ସିଷ୍ଟର ଶ୍ରୀଦେବୀ

୨୦୧୭ର ଓଡ଼ିଆ କଥାଚିତ୍ର

ସିଷ୍ଟର ଶ୍ରୀଦେବୀ, ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ଏହି କଥାଚିତ୍ରଟି ୨୦୧୭ ମସିହା ରଜରେ ମୁକ୍ତିଲାଭ କରିଥିଲା । ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜନାରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।[୭] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତିକାର ନିର୍ମଳ ନାୟକ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।

ସିଷ୍ଟର ଶ୍ରୀଦେବୀ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟଅଶୋକ ପତି
ମୂଳ ଆଧାରରେମୋ (ତାମିଲ ଚଳଚ୍ଚିତ୍ର)[୧]
କଳାକାରବାବୁଶାନ୍, ଶିବାନୀ ସଙ୍ଗୀତା, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣକୁନି ମହାପାତ୍ର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୯ ଜୁନ ୨୦୧୭[୨]
ଦେଶ ଭାରତ
ଭାଷାଓଡ଼ିଆ

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍ ଏବଂ ଶିବାନୀ ସଙ୍ଗୀତା[୮][୯] ଶିବାନୀ ପୂର୍ବରୁ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଗାୟକ ଋତୁରାଜ ମହାନ୍ତି, ତାରିକ୍, ପାମେଲା ଜୈନ, କୁଲଦୀପ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୧୦] ଚଳଚ୍ଚିତ୍ରର ସ‌ହକାରୀ ଭୂମିକାରେ ମିହିର ଦାସ, ଅପରାଜିତା ମହାନ୍ତି, ସଲିଲ ମିତ୍ର ପ୍ରମୁଖ ବରିଷ୍ଠ କଳାକାରମାନେ ଅଭିନୟ କରିଥିଲେ ।[୧୧]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଚଳଚ୍ଚିତ୍ରର ସମସ୍ତ ଗୀତଗୁଡ଼ିକ ରଚନା କରିଥିଲେ ଗୀତିକାର ନିର୍ମଳ ନାୟକ । ଗାୟକ ଋତୁରାଜ ମହାନ୍ତି, ତାରିକ୍, ପାମେଲା ଜୈନ, କୁଲଦୀପ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଋତୁରାଜ ମହାନ୍ତି ଅନେକ ହିନ୍ଦୀ ଗୀତ ଗାଇଥିଲେ ମଧ୍ୟ ପ୍ରଥମଥର ପାଇଁ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ଗୀତ ଗାଇଥିଲେ । ସେ 'ଡାର୍ଲି ତୁ ମୋଠାରୁ କାଇଁ ନେଲୁ ଅଲବିଦା' ଗୀତଟି ଗାଇଥିଲେ ।[୧୨]

ଗୀତସମ୍ପାଦନ କରନ୍ତୁ

କ୍ରମଗୀତଗାୟକସମୟ
1."ସିଷ୍ଟର ଶ୍ରୀଦେବୀ"ତାରିକ୍ ଅଜିଜ୍୦୪:୨୨
2."ଓଃ ସୁନୟନା"ଋତୁରାଜ ଏବଂ ପ୍ରଜ୍ଞା୦୫:୧୬
3."ମୁଁ ଚୁନି ତଳେ ବ୍ଲାକ୍ ମନି"ସଞ୍ଜୁ ମହାନ୍ତି୦୪:୫୦
4."ନାଗିନ୍ ନାଗିନ୍"ତାରିକ୍ ଅଜିଜ୍୦୪:୦୬
5."ଏକ୍ ଦିୱାନା ଥା"ଋତୁରାଜ, ତାରିକ୍, ପାମେଲା ଜୈନ୍, କୁଲ୍‌ଦୀପ୍୦୫:୧୫

ପୁରସ୍କାରସମ୍ପାଦନ କରନ୍ତୁ

ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ରର ନାୟକ ବାବୁଶାନ୍‌ଙ୍କୁ ଶ୍ରେଷ୍ଠ ନାୟକ ଏବଂ ରଣଜିତ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ସଂଳାପକାର ସମ୍ମାନ ମିଳିଥିଲା ।[୧୩]

ଆଧାରସମ୍ପାଦନ କରନ୍ତୁ

  1. "ରଜରେ ଯୁବତୀ ସାଜିବେ ବାବୁସାନ୍ ! ଓଡ଼ିଆ ସିନେମା 'ସିଷ୍ଟର ଶ୍ରୀଦେବୀ' କମାଲ୍ କରିବ ରଜ ଲଢେଇରେ". Kanak News. 8 June 2017. Retrieved 15 July 2017.
  2. "ଆସନ୍ତାକାଲି ପରଦାକୁ ଆସିବ 'ସିଷ୍ଟର ଶ୍ରୀଦେବୀ'; ଚର୍ଚ୍ଚାରେ ବାବୁସାନଙ୍କ ସେକ୍ସି ଅନ୍ଦାଜ". Odisha Reporters. 8 June 2017. Retrieved 15 July 2017.
  3. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  4. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  5. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Retrieved 8 September 2017.
  6. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  7. "ପରଦାକୁ ଆସିଲା ଅଭୟ ଓ ସିଷ୍ଟର ଶ୍ରୀଦେବୀ". ସମ୍ବାଦ. 16 Junw 2017. Retrieved 15 July 2017. {{cite news}}: Check date values in: |date= (help)
  8. "ପରଦାକୁ ଆସିଲା 'ସିଷ୍ଟର ଶ୍ରୀଦେବୀ',ଡବଲ ରୋଲରେ କମାଲ କରୁଛନ୍ତି ବାବୁସାନ୍‌". Odisha Reporters. 9 June 2017. Retrieved 15 July 2017.
  9. "ବାବୁଶାନ-ଶିବାନୀ ଏକାଠି". ସମାଜ. No. ରବିବାର. 29 January 2023. p. 8. Archived from the original on 22 March 2023. Retrieved 22 March 2023.
  10. "Sister Sridevi". Odia Movie Database. Retrieved 15 July 2017.
  11. "ଆଜି ଶୁଭମୁକ୍ତି : 'ସିଷ୍ଟର ଶ୍ରୀଦେବୀ'". Odisha Reporters. 9 June 2017. Retrieved 15 July 2017.
  12. "'ସିଷ୍ଟର ଶ୍ରୀଦେବୀ' ସିନେମା ପାଇଁ ଗୀତ ଗାଇଲେ ର' ଷ୍ଟାର ଋତୁରାଜ !". କନ‌କ ନ୍ୟୁଜ. 8 May 2017. Retrieved 15 July 2017.
  13. "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.

ବାହାର ଆଧାରସମ୍ପାଦନ କରନ୍ତୁ