଅଭିଯୋଗ କରିଥିଲେ ।[୬]

ଆଧାରସମ୍ପାଦନ କରନ୍ତୁ

  1. Dharitri; Mohanty, Padmini (2022-11-04). "ଓଲିଉଡ୍‌ରେ ବୈପ୍ଳବିକ ପରିବର୍ତ୍ତନ ଆଣିବ 'ଦମନ' - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2022-11-05.
  2. ୨.୦ ୨.୧ "Babusan starrer Daman movie released today". Odisha News In English (in ଆମେରିକୀୟ ଇଂରାଜୀ). 2022-11-04. Retrieved 2022-11-05.
  3. "ବାବୁଶାନ-ଶିବାନୀ ଏକାଠି". ସମାଜ. No. ରବିବାର. 29 January 2023. p. 8. Archived from the original on 22 March 2023. Retrieved 22 March 2023.
  4. "Babusan starrer Daman movie released today". Odisha News In English (in ଆମେରିକୀୟ ଇଂରାଜୀ). 2022-11-04. Retrieved 2022-11-05.
  5. Meherda, Pramod Kumar (2019-01-27). "Model for malaria control". The Hindu (in Indian English). ISSN 0971-751X. Retrieved 2022-11-05.
  6. "ୟୁଟ୍ଯୁବ ଲିକ୍ ହେଲା ଦମନ୍ ସିନେମା, ଥାନାର ଦ୍ବାରସ୍ଥ ହେଲେ ଫିଲ୍ମ ନିର୍ମାତା". Odisha Sambad (in ଆମେରିକୀୟ ଇଂରାଜୀ). Retrieved 2022-11-05.

ବାହାର ଲିଙ୍କସମ୍ପାଦନ କରନ୍ତୁ